ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ବିଶ୍ୱ ଧନୀ ତାଲିକାର ୨ନଂ ସ୍ଥାନରେ ଭାରତର ଉଦ୍ୟୋଗପତି ଗୌତମ ଅଦାନୀ

The Sakala Picture
Published On

ନୂଆଦିଲ୍ଲୀ: ଭାରତୀୟ ଉଦ୍ୟୋଗପତି ଗୌତମ ଅଦାନୀ ପାଲଟିଲେ ବିଶ୍ୱର ଦ୍ୱିତୀୟ ବଡ ଧନୀ । ବିଶ୍ୱର ଟପ-୧୦ ବିଲେନିୟରଙ୍କ ସୂଚୀରେ ଏଲନ ମସ୍କଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ। ଗତ ସପ୍ତାହରେ ସେ ୪ନଂ ସ୍ଥାନରୁ ଉଠି ୩ନଂରେ ପହଞ୍ଚିଥିଲେ। ହେଲେ ଏବେ ସେ ବିଶ୍ୱର ଦୁଇ ନମ୍ବର ଧନୀ ହୋଇ ଯାଇଥିବା ଫୋର୍ବସ ରିପୋର୍ଟ ପ୍ରକାଶ କରିଛି। ତେବେ ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ତାଲିକାରେ ଗୌତମ ଅଦାନୀ ଏବେ ବି ତୃତୀୟ ସ୍ଥାନରେ […]

ନୂଆଦିଲ୍ଲୀ: ଭାରତୀୟ ଉଦ୍ୟୋଗପତି ଗୌତମ ଅଦାନୀ ପାଲଟିଲେ ବିଶ୍ୱର ଦ୍ୱିତୀୟ ବଡ ଧନୀ । ବିଶ୍ୱର ଟପ-୧୦ ବିଲେନିୟରଙ୍କ ସୂଚୀରେ ଏଲନ ମସ୍କଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ। ଗତ ସପ୍ତାହରେ ସେ ୪ନଂ ସ୍ଥାନରୁ ଉଠି ୩ନଂରେ ପହଞ୍ଚିଥିଲେ। ହେଲେ ଏବେ ସେ ବିଶ୍ୱର ଦୁଇ ନମ୍ବର ଧନୀ ହୋଇ ଯାଇଥିବା ଫୋର୍ବସ ରିପୋର୍ଟ ପ୍ରକାଶ କରିଛି। ତେବେ ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ତାଲିକାରେ ଗୌତମ ଅଦାନୀ ଏବେ ବି ତୃତୀୟ ସ୍ଥାନରେ ରହିଛନ୍ତି ।

ଆହୁରି ପଢ଼ନ୍ତୁ: ଶାଶୁଙ୍କୁ ପ୍ରେମ କରିବସିଲେ ଜ୍ୱାଇଁ: ସବୁ ସମ୍ପର୍କ ଭୁଲି ଘରୁ ଫେରାର୍ ହୋଇଗଲେ, କଲେ କୋର୍ଟ ମ୍ୟାରେଜ

ଫୋର୍ବସର ରିୟଲ ଟାଇମ ବିଲେନିୟର ତାଲିକାରେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୧୫୫.୭ ବିଲିୟନ ଡଲାର ରହିଛି। ତାଙ୍କ ସମ୍ପତ୍ତିର ମୂଲ୍ୟ ୫.୫ ବିଲିୟନ ଡଲାର ବା ୪% ବୃଦ୍ଧି ପାଇଛି। ଆଦାନୀ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କୁ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରୁ ହଟାଇ ଦେଇଛନ୍ତି। ଏବେ ଆଦାନୀଙ୍କ ଉପରେ କେବଳ ଟେଲସାର ମୁଖ୍ୟ ଏଲନ ମସ୍କ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୭୩.୫ ବିଲିୟନ ଡଲାର।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ବିରୋଧରେ ସାମରିକ ଅଭିଯାନ ରୋକିଲା ଇରାନ, ଦେଲା କଡ଼ା ଚେତାବନୀ

ଗତ ମାସରେ ମଧ୍ୟ ଗୌତମ ଆଦାନୀ ଲୁଇ ଭୁଇଟନର ବର୍ନାର୍ଡ ଆର୍ନଲ୍ଟଙ୍କୁ ଟପି ତୃତୀୟ ସ୍ଥାନ ଅଧିକାର କରିଥିଲେ । କିନ୍ତୁ ସେହି ସମୟରେ ସେ ଜେଫ୍ ବେଜୋସ୍ ଏବଂ ଏଲନ୍ ମସ୍କଙ୍କ ପଛରେ ଥିଲେ।

ଆହୁରି ପଢ଼ନ୍ତୁ: 'ଇସ୍ରାଏଲ୍ ୨ ଘଣ୍ଟା ବି ତିଷ୍ଠି ପାରିବ ନାହିଁ': ନେତାନ୍ୟାହୁଙ୍କୁ ସମାଲୋଚନା କଲେ ଡୋନାଲ୍ଡ ଟ୍ରମ୍ପ

ଏବେ ଆର୍ନାଲ୍ଟ ମୋଟ ୧୫୩.୫ ବିଲିୟନ ଡ଼ଲାର ସମ୍ପତ୍ତି ସହ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । କାରଣ ଶୁକ୍ରବାର ତାଙ୍କର ନିଟ୍ ମୂଲ୍ୟ ୩.୦୮ ପ୍ରତିଶତ ତଥା ୪.୯ ବିଲିୟନ ଡ଼ଲାର ହ୍ରାସ ପାଇଛି। ଅନ୍ୟପକ୍ଷରେ ଜେଫ୍ ବେଜୋସ୍ ବର୍ତ୍ତମାନ ୧୪୯.୭ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସମ୍ପତ୍ତି ସହ ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କ ନିଟ୍ ମୂଲ୍ୟ ଶୁକ୍ରବାର ୨.୩ ବିଲିୟନ ଡ଼ଲାର୍ ହ୍ରାସ ପାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ମୁଖ୍ୟ ମୁକେଶ ଅମ୍ବାନୀ ଏହି ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି । ତାଙ୍କ ସମ୍ପତ୍ତି ୯୨ ବିଲିୟନ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଛି ।

16 Sep 2022 By The Sakala

ବିଶ୍ୱ ଧନୀ ତାଲିକାର ୨ନଂ ସ୍ଥାନରେ ଭାରତର ଉଦ୍ୟୋଗପତି ଗୌତମ ଅଦାନୀ

ନୂଆଦିଲ୍ଲୀ: ଭାରତୀୟ ଉଦ୍ୟୋଗପତି ଗୌତମ ଅଦାନୀ ପାଲଟିଲେ ବିଶ୍ୱର ଦ୍ୱିତୀୟ ବଡ ଧନୀ । ବିଶ୍ୱର ଟପ-୧୦ ବିଲେନିୟରଙ୍କ ସୂଚୀରେ ଏଲନ ମସ୍କଙ୍କ ପଛକୁ ଦ୍ୱିତୀୟ ସ୍ଥାନରେ ଅଛନ୍ତି ଗୌତମ ଆଦାନୀ। ଗତ ସପ୍ତାହରେ ସେ ୪ନଂ ସ୍ଥାନରୁ ଉଠି ୩ନଂରେ ପହଞ୍ଚିଥିଲେ। ହେଲେ ଏବେ ସେ ବିଶ୍ୱର ଦୁଇ ନମ୍ବର ଧନୀ ହୋଇ ଯାଇଥିବା ଫୋର୍ବସ ରିପୋର୍ଟ ପ୍ରକାଶ କରିଛି। ତେବେ ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ତାଲିକାରେ ଗୌତମ ଅଦାନୀ ଏବେ ବି ତୃତୀୟ ସ୍ଥାନରେ ରହିଛନ୍ତି ।

ଫୋର୍ବସର ରିୟଲ ଟାଇମ ବିଲେନିୟର ତାଲିକାରେ ଆଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୧୫୫.୭ ବିଲିୟନ ଡଲାର ରହିଛି। ତାଙ୍କ ସମ୍ପତ୍ତିର ମୂଲ୍ୟ ୫.୫ ବିଲିୟନ ଡଲାର ବା ୪% ବୃଦ୍ଧି ପାଇଛି। ଆଦାନୀ ଆମାଜନର ପ୍ରତିଷ୍ଠାତା ଜେଫ ବେଜୋସଙ୍କୁ ଧନୀ ତାଲିକାର ଦ୍ୱିତୀୟ ସ୍ଥାନରୁ ହଟାଇ ଦେଇଛନ୍ତି। ଏବେ ଆଦାନୀଙ୍କ ଉପରେ କେବଳ ଟେଲସାର ମୁଖ୍ୟ ଏଲନ ମସ୍କ ରହିଛନ୍ତି। ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ୨୭୩.୫ ବିଲିୟନ ଡଲାର।

ଗତ ମାସରେ ମଧ୍ୟ ଗୌତମ ଆଦାନୀ ଲୁଇ ଭୁଇଟନର ବର୍ନାର୍ଡ ଆର୍ନଲ୍ଟଙ୍କୁ ଟପି ତୃତୀୟ ସ୍ଥାନ ଅଧିକାର କରିଥିଲେ । କିନ୍ତୁ ସେହି ସମୟରେ ସେ ଜେଫ୍ ବେଜୋସ୍ ଏବଂ ଏଲନ୍ ମସ୍କଙ୍କ ପଛରେ ଥିଲେ।

ଏବେ ଆର୍ନାଲ୍ଟ ମୋଟ ୧୫୩.୫ ବିଲିୟନ ଡ଼ଲାର ସମ୍ପତ୍ତି ସହ ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । କାରଣ ଶୁକ୍ରବାର ତାଙ୍କର ନିଟ୍ ମୂଲ୍ୟ ୩.୦୮ ପ୍ରତିଶତ ତଥା ୪.୯ ବିଲିୟନ ଡ଼ଲାର ହ୍ରାସ ପାଇଛି। ଅନ୍ୟପକ୍ଷରେ ଜେଫ୍ ବେଜୋସ୍ ବର୍ତ୍ତମାନ ୧୪୯.୭ ବିଲିୟନ ଆମେରିକୀୟ ଡଲାର ମୂଲ୍ୟର ସମ୍ପତ୍ତି ସହ ତାଲିକାରେ ଚତୁର୍ଥ ସ୍ଥାନକୁ ଖସି ଆସିଛନ୍ତି । ତାଙ୍କ ନିଟ୍ ମୂଲ୍ୟ ଶୁକ୍ରବାର ୨.୩ ବିଲିୟନ ଡ଼ଲାର୍ ହ୍ରାସ ପାଇଛି। ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ମୁଖ୍ୟ ମୁକେଶ ଅମ୍ବାନୀ ଏହି ତାଲିକାରେ ଅଷ୍ଟମ ସ୍ଥାନରେ ଅଛନ୍ତି । ତାଙ୍କ ସମ୍ପତ୍ତି ୯୨ ବିଲିୟନ ଆମେରିକୀୟ ଡଲାର ବୋଲି ଆକଳନ କରାଯାଇଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର