ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ମନୋହର ଯୋଶୀଙ୍କ ପରଲୋକ

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବରିଷ୍ଠ ନେତା ମନୋହର ଯୋଶୀଙ୍କ ଦେହାନ୍ତ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୮୬ ବର୍ଷରେ ତାଙ୍କର ପରଲୋକ ହୋଇଛି । ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ମନୋହର ଯୋଶୀଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ହୃଦଘାତ ହୋଇଥିବା ଡାକ୍ତରମାନେ କହିଥିଲେ। ଗୁରୁବାର ରାତି ୩ଟା ୦୨ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ଫେବ୍ରୁଆରୀ ୨୧ରେ ମନୋହର ଯୋଶୀଙ୍କୁ ହାର୍ଟଆଟାକ୍ […]

ମୁମ୍ବାଇ: ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଶିବସେନାର ବରିଷ୍ଠ ନେତା ମନୋହର ଯୋଶୀଙ୍କ ଦେହାନ୍ତ । ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ୮୬ ବର୍ଷରେ ତାଙ୍କର ପରଲୋକ ହୋଇଛି । ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ମନୋହର ଯୋଶୀଙ୍କୁ ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ହୃଦଘାତ ହୋଇଥିବା ଡାକ୍ତରମାନେ କହିଥିଲେ। ଗୁରୁବାର ରାତି ୩ଟା ୦୨ ମିନିଟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି ।

ଆହୁରି ପଢ଼ନ୍ତୁ: ଗୁଜରାଟର ଏକ ଫାର୍ମା କମ୍ପାନୀରେ ଭୟାବହ ରିଆକ୍ଟର ବିସ୍ଫୋରଣ: ୫ ମୃତ, ୬ ଆହତ

ଫେବ୍ରୁଆରୀ ୨୧ରେ ମନୋହର ଯୋଶୀଙ୍କୁ ହାର୍ଟଆଟାକ୍ ଆସିଥିଲେ । ପରେ ତାଙ୍କୁ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଘନଉଛି ଯୁଦ୍ଧ ଆଶଙ୍କା: ଆମେରିକାର ଅତ୍ୟାଧୁନିକ ଏମକ୍ୟୁ-୯ ରିପର୍ ଡ୍ରୋନ୍‌କୁ ଖସାଇଲା ଇରାନ

ମନୋହର ଯୋଶୀ ଶିବସେନାର ଜଣେ ବରିଷ୍ଠ ନେତା ଥିଲେ। ଯୋଶୀ ୧୯୯୫ ରୁ ୧୯୯୯ ପର୍ଯ୍ୟନ୍ତ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଥିଲେ ଏବଂ ଶିବସେନା ଦଳର ପ୍ରଥମ ନେତା ଯିଏକି ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଥିଲେ। ଏହା ବ୍ୟତୀତ ମନୋହର ଯୋଶୀ ମଧ୍ୟ ଜଣେ ସାଂସଦ ରହିବା ସହ ତତ୍କାଳୀନ ବାଜପେୟୀ ସରକାରରେ ୨୦୦୨ ରୁ ୨୦୦୪ ପର୍ଯ୍ୟନ୍ତ ଲୋକସଭା ବାଚସ୍ପତି ମଧ୍ୟ ଥିଲେ।

ଆହୁରି ପଢ଼ନ୍ତୁ: ସାଉଦି ଆରବର ଦମ୍ମାମ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ମୃତ୍ୟୁ, ୨ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର