ପୁଣି କଂଗ୍ରେସକୁ ଫେରିବେ କି ଗୁଲାମନବୀ ଆଜାଦ ! ଘର ବାହୁଡ଼ା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସ ଛାଡିଥିବା ଗୁଲାମ ନବୀ ଆଜାଦ ପୁଣି ଥରେ ଘର ବାହୁଡ଼ା କରି ନିଜ ପାର୍ଟିକୁ ଫେରିପାରନ୍ତି ! ଏ ନେଇ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଗୁଲାମ ନବୀ ଆଜାଦ ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ଶୀଘ୍ର ଏହା ଉପରେ ସେ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି । ଏହି କ୍ରମରେ ସୋନିଆ ଗାନ୍ଧୀଙ୍କ ଅତି ଘନିଷ୍ଠ କୁହାଯାଉଥିବା ଅମ୍ବିକା ସୋନୀ ଆଜାଦଙ୍କ ସହ ଆଲୋଚନା […]

ନୂଆଦିଲ୍ଲୀ: କଂଗ୍ରେସ ଛାଡିଥିବା ଗୁଲାମ ନବୀ ଆଜାଦ ପୁଣି ଥରେ ଘର ବାହୁଡ଼ା କରି ନିଜ ପାର୍ଟିକୁ ଫେରିପାରନ୍ତି ! ଏ ନେଇ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଗୁଲାମ ନବୀ ଆଜାଦ ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ଶୀଘ୍ର ଏହା ଉପରେ ସେ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି । ଏହି କ୍ରମରେ ସୋନିଆ ଗାନ୍ଧୀଙ୍କ ଅତି ଘନିଷ୍ଠ କୁହାଯାଉଥିବା ଅମ୍ବିକା ସୋନୀ ଆଜାଦଙ୍କ ସହ ଆଲୋଚନା ଚଳାଇଛନ୍ତି । ପ୍ରଥମେ ଆଜାଦଙ୍କୁ ଭାରତ ଯୋଡ ଯାତ୍ରାରେ ସାମିଲ କରିବାକୁ ପ୍ରୟାଶ କରାଯାଉଛି ।

ଆହୁରି ପଢ଼ନ୍ତୁ: ଆସନ୍ତା ୧୭ ତାରିଖରେ ହୋଇପାରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ବାଦ୍‌ ପଡ଼ିପାରନ୍ତି ଡଜନେ ମନ୍ତ୍ରୀ

ଚଳିତ ବର୍ଷ ଅଗଷ୍ଟ ୨୬ରେ ଆଜାଦ ନିଜର ୫୨ ବର୍ଷ ପୁରୁଣା ସମ୍ପର୍କ ଛିନ୍ନ କରିବା ସହ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଓ କ୍ଷମତା ଉପରେ ପ୍ରଶ୍ନ ଉଠାଇ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ କହିଥିଲେ କି ରାହୁଲ ଗାନ୍ଧୀଙ୍କୁ କିଛି ଚାଟୁକାର ଘେରି ରହିଛନ୍ତି । କଂଗ୍ରେସରୁ ଇସ୍ତଫା ଦେବାପରେ ଗୁଲାମନବୀ ଆଜାଦ ନିଜର ନୂଆ ଦଳ ଗଠନ କରିଥିଲେ । ଏହି ଦଳର ନାମ ଆଜାଦ ଡେମୋକ୍ରେଟିକ ଦଳ ବୋଲି ନାମିତ କରିଥିଲେ । ଆଜାଦଙ୍କ ଏଭଳି ନିଷ୍ପତ୍ତି ପରେ ଜମ୍ମୁ-କାଶ୍ମୀରରେ କଂଗ୍ରେସ ଦୁଇଭାଗ ହୋଇଯାଇଥିଲା । ଦଳର କିଛି ବରିଷ୍ଠ ନେତା ମଧ୍ୟ ଆଜାଦଙ୍କ ଦଳରେ ସାମିଲ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

ଆଜାଦ ନିଜର ରାଜନୈତିକ ଦଳ ଗଠନ କରିବାର ମାତ୍ର ୪ ମାସ ମଧ୍ୟରେ ଦଳ ଭାଙ୍ଗିବା ସହ ନିଜେ ଆଜାଦ ରାଜନୈତିକ ଭାବେ ଦୁର୍ବଳ ହୋଇପଡିଛନ୍ତି । ଏହି କ୍ରମରେ ଏବେ ସେ ପୁଣି କଂଗ୍ରେସକୁ ଫେରିବା ନେଇ ସକରାତ୍ମକ ଭାବନା ପ୍ରତିପୋଷଣ କରିଛନ୍ତି । ଏପଟେ କଂଗ୍ରେସ ବି ବିନା ସର୍ତରେ ତାଙ୍କୁ ଦଳକୁ ଫେରାଇଆଣିବାକୁ ଚେଷ୍ଟା ଚଳାଉଛି । ଏହା ଯଦି ସଫଳ ହୁଏ ତେବେ କଂଗ୍ରେସ ଜମ୍ମୁକାଶ୍ମୀରରେ ପୁଣିଥରେ ନିଜର ବଳ ଫେରିପାଇବ ବୋଲି ଅନୁମାନ କରାଯାଉଛି ।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସେନାର ଏମଆଇ-୧୭ ହେଲିକପ୍ଟର କ୍ରାସ୍: ସମସ୍ତ କର୍ମଚାରୀଙ୍କ ମୃତ୍ୟୁ

30 Dec 2022 By The Sakala

ପୁଣି କଂଗ୍ରେସକୁ ଫେରିବେ କି ଗୁଲାମନବୀ ଆଜାଦ ! ଘର ବାହୁଡ଼ା ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା

ନୂଆଦିଲ୍ଲୀ: କଂଗ୍ରେସ ଛାଡିଥିବା ଗୁଲାମ ନବୀ ଆଜାଦ ପୁଣି ଥରେ ଘର ବାହୁଡ଼ା କରି ନିଜ ପାର୍ଟିକୁ ଫେରିପାରନ୍ତି ! ଏ ନେଇ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ଗୁଲାମ ନବୀ ଆଜାଦ ଏବଂ କଂଗ୍ରେସ ମଧ୍ୟରେ ଆଲୋଚନା ଜାରି ରହିଛି ଏବଂ ଶୀଘ୍ର ଏହା ଉପରେ ସେ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂତ୍ରରୁ ଜଣାପଡିଛି । ଏହି କ୍ରମରେ ସୋନିଆ ଗାନ୍ଧୀଙ୍କ ଅତି ଘନିଷ୍ଠ କୁହାଯାଉଥିବା ଅମ୍ବିକା ସୋନୀ ଆଜାଦଙ୍କ ସହ ଆଲୋଚନା ଚଳାଇଛନ୍ତି । ପ୍ରଥମେ ଆଜାଦଙ୍କୁ ଭାରତ ଯୋଡ ଯାତ୍ରାରେ ସାମିଲ କରିବାକୁ ପ୍ରୟାଶ କରାଯାଉଛି ।

ଚଳିତ ବର୍ଷ ଅଗଷ୍ଟ ୨୬ରେ ଆଜାଦ ନିଜର ୫୨ ବର୍ଷ ପୁରୁଣା ସମ୍ପର୍କ ଛିନ୍ନ କରିବା ସହ ରାହୁଲ ଗାନ୍ଧୀଙ୍କ ନେତୃତ୍ୱ ଓ କ୍ଷମତା ଉପରେ ପ୍ରଶ୍ନ ଉଠାଇ ଆଜାଦ କଂଗ୍ରେସରୁ ଇସ୍ତଫା ଦେଇଥିଲେ । ସେ କହିଥିଲେ କି ରାହୁଲ ଗାନ୍ଧୀଙ୍କୁ କିଛି ଚାଟୁକାର ଘେରି ରହିଛନ୍ତି । କଂଗ୍ରେସରୁ ଇସ୍ତଫା ଦେବାପରେ ଗୁଲାମନବୀ ଆଜାଦ ନିଜର ନୂଆ ଦଳ ଗଠନ କରିଥିଲେ । ଏହି ଦଳର ନାମ ଆଜାଦ ଡେମୋକ୍ରେଟିକ ଦଳ ବୋଲି ନାମିତ କରିଥିଲେ । ଆଜାଦଙ୍କ ଏଭଳି ନିଷ୍ପତ୍ତି ପରେ ଜମ୍ମୁ-କାଶ୍ମୀରରେ କଂଗ୍ରେସ ଦୁଇଭାଗ ହୋଇଯାଇଥିଲା । ଦଳର କିଛି ବରିଷ୍ଠ ନେତା ମଧ୍ୟ ଆଜାଦଙ୍କ ଦଳରେ ସାମିଲ ହୋଇଥିଲେ ।

ଆଜାଦ ନିଜର ରାଜନୈତିକ ଦଳ ଗଠନ କରିବାର ମାତ୍ର ୪ ମାସ ମଧ୍ୟରେ ଦଳ ଭାଙ୍ଗିବା ସହ ନିଜେ ଆଜାଦ ରାଜନୈତିକ ଭାବେ ଦୁର୍ବଳ ହୋଇପଡିଛନ୍ତି । ଏହି କ୍ରମରେ ଏବେ ସେ ପୁଣି କଂଗ୍ରେସକୁ ଫେରିବା ନେଇ ସକରାତ୍ମକ ଭାବନା ପ୍ରତିପୋଷଣ କରିଛନ୍ତି । ଏପଟେ କଂଗ୍ରେସ ବି ବିନା ସର୍ତରେ ତାଙ୍କୁ ଦଳକୁ ଫେରାଇଆଣିବାକୁ ଚେଷ୍ଟା ଚଳାଉଛି । ଏହା ଯଦି ସଫଳ ହୁଏ ତେବେ କଂଗ୍ରେସ ଜମ୍ମୁକାଶ୍ମୀରରେ ପୁଣିଥରେ ନିଜର ବଳ ଫେରିପାଇବ ବୋଲି ଅନୁମାନ କରାଯାଉଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର