ରେଲୱେ ଷ୍ଟେସନରେ ଫୁଟ୍‌ ଓଭର ବ୍ରିଜ୍‌ ସ୍ଲାବ୍‌ ଖସି ଜଣେ ମୃତ, ୨୦ ଯାତ୍ରୀ ଆହତ

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ରରେ ରବିବାର ଅପରାହ୍ନରେ ଏକ ରେଲୱେ ଷ୍ଟେସନରେ ଫୁଟ ଓଭର ବ୍ରିଜ୍‌ ସ୍ଲାବ୍‌ ଖସିପଡ଼ିବାରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା କୁହାଯାଇଛି। ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ଚନ୍ଦ୍ରପୁର ଷ୍ଟେସନର ଫୁଟ ଓଭର ବ୍ରିଜ୍‌ରେ ଯାତ୍ରୀମାନେ ଯାଉଥିବା ବେଳେ ଅଚାନକ ଭାବେ ଗ୍ରାଉଣ୍ଡ ସ୍ଲାବ ଖସିପଡ଼ିଥିଲା। ଫଳରେ ଏହି ବ୍ରିଜ୍‌ରେ ଯାଉଥିବା ଯାତ୍ରୀମାନେ ପ୍ରାୟ ୬୦ ଫୁଟ୍‌ ତଳକୁ […]

ମୁମ୍ବାଇ: ମହାରାଷ୍ଟ୍ରରେ ରବିବାର ଅପରାହ୍ନରେ ଏକ ରେଲୱେ ଷ୍ଟେସନରେ ଫୁଟ ଓଭର ବ୍ରିଜ୍‌ ସ୍ଲାବ୍‌ ଖସିପଡ଼ିବାରୁ ଜଣେ ମୃତ୍ୟୁବରଣ କରିଥିବାବେଳେ ପ୍ରାୟ ୨୦ ଜଣ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗମ୍ଭୀର ରହିଥିବା କୁହାଯାଇଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ମିଳିଥିବା ସୂଚନା ଅନୁସାରେ, ମହାରାଷ୍ଟ୍ରର ଚନ୍ଦ୍ରପୁର ଷ୍ଟେସନର ଫୁଟ ଓଭର ବ୍ରିଜ୍‌ରେ ଯାତ୍ରୀମାନେ ଯାଉଥିବା ବେଳେ ଅଚାନକ ଭାବେ ଗ୍ରାଉଣ୍ଡ ସ୍ଲାବ ଖସିପଡ଼ିଥିଲା। ଫଳରେ ଏହି ବ୍ରିଜ୍‌ରେ ଯାଉଥିବା ଯାତ୍ରୀମାନେ ପ୍ରାୟ ୬୦ ଫୁଟ୍‌ ତଳକୁ ଟ୍ରାକ୍‌ରେ ପଡ଼ିଥିଲେ। କିଛି ଯାତ୍ରୀ ସ୍ଲାବ ତଳେ ଚାପି ହୋଇଯାଇଥିଲା ବେଳେ ଆଉ କିଛି ଯାତ୍ରୀ ଟ୍ରାକ୍‌ ଉପରେ ପଡ଼ି ଗୁରୁତର ଆହତ ହୋଇଥିଲେ। ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଏହି ସମୟରେ ସଂପୃକ୍ତ ଟ୍ରାକ୍‌ ଦେଇ କୌଣସି ଟ୍ରେନ ଆସୁ ନଥିଲା। ନଚେତ ଅନେକ ଯାତ୍ରୀଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥାଆନ୍ତା ବୋଲି କୁହାଯାଉଛି। ତଥାପି ଏହି ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ପ୍ରାୟ ୨୦ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଦୁର୍ଘଟଣାର କାରଣ କ’ଣ ଥିଲା ତାହାର ଯାଞ୍ଚ ପାଇଁ ରେଳବାଇ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର