ରୁଷ ବିରୋଧୀ ଆଭିମୁଖ୍ୟ ରଖି ଶେଷହେଲା ଜି-୭ ସମ୍ମିଳନୀ: ରୁଷିଆ ସମ୍ପତ୍ତିରେ ପୁନର୍ବିନ୍ୟାସ ହେବ ୟୁକ୍ରେନ

The Sakala Picture
Published On

ରୋମ୍‌: ଇଟାଲୀରେ ଜୁନ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିବା ଜି-୭ ରାଷ୍ଟ୍ର ଗୋଷ୍ଠୀ ସମ୍ମିଳନୀ ଶନିବାର ଶେଷ ହୋଇଛି। ଏହି ସମ୍ମିଳନୀରେ ଆୟୋଜକ ଇଟାଲୀ ବ୍ୟତୀତ ବ୍ରିଟେନ,କାନାଡା, ଆମେରିକା,ଫ୍ରାନ୍ସ, ଜର୍ମାନୀ ଏବଂ ଜାପାନ ଭଳି ବିଶ୍ବର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ଯୋଗ ଦେଇଥିଲା ବେଳେ ମୁଖ୍ୟତଃ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ସବିଶେଷ ଆଲୋଚନା ହୋଇଥିଲା। ଏହିକ୍ରମରେ ରୁଷ ବିରୋଧୀ ଆଭିମୁଖ୍ୟ ରଖି ସବୁ ସଦସ୍ୟ ରାଷ୍ଟ୍ର ୟୁକ୍ରେନକୁ କିଭଳି ସହାୟତା ଯୋଗାଇ […]

ରୋମ୍‌: ଇଟାଲୀରେ ଜୁନ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ତିନି ଦିନ ଧରି ଚାଲିଥିବା ଜି-୭ ରାଷ୍ଟ୍ର ଗୋଷ୍ଠୀ ସମ୍ମିଳନୀ ଶନିବାର ଶେଷ ହୋଇଛି। ଏହି ସମ୍ମିଳନୀରେ ଆୟୋଜକ ଇଟାଲୀ ବ୍ୟତୀତ ବ୍ରିଟେନ,କାନାଡା, ଆମେରିକା,ଫ୍ରାନ୍ସ, ଜର୍ମାନୀ ଏବଂ ଜାପାନ ଭଳି ବିଶ୍ବର ପ୍ରମୁଖ ଶକ୍ତିଶାଳୀ ରାଷ୍ଟ୍ର ଯୋଗ ଦେଇଥିଲା ବେଳେ ମୁଖ୍ୟତଃ ରୁଷ-ୟୁକ୍ରେନ ଯୁଦ୍ଧକୁ ନେଇ ସବିଶେଷ ଆଲୋଚନା ହୋଇଥିଲା। ଏହିକ୍ରମରେ ରୁଷ ବିରୋଧୀ ଆଭିମୁଖ୍ୟ ରଖି ସବୁ ସଦସ୍ୟ ରାଷ୍ଟ୍ର ୟୁକ୍ରେନକୁ କିଭଳି ସହାୟତା ଯୋଗାଇ ଦିଆଯିବ ସେନେଇ ଆଲୋଚନା କରିଥିଲେ।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ଆଲୋଚନାରେ ହୋଇଥିବା ନିଷ୍ପତ୍ତି ଅନୁସାରେ ୟୁକ୍ରେନକୁ ରୁଷ ବିରୋଧରେ ଯୁଦ୍ଧ ଜାରି ରଖିବା ଉଦ୍ଦେଶ୍ୟରେ ବିପୁଳ ଆର୍ଥିକ ସହାୟତା ଯୋଗାଇ ଦେବାକୁ ସବୁ ସଦସ୍ୟ ରାଷ୍ଟ୍ର ସହମତି ପ୍ରକାଶ କରିଛନ୍ତି। ୟୁକ୍ରେନକୁ ୫୦ ବିଲିୟନ ଡଲାର( ପ୍ରାୟ ୪.୨ ଲକ୍ଷ କୋଟି ଟଙ୍କା) ଯୋଗାଇ ଦିଆଯିବ ବୋଲି ସମ୍ମିଳନୀରେ ଘୋଷଣା କରାଯାଇଛି। ତେବେ ସବୁଠୁ ତାତ୍ପର୍ଯ୍ୟପୂର୍ଣ୍ଣ ବିଷୟ ହେଲା ଏହି ପରିମାଣର ଅର୍ଥ ରୁଷିଆ ଠାରୁ ଆଦାୟ କରାଯାଇ ୟୁକ୍ରେନକୁ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ୟୁକ୍ରେନ ବିରୋଧରେ ରୁଷ ଯୁଦ୍ଧ ଆରମ୍ଭ କରିବା ପରେ ଆମେରିକା ସମେତ ବ୍ରିଟେନ ଏବଂ ଅନ୍ୟ ବହୁ ୟୁରୋପୀୟ ରାଷ୍ଟ୍ରରେ ରୁଷର ଗଛିତ ଥିବା ସୁନା ଏବଂ ଅନ୍ୟ ସମ୍ପତ୍ତି ଉପରେ ରୋକ୍‌ ଲଗାଇବା ସହିତ ଏଗୁଡିକୁ ଜବତ କରିନେଇଥିଲେ। ବର୍ତ୍ତମାନ ସେହି ଜବତ ସମ୍ପତ୍ତିରୁ ୟୁକ୍ରେନକୁ ଏହି ପରିମାଣର ସହାୟତା ଯୋଗାଇ ଦିଆଯିବ ବୋଲି କୁହାଯାଇଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଉଲ୍ଲେଖଯୋଗ୍ୟ ଯେ, ଆମେରିକୀୟ ବ୍ୟାଙ୍କ ସମେତ ୟୁରୋପୀୟ ସଂଘରେ ସାମିଲ ଥିବା ବହୁ ରାଷ୍ଟ୍ରରେ ରୁଷିଆର ପର୍ଯ୍ୟାପ୍ତ ସମ୍ପତ୍ତି ମହଜୁଦ ରହିଛି। ଏହିସବୁ ସମ୍ପତ୍ତିରୁ ରୁଷିଆକୁ ବର୍ଷକୁ କେବଳ ସୁଧ ବାବଦରେ ଭାରତୀୟ ମୁଦ୍ରା ଅନୁସାରେ ପ୍ରାୟ ୩୦ ହଜାର କୋଟିରୁ ଅଧିକ ଟଙ୍କା ପ୍ରାପ୍ତ ହୋଇଥାଏ। ତେବେ ବର୍ତ୍ତମାନ ଏହି ଟଙ୍କାରୁ ୟୁକ୍ରେନକୁ ସହାୟତା ଯୋଗାଇ ଦେବାକୁ ଜି-୭ ରାଷ୍ଟ୍ର ସଦସ୍ୟ ସହମତି ଜଣାଇଛନ୍ତି। ୟୁକ୍ରେନର ଅସ୍ତିତ୍ବ ବଞ୍ଚାଇବା ଲାଗି ଆମେରିକା ପ୍ରଥମେ ଏହି ପ୍ରସ୍ତାବ ଦେଇଥିଲା ବେଳେ ପ୍ରାୟ ତିନି ମାସ ଧରି ଏହି ପ୍ରସ୍ତାବ ଉପରେ ଆଲୋଚନା ଚାଲିଥିଲା। ବର୍ତ୍ତମାନ ଏହି ପ୍ରସ୍ତାବକୁ ଜି-୭ ସମ୍ମିଳନୀରେ ଅନୁମୋଦନ ଦିଆଯାଇଛି। ତେବେ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଏଭଳି ଆଭିମୁଖ୍ୟକୁ ନେଇ ରୁଷ କିଭଳି ପ୍ରତିକ୍ରିୟା ଦେଖାଇବ ତାହା ଦେଖିବା ବାକି ରହିଛି। ରୁଷର କୌଣସି ନକାରାତ୍ମକ ପଦକ୍ଷେପ ପୁଣିଥରେ ସାରା ବିଶ୍ବ ପାଇଁ ସମସ୍ୟା ଆଣିପାରେ ବୋଲି ଆଶଙ୍କା ବଢିଛି।

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର