ରାଜପଥ ହେଲା କର୍ତ୍ତବ୍ୟପଥ, ଏନଡିଏମସି ବୈଠକରେ ପ୍ରସ୍ତାବ ଉପରେ ଲାଗିଲା ମୋହର

The Sakala Picture
Published On

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଐତିହାସିକ ରାଜପଥର ନାଁ ପରିବର୍ତ୍ତନ ହୋଇଛି। ଏଣିକି ଦିଲ୍ଲୀର ରାଜପଥକୁ ‘କର୍ତ୍ତବ୍ୟ ପଥ’ ନାମରେ ସମଗ୍ର ବିଶ୍ବ ଜାଣିବ।ଏନେଇ ନୂଆ ଦିଲ୍ଲୀ ନଗର ପାଳିକା ପରିଷଦ ପକ୍ଷରୁ ବୁଧବାର ବସିଥିବା ବୈଠକରେ ଅଣାଯାଇଥିବା ପ୍ରସ୍ତାବ ଉପରେ ମୋହର ଲାଗିଛି ।ଏନଡିଏମସି ଅଧିକାରୀ ଏହା ପୂର୍ବରୁ କହିଥିଲେ କି ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ପ୍ରସ୍ତାବ ପ୍ରାପ୍ତ ହୋଇଛି । ଏହାପରେ ଏହାକୁ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏନଡିଏମସି ର […]

ନୂଆଦିଲ୍ଲୀ : ନୂଆଦିଲ୍ଲୀର ଐତିହାସିକ ରାଜପଥର ନାଁ ପରିବର୍ତ୍ତନ ହୋଇଛି। ଏଣିକି ଦିଲ୍ଲୀର ରାଜପଥକୁ ‘କର୍ତ୍ତବ୍ୟ ପଥ’ ନାମରେ ସମଗ୍ର ବିଶ୍ବ ଜାଣିବ।ଏନେଇ ନୂଆ ଦିଲ୍ଲୀ ନଗର ପାଳିକା ପରିଷଦ ପକ୍ଷରୁ ବୁଧବାର ବସିଥିବା ବୈଠକରେ ଅଣାଯାଇଥିବା ପ୍ରସ୍ତାବ ଉପରେ ମୋହର ଲାଗିଛି ।ଏନଡିଏମସି ଅଧିକାରୀ ଏହା ପୂର୍ବରୁ କହିଥିଲେ କି ସହର ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ପ୍ରସ୍ତାବ ପ୍ରାପ୍ତ ହୋଇଛି । ଏହାପରେ ଏହାକୁ ବୈଠକରେ ମଞ୍ଜୁରୀ ପ୍ରଦାନ କରାଯାଇଛି । ଏନଡିଏମସି ର ଉପାଧ୍ୟକ୍ଷ ସତୀଶ ଉପାଧ୍ୟୟ କହିଛନ୍ତି କି ଏନଡିଏମସି ବୈଠକରେ ଏହି ପ୍ରସ୍ତାବ ପାରିତ ହେବା ପରେ ଏବେ ଏନେଇ ଏକ ଅଧିସୂଚନା ଜାରି କରାଯିବ । ଏହାପରେ ଅନୁମତି ମିଳିବା ପରେ ଇଣ୍ଡିଆ ଗେଟ ନିକଟରେ ଥିବା ନେତାଜୀଙ୍କ ପ୍ରତିମୂର୍ତ୍ତୀ ଠାରୁ ରାଷ୍ଟ୍ରପତି ଭବନ ପର୍ୟ୍ୟନ୍ତ ପୁରା କ୍ଷେତ୍ରକୁ କର୍ତ୍ତବ୍ୟ ପଥ ନାମରେ ନାମିତ କରାଯିବ ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସନ୍ଧ୍ୟାରେ ନୂତନ ରାଜପଥ ଏବଂ ସେଣ୍ଟ୍ରାଲ ଭିଷ୍ଟା ଲନର ଶୁଭାରମ୍ଭ କରିବାକୁ ଯାଉଛନ୍ତି। ଏବେ ନେତାଜୀଙ୍କ ପ୍ରତୀମାଠୁ ନେଇ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ଯାଉଥିବା ମାର୍ଗ ଏବଂ ପୂରା ଅଞ୍ଚଳ କର୍ତ୍ତବ୍ୟପଥ ନାମରେ ପରିଚିତ ହେବ। ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ବାସଭବନ ମାର୍ଗର ନାମ ରେସ୍ କୋର୍ସ ରୋଡରୁ ପରିବର୍ତ୍ତନ କରାଯାଇ ଲୋକ କଲ୍ୟାଣ ମାର୍ଗ କରାଯାଇଥିଲା।ସେହିବର୍ଷ ଔରଙ୍ଗଜେବ ରୋଡ ନାମ ବି ପରିବର୍ତ୍ତନ କରାଯାଇ ଏପିଜି ଅବ୍ଦୁଲ କାଲାମଙ୍କ ନାମରେ ନାମିତ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ପ୍ରଧାନମନ୍ତ୍ରୀ ମୋଦୀ ଲାଲ କିଲାର ପ୍ରଚୀରରୁ ପରାଧୀନତାର ସବୁ ପ୍ରତୀକକୁ ହଟାଇବା ନେଇ ଅନେକ ଥର ନିଜ ବକ୍ତବ୍ୟରେ କହିଥିଲେ। ଏଥିପାଇଁ ରାଜପଥ ନାଁର ପରିବର୍ତ୍ତନ କରାଯିବ ବୋଲି ଅନୁମାନ କରାଯାଉଥିଲା। ରାଜପଥ ନାମ ବଦଳାଇ କର୍ତ୍ତବ୍ୟପଥ କରି କେନ୍ଦ୍ର ସରକାର, ଉପନିବେଶବାଦରେ ପୂର୍ଣ୍ଣଛେଦ ଟାଣିବାକୁ ଆଉ ଏକ ପଦକ୍ଷେପ ନେଇଥିବା ଚର୍ଚ୍ଚା ହେଉଛି।ଚଳିତ ବର୍ଷ  ୭୬ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରି ପ୍ରଧାନମନ୍ତ୍ରୀ ମୋଦୀ ଭାଷଣରେ ୨୦୪୭ ଯାଏଁ କର୍ତ୍ତବ୍ୟର ମହତ୍ୱ ଉପରେ ଜୋର ଦେଇଥିଲେ। ଏବେ ଦେଶ ସ୍ବାଧୀନତାର ୭୫ ବର୍ଷରେ ପଦାର୍ପଣ କରି ସାରିଛି। ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି। ଆଗାମୀ ୨୫ ବର୍ଷ ଭାରତ ପାଇଁ ବେଶ ଗୁରୁତ୍ବପୂର୍ଣ୍ଣ। ଆଗାମୀ ୨୫ ବର୍ଷ ପାଇଁ ଆମକୁ ‘ପଞ୍ଚପ୍ରାଣ’ (ପାଞ୍ଚ ପ୍ରତିଜ୍ଞା) ଉପରେ ଧ୍ୟାନ ଦେବାକୁ ପଡ଼ିବ ବୋଲି ଲାଲ୍‌ କିଲ୍ଲାରେ ଜାତୀୟ ପତାକା ଉତ୍ତୋଳନ କରି ଦେଇଥିବା ଅଭିଭାଷଣରେ ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ। ଏହି ପାଞ୍ଚ ପ୍ରତିଜ୍ଞା ମଧ୍ୟରେ ଦେଶର କୌଣସି ବି କୋଣ ଅନୁକୋଣରେ ଗୋଲାମୀର ଅଂଶ ରହିବ ନାହିଁ। ଏବଂ ନାଗରିକମାନଙ୍କର କର୍ତ୍ତବ୍ୟ ଉପରେ ଧ୍ୟାନ ଦେବାକୁ କହିଥିଲେ। ଏଣୁ କର୍ତ୍ତବ୍ୟପଥ ନାମକରଣ ପଛରେ ଏହି ଦୁଇ କାରଣ ଥାଇପାରେ ବୋଲି ଚର୍ଚ୍ଚା ହେଉଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଅନ୍ୟପଟେ କେନ୍ଦ୍ର ମନ୍ତ୍ରୀ ମୀନାକ୍ଷୀ ଲେଖି ରାଜପଥର ନାମ ବଦଳାଇବା ଉପରେ କହିଛନ୍ତି ଯେ, ଆମକୁ ସ୍ଵାଧୀନତା ମିଳିବା ପରେ ବି ଆମେ ଔପନିବେଶବାଦକୁ ଆଗକୁ ବଢାଇ ଚାଲିଛନ୍ତି। ରାଜପଥ ଦର୍ଶାଉଛି ଯେ, ଆପଣ କେବଳ ରାଜା ପାଇଁ ଆସିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ, ଦେଶ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳନ କରୁଛି। ଏବେ ଆମକୁ ସାମ୍ରାଜ୍ୟବାଦୀ ନୀତି, ପ୍ରତୀକକୁ ସମାପ୍ତ କରିବାକୁ ପଡିବ। ଏଥିପାଇଁ ରାଜପଥ ନାମ ବଦଳାଯାଇ କର୍ତ୍ତବ୍ୟପଥ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର