ଭୋପାଳରେ ଅଭାବନୀୟ ଘଟଣା: କମଳା ନେହେରୁ ହସ୍ପିଟାଲରେ ଅଗ୍ନିକାଣ୍ଡ, ୪ ନବଜାତ ଶିଶୁ ମୃତ

The Sakala Picture
Published On

ଭୋପାଳ: ମଧ୍ୟପ୍ରଦେଶର ଭୋପାଳର ଏକ ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଚାରିଜଣ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।। କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩୬ଜଣ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ସୂଚନା ଅନୁଯାୟୀ, ଗତକାଲି ରାତିରେ କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିଯାଇଥିଲା। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଶୀଘ୍ର ଚାରିଆଡ଼େ […]

ଭୋପାଳ: ମଧ୍ୟପ୍ରଦେଶର ଭୋପାଳର ଏକ ସରକାରୀ ଡାକ୍ତରଖାନାରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ଚାରିଜଣ ନବଜାତ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି।। କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ୩୬ଜଣ ନବଜାତ ଶିଶୁଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟା ବିଭୀଷିକା: ସୁଡ଼ଙ୍ଗରେ ଫସିଛନ୍ତି ଶତାଧିକ ଶ୍ରମିକ, ଜୀବନ ବଞ୍ଚାଇବାକୁ ଚାଲିଛି ଆପ୍ରାଣ ଚେଷ୍ଟା

ସୂଚନା ଅନୁଯାୟୀ, ଗତକାଲି ରାତିରେ କମଳା ନେହେରୁ ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିଯାଇଥିଲା। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଯାଇଥିବା ଜଣାପଡ଼ିଛି। ନିଆଁର ପ୍ରକୋପ ଏତେ ଅଧିକ ଥିଲା ଯେ ଶୀଘ୍ର ଚାରିଆଡ଼େ ବ୍ୟାପିଯାଇଥିଲା। ତୁରନ୍ତ ଶିଶୁଙ୍କୁ ଅନ୍ୟ ଏକ ୱାର୍ଡକୁ ସ୍ଥାନାନ୍ତର କରାଯାଇଥିଲା। ନିଆଁକୁ ଆୟତ୍ତ କରିବାକୁ ୮ଟି ଦମକଳ ବାହିନୀ ଲାଗିଥିଲେ। ଏହା ଭିତରେ ୪ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିଲା।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ତେବେ ଏହି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ। ମୃତକଙ୍କ ପରିବାରକୁ ୪ଲକ୍ଷ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରିବା ପାଇଁ ଘୋଷଣା କରାଯାଇଛି। ନିଆଁ ଲିଭାଇବା ପାଇଁ ହସ୍ପିଟାଲରେ କୌଣସି ବ୍ୟବସ୍ଥା ନଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର