କଂସର ବଂଶଧରମାନଙ୍କୁ ଶେଷ କରିବା ପାଇଁ ଭଗବାନ ମୋତେ ପଠାଇଛନ୍ତି : ଅରବିନ୍ଦ କେଜ୍ରିୱାଲ

The Sakala Picture
Published On

ଭଦୋଦରା : ଆମ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ ସେ କୃଷ୍ଣ ଜନ୍ମାଷ୍ଠମୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଭଗବାନ କୃଷ୍ଣ କଂସର ବଂଶଧରମାନଙ୍କୁ ଶେଷ କରିବାକୁ ପଠାଇଛନ୍ତି । ତାଙ୍କୁ ହିନ୍ଦୁ ବିରୋଧୀ ବୋଲି ଗୁଜୁରାଟରେ ଲଗାଯାଇଥିବା ପୋଷ୍ଟରର ଜବାବରେ ସେ ଏକଥା କହିଛନ୍ତି । ଗୁଜୁରାଟ ଗସ୍ତ ଅବସରରେ ସେ କହିଛନ୍ତି ଯେ, ଭଗବାନ ତାଙ୍କୁ ଏକ ସ୍ବତନ୍ତ୍ର ଦାୟିତ୍ବ ଦେଇ ପଠାଇଛନ୍ତି। […]

ଭଦୋଦରା : ଆମ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ ସେ କୃଷ୍ଣ ଜନ୍ମାଷ୍ଠମୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଭଗବାନ କୃଷ୍ଣ କଂସର ବଂଶଧରମାନଙ୍କୁ ଶେଷ କରିବାକୁ ପଠାଇଛନ୍ତି । ତାଙ୍କୁ ହିନ୍ଦୁ ବିରୋଧୀ ବୋଲି ଗୁଜୁରାଟରେ ଲଗାଯାଇଥିବା ପୋଷ୍ଟରର ଜବାବରେ ସେ ଏକଥା କହିଛନ୍ତି । ଗୁଜୁରାଟ ଗସ୍ତ ଅବସରରେ ସେ କହିଛନ୍ତି ଯେ, ଭଗବାନ ତାଙ୍କୁ ଏକ ସ୍ବତନ୍ତ୍ର ଦାୟିତ୍ବ ଦେଇ ପଠାଇଛନ୍ତି। କଂସର ବଂଶଧରମାନଙ୍କୁ ଶେଷ କରିବା ଓ ଦୁର୍ନୀତି ଓ ଦଙ୍ଗାକାରୀଙ୍କୁ ଲୋପ କରିବା ପାଇଁ ଭଗବାନ ତାଙ୍କୁ ପଠାଇଥିବା ସେ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଇରାନରୁ ତେଲ କିଣିଲେ ଚୀନ୍‌କୁ ମହଙ୍ଗା ପଡ଼ିବ: ଆମେରିକାର କଡ଼ା ଚେତାବନୀ

କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଇଶ୍ବରଙ୍କ ଇଚ୍ଛା ପୂରଣ କରିବା ପାଇଁ ଆମେ ମିଳିତ ଭାବରେ କାର୍ଯ୍ୟ କରିବୁ । ଭଗବାନ ମୋ ସହିତ ଅଛନ୍ତି । ଲୋକମାନେ ବି ମୋ ସହିତ ଅଛନ୍ତି । ଲୋକମାନେ ଏବେ ଗୁଜୁରାଟରେ ଏକ ପରିବର୍ତ୍ତନ ଚାହୁଁଛନ୍ତି, ଯେଉଁଥିପାଇଁ ରାଜ୍ୟରେ ସରକାରରେ ଥିବା ଲୋକମାନେ ଏତେ ବିବ୍ରତ ଅଛନ୍ତି ବୋଲି ଗୁଜୁରାଟ ଗସ୍ତ ଅବସରରେ କେଜ୍ରିୱାଲ କହିଛନ୍ତି ।

ଆହୁରି ପଢ଼ନ୍ତୁ: ବିବାହିତ ବ୍ୟକ୍ତିଙ୍କ ଲିଭ୍-ଇନ୍ ରିଲେସନସିପ୍: ଆହ୍ଲାବାଦ ହାଇକୋର୍ଟଙ୍କ ଦୁଇଟି ଭିନ୍ନ ରାୟ, ଆଇନ ବନାମ ନୈତିକତା ଦ୍ୱନ୍ଦ୍ୱ

ଆହୁରି ପଢ଼ନ୍ତୁ: ଟିସିଏସ୍ ନାସିକ୍ ମାମଲା: ନିଦା ଖାନ୍ ଏଚଆର ମୁଖ୍ୟ ନା ବିପିଓ ଟେଲିକଲର? ସାମ୍ନାକୁ ଆସିଲା ବଡ଼ ସତ

ସୂଚନାଯୋଗ୍ୟ ଯେ, କେଜ୍ରିୱାଲଙ୍କୁ ହିନ୍ଦୁ ବିରୋଧୀ ବୋଲି କହିଥିବା ଏବଂ ତାଙ୍କୁ ଗୋଲ୍ ଟୋପି ପିନ୍ଧିଥିବା ପୋଷ୍ଟର ଶନିବାର ଅହମ୍ମଦାବାଦ, ରାଜକୋଟ, ସୁରଟ୍ ଏବଂ ଭଦୋଦରା ସହରରେ ଦେଖାଦେଇଛି । ତେବେ ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ‘ହିନ୍ଦୁ ବିରୋଧୀ’ ବିବୃତ୍ତିକୁ ନେଇ ବିବାଦ ଉଠିବା ପରେ ବିଜେପି ଏହାକୁ ବିରୋଧ କରି କେଜ୍ରିୱାଲଙ୍କ ଏଭଳି ପୋଷ୍ଟର ଲଗାଇଥିବା ଅଭିଯୋଗ ହୋଇଛି। ଏହି ପୋଷ୍ଟର ଲାଗିବା ପରେ କେଜ୍ରିଓ୍ବାଲଙ୍କ ଏହି ବୟାନ ଆସିଛି ।

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦୃଢକ୍ତି ସହ କହିଛନ୍ତି ଯେ  ଗୁଜରାଟରେ ଆମ୍ ଆଦମୀ ପାର୍ଟି ଜିତିବ। ଏଠାରେ ଆମ ଦଳର ୯୪-୯୫ଟି ଆସନ ଜିତିବ। ନିର୍ବାଚନ ହେବା ପାଇଁ ଆଉ ​​୪୦-୫୦ ଦିନ ବାକି ଅଛି। ଗୁଜରାଟରେ ହେବାକୁ ଥିବା ନିର୍ବାଚନ ଦିଲ୍ଲୀ-ପଞ୍ଜାବର ରେକର୍ଡ ଭାଙ୍ଗିବ। ଡିସେମ୍ବର ୧ରେ ଗୁଜରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବ। ଏହା ପରେ ସର୍ବପ୍ରଥମେ, ଆମେ ଦୁର୍ନୀତିକୁ ଶେଷ କରିବୁ।

ସେ କହିଛନ୍ତି ଯେ, ଗରିବ ଶ୍ରେଣୀର ଲୋକମାନେ ଆୟକର ଦେଉଛନ୍ତି। କିନ୍ତୁ ସେହି ଟଙ୍କା କୁଆଡେ ଯାଉଛି? ଗୁଜରାଟ ସରକାର ୨.୫ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୨୭ବର୍ଷରେ କ୍ଷମତାକୁ ଆସିଥିବା ସରକାର କିଛି କାମ କଲେ ନାହିଁ। ପତ୍ନୀଙ୍କ ନାମରେ, ପୁଅ ନାମରେ ଜମି କିଣିଲେ। ଯେଉଁମାନେ ଏପର୍ଯ୍ୟନ୍ତ ଜନ୍ମ ହୋଇନାହାଁନ୍ତି ସେମାନଙ୍କ ନାମରେ ମଧ୍ୟ ଜମି କିଣାଯାଇଛି। ଆମ୍ ଆଦମୀ ପାର୍ଟି ସରକାର ଗଠନ କଲେ, ‌ଗଣି ଗଣି ସବୁ ଟଙ୍କା ସେମାନଙ୍କଠାରୁ ଫେରାଇ ଆଣିବି।

08 Oct 2022 By The Sakala

କଂସର ବଂଶଧରମାନଙ୍କୁ ଶେଷ କରିବା ପାଇଁ ଭଗବାନ ମୋତେ ପଠାଇଛନ୍ତି : ଅରବିନ୍ଦ କେଜ୍ରିୱାଲ

ଭଦୋଦରା : ଆମ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ କହିଛନ୍ତି ଯେ ସେ କୃଷ୍ଣ ଜନ୍ମାଷ୍ଠମୀରେ ଜନ୍ମଗ୍ରହଣ କରିଥିଲେ । ତାଙ୍କୁ ଭଗବାନ କୃଷ୍ଣ କଂସର ବଂଶଧରମାନଙ୍କୁ ଶେଷ କରିବାକୁ ପଠାଇଛନ୍ତି । ତାଙ୍କୁ ହିନ୍ଦୁ ବିରୋଧୀ ବୋଲି ଗୁଜୁରାଟରେ ଲଗାଯାଇଥିବା ପୋଷ୍ଟରର ଜବାବରେ ସେ ଏକଥା କହିଛନ୍ତି । ଗୁଜୁରାଟ ଗସ୍ତ ଅବସରରେ ସେ କହିଛନ୍ତି ଯେ, ଭଗବାନ ତାଙ୍କୁ ଏକ ସ୍ବତନ୍ତ୍ର ଦାୟିତ୍ବ ଦେଇ ପଠାଇଛନ୍ତି। କଂସର ବଂଶଧରମାନଙ୍କୁ ଶେଷ କରିବା ଓ ଦୁର୍ନୀତି ଓ ଦଙ୍ଗାକାରୀଙ୍କୁ ଲୋପ କରିବା ପାଇଁ ଭଗବାନ ତାଙ୍କୁ ପଠାଇଥିବା ସେ କହିଛନ୍ତି ।

କେଜ୍ରିୱାଲ ଆହୁରି କହିଛନ୍ତି ଯେ, ଇଶ୍ବରଙ୍କ ଇଚ୍ଛା ପୂରଣ କରିବା ପାଇଁ ଆମେ ମିଳିତ ଭାବରେ କାର୍ଯ୍ୟ କରିବୁ । ଭଗବାନ ମୋ ସହିତ ଅଛନ୍ତି । ଲୋକମାନେ ବି ମୋ ସହିତ ଅଛନ୍ତି । ଲୋକମାନେ ଏବେ ଗୁଜୁରାଟରେ ଏକ ପରିବର୍ତ୍ତନ ଚାହୁଁଛନ୍ତି, ଯେଉଁଥିପାଇଁ ରାଜ୍ୟରେ ସରକାରରେ ଥିବା ଲୋକମାନେ ଏତେ ବିବ୍ରତ ଅଛନ୍ତି ବୋଲି ଗୁଜୁରାଟ ଗସ୍ତ ଅବସରରେ କେଜ୍ରିୱାଲ କହିଛନ୍ତି ।

ସୂଚନାଯୋଗ୍ୟ ଯେ, କେଜ୍ରିୱାଲଙ୍କୁ ହିନ୍ଦୁ ବିରୋଧୀ ବୋଲି କହିଥିବା ଏବଂ ତାଙ୍କୁ ଗୋଲ୍ ଟୋପି ପିନ୍ଧିଥିବା ପୋଷ୍ଟର ଶନିବାର ଅହମ୍ମଦାବାଦ, ରାଜକୋଟ, ସୁରଟ୍ ଏବଂ ଭଦୋଦରା ସହରରେ ଦେଖାଦେଇଛି । ତେବେ ଦିଲ୍ଲୀ ସରକାରଙ୍କ ସାମାଜିକ କଲ୍ୟାଣ ମନ୍ତ୍ରୀ ରାଜେନ୍ଦ୍ର ପାଲ ଗୌତମଙ୍କ ‘ହିନ୍ଦୁ ବିରୋଧୀ’ ବିବୃତ୍ତିକୁ ନେଇ ବିବାଦ ଉଠିବା ପରେ ବିଜେପି ଏହାକୁ ବିରୋଧ କରି କେଜ୍ରିୱାଲଙ୍କ ଏଭଳି ପୋଷ୍ଟର ଲଗାଇଥିବା ଅଭିଯୋଗ ହୋଇଛି। ଏହି ପୋଷ୍ଟର ଲାଗିବା ପରେ କେଜ୍ରିଓ୍ବାଲଙ୍କ ଏହି ବୟାନ ଆସିଛି ।

ଅନ୍ୟପଟେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦୃଢକ୍ତି ସହ କହିଛନ୍ତି ଯେ  ଗୁଜରାଟରେ ଆମ୍ ଆଦମୀ ପାର୍ଟି ଜିତିବ। ଏଠାରେ ଆମ ଦଳର ୯୪-୯୫ଟି ଆସନ ଜିତିବ। ନିର୍ବାଚନ ହେବା ପାଇଁ ଆଉ ​​୪୦-୫୦ ଦିନ ବାକି ଅଛି। ଗୁଜରାଟରେ ହେବାକୁ ଥିବା ନିର୍ବାଚନ ଦିଲ୍ଲୀ-ପଞ୍ଜାବର ରେକର୍ଡ ଭାଙ୍ଗିବ। ଡିସେମ୍ବର ୧ରେ ଗୁଜରାଟରେ ଆମ୍ ଆଦମୀ ପାର୍ଟି ସରକାର ଗଠନ କରିବ। ଏହା ପରେ ସର୍ବପ୍ରଥମେ, ଆମେ ଦୁର୍ନୀତିକୁ ଶେଷ କରିବୁ।

ସେ କହିଛନ୍ତି ଯେ, ଗରିବ ଶ୍ରେଣୀର ଲୋକମାନେ ଆୟକର ଦେଉଛନ୍ତି। କିନ୍ତୁ ସେହି ଟଙ୍କା କୁଆଡେ ଯାଉଛି? ଗୁଜରାଟ ସରକାର ୨.୫ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ୨୭ବର୍ଷରେ କ୍ଷମତାକୁ ଆସିଥିବା ସରକାର କିଛି କାମ କଲେ ନାହିଁ। ପତ୍ନୀଙ୍କ ନାମରେ, ପୁଅ ନାମରେ ଜମି କିଣିଲେ। ଯେଉଁମାନେ ଏପର୍ଯ୍ୟନ୍ତ ଜନ୍ମ ହୋଇନାହାଁନ୍ତି ସେମାନଙ୍କ ନାମରେ ମଧ୍ୟ ଜମି କିଣାଯାଇଛି। ଆମ୍ ଆଦମୀ ପାର୍ଟି ସରକାର ଗଠନ କଲେ, ‌ଗଣି ଗଣି ସବୁ ଟଙ୍କା ସେମାନଙ୍କଠାରୁ ଫେରାଇ ଆଣିବି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର