‘କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ଗ୍ରାଜୁଏଟଙ୍କୁ ମିଳିବ ମାସକୁ ତିନି ହଜାର ଟଙ୍କା, ମିଳିବ ମାଗଣା ବିଜୁଳି’

The Sakala Picture
Published On

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାହୁଲ ଗାନ୍ଧିଙ୍କ ଯୁବ କ୍ରାନ୍ତି ସମାବେଶ । କର୍ଣ୍ଣାଟକରେ ଯଦି କଂଗ୍ରେସ ସରକାରକୁ ଆସେ ତେବେ ଚାକିରି ପାଇ ନଥିବା ସମସ୍ତ ଗ୍ରାଜୁଏଟଙ୍କୁ ତିନି ବର୍ଷ ଯାଏଁ ପ୍ରତି ମାସକୁ ମିଳିବ ତିନି ହଜାର ଟଙ୍କା । କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏପରି ଘୋଷଣା କରିଛନ୍ତି । ସେହିପରି ଡିପ୍ଲୋମାଧାରୀମାନେ ମାସିକ ୧୫ ଶହ ଟଙ୍କା ଲେଖାଏ ପାଇବେ। ସେମାନଙ୍କୁ ମଧ୍ୟ ୨ ବର୍ଷ ଯାଏ […]

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାହୁଲ ଗାନ୍ଧିଙ୍କ ଯୁବ କ୍ରାନ୍ତି ସମାବେଶ । କର୍ଣ୍ଣାଟକରେ ଯଦି କଂଗ୍ରେସ ସରକାରକୁ ଆସେ ତେବେ ଚାକିରି ପାଇ ନଥିବା ସମସ୍ତ ଗ୍ରାଜୁଏଟଙ୍କୁ ତିନି ବର୍ଷ ଯାଏଁ ପ୍ରତି ମାସକୁ ମିଳିବ ତିନି ହଜାର ଟଙ୍କା । କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏପରି ଘୋଷଣା କରିଛନ୍ତି । ସେହିପରି ଡିପ୍ଲୋମାଧାରୀମାନେ ମାସିକ ୧୫ ଶହ ଟଙ୍କା ଲେଖାଏ ପାଇବେ। ସେମାନଙ୍କୁ ମଧ୍ୟ ୨ ବର୍ଷ ଯାଏ ଏପରି ଭତ୍ତା ଯୋଗାଇ ଦିଆଯିବ। ଏହା ସହ ଲୋକଙ୍କୁ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।

ଆହୁରି ପଢ଼ନ୍ତୁ: "ନାଟୋ ଏକ ପେପର ଟାଇଗର": ହୋରମୁଜ୍ ପ୍ରଣାଳୀ ଓ ଇରାନ ଚୁକ୍ତି ନେଇ ଡୋନାଲ୍ଡ ଟ୍ରମ୍ପଙ୍କ ବଡ଼ ବୟାନ

ରାହୁଲ ଆହୁରି ମଧ୍ୟ କହିଛନ୍ତି କି ଭାରତ ଯୋଡ଼ ଯାତ୍ରା ବେଳେ ଯୁବବର୍ଗ ମୋ ପାଖକୁ ଆସିଥିଲେ, ସେମାନେ ବେରୋଜଗାର ଥିବା କହିଥିଲେ । ତେଣୁ ତାଙ୍କୁ ଭତ୍ତା ଆକାରରେ ଏହି ଟଙ୍କା ଦେବାକୁ କହିଛନ୍ତି ରାହୁଲ । ରାହୁଲ ଆହୁରି କହିଛନ୍ତି ଯେ, ଆମେ ୫ ବର୍ଷ ଭିତରେ ୧୦ ଲକ୍ଷ ଯୁବଗୋଷ୍ଠିଙ୍କୁ ଚାକିରି ଦେବୁ । ରାଜ୍ୟରେ ଖାଲି ପଡ଼ିଥିବା ୨.୫ ଲକ୍ଷ ପଦବୀ ପୂରଣ ହେବ । ବିପିଏଲ ତାଲିକାରେ ଥିବା ମହିଳାମାନେ ମାସକୁ ୩ ହଜାର ଟଙ୍କା ଏବଂ ପରିବାର ପିଛା ୧୦ କେଜି ଚାଉଳ ପାଇବେ । ସେମାନଙ୍କୁ ୨ ହଜାର ୟୁନିଟ ଯାଏ ମାଗଣା ବିଜୁଳି ବି ମିଳିବ ବୋଲି ରାହୁଲ ଗାନ୍ଧି ଘୋଷଣା କରିଛନ୍ତି ।

ଆହୁରି ପଢ଼ନ୍ତୁ: "ଏଠାରୁ ଟ୍ରାଫିକ୍ ହଟାଅ": ରାଲି ଯୋଗୁଁ ରାସ୍ତା ଜାମ୍ ହେବାରୁ ମନ୍ତ୍ରୀ ଗିରୀଶ ମହାଜନଙ୍କ ଉପରେ ବର୍ଷିଲେ ମୁମ୍ବାଇର ମହିଳା

20 Mar 2023 By The Sakala

‘କର୍ଣ୍ଣାଟକରେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ଗ୍ରାଜୁଏଟଙ୍କୁ ମିଳିବ ମାସକୁ ତିନି ହଜାର ଟଙ୍କା, ମିଳିବ ମାଗଣା ବିଜୁଳି’

ବେଙ୍ଗାଲୁରୁ: କର୍ଣ୍ଣାଟକରେ ରାହୁଲ ଗାନ୍ଧିଙ୍କ ଯୁବ କ୍ରାନ୍ତି ସମାବେଶ । କର୍ଣ୍ଣାଟକରେ ଯଦି କଂଗ୍ରେସ ସରକାରକୁ ଆସେ ତେବେ ଚାକିରି ପାଇ ନଥିବା ସମସ୍ତ ଗ୍ରାଜୁଏଟଙ୍କୁ ତିନି ବର୍ଷ ଯାଏଁ ପ୍ରତି ମାସକୁ ମିଳିବ ତିନି ହଜାର ଟଙ୍କା । କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ପୂର୍ବରୁ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଏପରି ଘୋଷଣା କରିଛନ୍ତି । ସେହିପରି ଡିପ୍ଲୋମାଧାରୀମାନେ ମାସିକ ୧୫ ଶହ ଟଙ୍କା ଲେଖାଏ ପାଇବେ। ସେମାନଙ୍କୁ ମଧ୍ୟ ୨ ବର୍ଷ ଯାଏ ଏପରି ଭତ୍ତା ଯୋଗାଇ ଦିଆଯିବ। ଏହା ସହ ଲୋକଙ୍କୁ ମାଗଣା ବିଜୁଳି ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି ରାହୁଲ ।

ରାହୁଲ ଆହୁରି ମଧ୍ୟ କହିଛନ୍ତି କି ଭାରତ ଯୋଡ଼ ଯାତ୍ରା ବେଳେ ଯୁବବର୍ଗ ମୋ ପାଖକୁ ଆସିଥିଲେ, ସେମାନେ ବେରୋଜଗାର ଥିବା କହିଥିଲେ । ତେଣୁ ତାଙ୍କୁ ଭତ୍ତା ଆକାରରେ ଏହି ଟଙ୍କା ଦେବାକୁ କହିଛନ୍ତି ରାହୁଲ । ରାହୁଲ ଆହୁରି କହିଛନ୍ତି ଯେ, ଆମେ ୫ ବର୍ଷ ଭିତରେ ୧୦ ଲକ୍ଷ ଯୁବଗୋଷ୍ଠିଙ୍କୁ ଚାକିରି ଦେବୁ । ରାଜ୍ୟରେ ଖାଲି ପଡ଼ିଥିବା ୨.୫ ଲକ୍ଷ ପଦବୀ ପୂରଣ ହେବ । ବିପିଏଲ ତାଲିକାରେ ଥିବା ମହିଳାମାନେ ମାସକୁ ୩ ହଜାର ଟଙ୍କା ଏବଂ ପରିବାର ପିଛା ୧୦ କେଜି ଚାଉଳ ପାଇବେ । ସେମାନଙ୍କୁ ୨ ହଜାର ୟୁନିଟ ଯାଏ ମାଗଣା ବିଜୁଳି ବି ମିଳିବ ବୋଲି ରାହୁଲ ଗାନ୍ଧି ଘୋଷଣା କରିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର