ଆଫଗାନିସ୍ତାନରେ ଭୟଙ୍କର ଖାଦ୍ୟ ସଙ୍କଟ; ଖାଦ୍ୟ ପାଇଁ ନିଜ ଝିଅ ଏବଂ କିଡ୍‌ନୀ ବିକ୍ରି କରୁଛନ୍ତି ଲୋକେ

The Sakala Picture
Published On

କାବୁଲ(ଏଜେନ୍ସି): ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ତାଲିବାନର ଆଫଗାନିସ୍ତାନ ଦଖଲ ପରଠାରୁ ଏହା ଅଧିକ ବିଗିଡି ଯାଇଛି। ଦେଶରେ ଗୁରୁତର ଖାଦ୍ୟ ସଙ୍କଟ ଦେଖାଦେଇଥିବାରୁ ଲୋକେ ଜୀବନଯାପନ ପାଇଁ ସଂଘର୍ଷ କରୁଛନ୍ତି। ଅନେକ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି। ଲୋକଙ୍କୁ ଦିନକୁ ଥରୁଟିଏ ବି ଖାଇବାକୁ ମିଳୁନାହିଁ। ଶିଶୁ ଅତି କଷ୍ଟରେ ଜୀବନଯାପନ କରୁଛନ୍ତି। ଭୋକର ଜ୍ବାଳାରେ ସେମାନଙ୍କୁ ନିଦ ହେଉନାହିଁ। ଏଥିଯୋଗୁଁ ଲୋକେ ବାଧ୍ୟ ହୋଇ ପିଲାଙ୍କୁ ନିଦ ବଟିକା ଖୁଆଇ […]

କାବୁଲ(ଏଜେନ୍ସି): ଆଫଗାନିସ୍ତାନ ସ୍ଥିତି ଦିନକୁ ଦିନ ଉତ୍କଟ ହେବାରେ ଲାଗିଛି। ତାଲିବାନର ଆଫଗାନିସ୍ତାନ ଦଖଲ ପରଠାରୁ ଏହା ଅଧିକ ବିଗିଡି ଯାଇଛି। ଦେଶରେ ଗୁରୁତର ଖାଦ୍ୟ ସଙ୍କଟ ଦେଖାଦେଇଥିବାରୁ ଲୋକେ ଜୀବନଯାପନ ପାଇଁ ସଂଘର୍ଷ କରୁଛନ୍ତି। ଅନେକ ମୃତ୍ୟୁକୁ ଅପେକ୍ଷା କରି ରହିଛନ୍ତି। ଲୋକଙ୍କୁ ଦିନକୁ ଥରୁଟିଏ ବି ଖାଇବାକୁ ମିଳୁନାହିଁ। ଶିଶୁ ଅତି କଷ୍ଟରେ ଜୀବନଯାପନ କରୁଛନ୍ତି। ଭୋକର ଜ୍ବାଳାରେ ସେମାନଙ୍କୁ ନିଦ ହେଉନାହିଁ। ଏଥିଯୋଗୁଁ ଲୋକେ ବାଧ୍ୟ ହୋଇ ପିଲାଙ୍କୁ ନିଦ ବଟିକା ଖୁଆଇ ଶୁଆଉଛନ୍ତି। ଅନେକ ଲୋକେ ଖାଦ୍ୟ ପାଇଁ ନିଜ ଝିଅ ଏବଂ କିଡ୍‌ନୀ ବିକ୍ରି କରୁଛନ୍ତି। ତାଲିବାନ ଲୋକଙ୍କୁ ଏବଂ ସେମାନଙ୍କ ଅଧିକାରକୁ ଅଣଦେଖା କରିବାରେ ଲାଗିଛି। ତାଲିବାନ କବ୍‌ଜା ପରଠାରୁ ଦେଶକୁ ବିଦେଶୀ ସହାୟତା ମିଳିପାରୁନାହିଁ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ଆଫଗନିସ୍ତାନର ତୃତୀୟ ବୃହତ ସହର ହେରାତ୍‌ର ମାଟି ଘରେ ଅନେକ ଲୋକଙ୍କୁ ଖାଇବାକୁ ମିଳୁନାହିଁ। ସ୍ଥାନୀୟ ଅଧିବାସୀଙ୍କ ଅନୁୟାୟୀ ଖାଦ୍ୟ ମିଲୁ ନ ଥିବାରୁ ମାସକୁ ଅଧିକାଂଶ ଦିନ ଭୋକ ଉପାସରେ ରହିବାକୁ ପଡୁଛି। ପିଲାଛୁଆ ଭୋକରେ ଆଉଟପାଉଟୁ ହେଉଛନ୍ତି। ସାରାରାତି ଶୋଇ ନ ପାରି କାନ୍ଦୁଛନ୍ତି। ଫଳରେ ସେମାନେ ନିଦ ଔଷଧ ଦେଇ ପିଲାଙ୍କୁ ଶୁଆଉଛନ୍ତି। ଗୁଲାନ ହଜରତ ନିଜର ବର୍ଷକର ଶିଶୁକୁ ମଧ୍ୟ ଏହି ଔଷଧ ଖାଇବାକୁ ଦେଉଛନ୍ତି। ତେବେ ଡାକ୍ତରଙ୍କ ଅନୁଯାୟୀ ଅବସାଦଗ୍ରସ୍ତ ବ୍ୟକ୍ତିଙ୍କୁ ଏହି ଔଷଧ ଖାଇବାକୁ ଦିଆଯାଇଥାଏ। ଏହାକୁ ନିୟମିତ ଖାଇବାକୁ ଦିଆଯାଇପାରିବ ନାହିଁ। ସବୁବେଳେ ଖାଇଲେ ଲିଭର ଖରାପ ହେବାର ସମ୍ଭାବନା ରହିଛି।

ଆହୁରି ପଢ଼ନ୍ତୁ: ପ୍ରତିରକ୍ଷା ବାହିନୀ ପାଇଁ ୧.୧୦ ଲକ୍ଷ କୋଟି ଟଙ୍କାର ଅସ୍ତ୍ରଶସ୍ତ୍ର ଓ ଉପକରଣ କ୍ରୟ ପ୍ରସ୍ତାବକୁ DACର ମଞ୍ଜୁରୀ

ରିପୋର୍ଟ ଅନୁଯାୟୀ ଖାଦ୍ୟ ସଙ୍କଟ ଯୋଗୁଁ ବିବାହ ନାମରେ କମ୍‌ ବୟସର ଶିଶୁକନ୍ୟାଙ୍କୁ ବିକ୍ରି କରାଯାଉଛି। ୫୦ ହଜାରରୁ ୨ ଲକ୍ଷ ଟଙ୍କାରେ ଝିଅଙ୍କୁ ବିକାଯାଉଛି। ପାହିମାଙ୍କ ଅନୁଯାୟୀ ତାଙ୍କ ପତି ୬ ବର୍ଷ ଏବଂ ଦେଢ଼ ବର୍ଷର ଝିଅକୁ ୩୩୫୦ ଡଲାର (ପ୍ରାୟ ୨.୫ ଲକ୍ଷ ଟଙ୍କା)ରେ ବିକି ଦେଇଛନ୍ତି। ଏହି ଅର୍ଥ ମଧ୍ୟ ଏକାଥରକେ ଦିଆଯାଉନାହିଁ। ଏହି ସବୁ ସମସ୍ୟାରୁ ତାଲିବାନ ହାତ ପୋଛି ନେଇଛି। ଅଧିକାରୀଙ୍କ ଅନୁଯାୟୀ ଏଥିପାଇଁ ସରକାର ନୁହେଁ, ଖରାପ ଅର୍ଥବ୍ୟବସ୍ଥା ଦାୟୀ। ଆମେରିକା ବିଦେଶରେ ଥିବା ଅର୍ଥ ଦେଉ ନ ଥିବାରୁ ଏପରି ସ୍ଥିତି ସୃଷ୍ଟି ହୋଇଛି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର