ସଂସଦରେ ଆଜି ଉପସ୍ଥାପନ ହେବ ବଜେଟ: ଉଚ୍ଚ ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ନିଯୁକ୍ତି ସୃଷ୍ଟି ବଡ଼ ଆହ୍ବାନ

The Sakala Picture
Published On

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆର୍ଥିକବର୍ଷ ୨୦୨୪-୨୫ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ। ଚଳିତବର୍ଷ ସାଧାରଣ ନିର୍ବାଚନ ଥିବାରୁ ଏକ ପୂର୍ଣ୍ଣାଙ୍ଗ ବଜେଟ ସ୍ଥାନରେ ଫେବୃଆରୀରେ ସରକାର ଏକ ଅନ୍ତରୀଣ ବଜେଟ ଆଗତ କରିଥିଲେ। ଆସନ୍ତାକାଲି ଅର୍ଥମନ୍ତ୍ରୀ ସଂସଦରେ ପୂର୍ବାହ୍ନ ୧୧ଟାରେ ବଜେଟ ଆଗତ କରିବେ। ଅର୍ଥମନ୍ତ୍ରୀ ଭାବେ ନିର୍ମଳାଙ୍କର କ୍ରମାଗତ ଭାବେ ଏହା ହେବ ୭ମ ବଜେଟ। ଏହି ବଜେଟରୁ ଜନସାଧାରଣଙ୍କଠାରୁ ଆରମ୍ଭ କରି କରଦାତା, ଉଦ୍ୟୋଗୀ, ଉଭୟ ସରକାରୀ ଓ […]

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆର୍ଥିକବର୍ଷ ୨୦୨୪-୨୫ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ। ଚଳିତବର୍ଷ ସାଧାରଣ ନିର୍ବାଚନ ଥିବାରୁ ଏକ ପୂର୍ଣ୍ଣାଙ୍ଗ ବଜେଟ ସ୍ଥାନରେ ଫେବୃଆରୀରେ ସରକାର ଏକ ଅନ୍ତରୀଣ ବଜେଟ ଆଗତ କରିଥିଲେ। ଆସନ୍ତାକାଲି ଅର୍ଥମନ୍ତ୍ରୀ ସଂସଦରେ ପୂର୍ବାହ୍ନ ୧୧ଟାରେ ବଜେଟ ଆଗତ କରିବେ। ଅର୍ଥମନ୍ତ୍ରୀ ଭାବେ ନିର୍ମଳାଙ୍କର କ୍ରମାଗତ ଭାବେ ଏହା ହେବ ୭ମ ବଜେଟ। ଏହି ବଜେଟରୁ ଜନସାଧାରଣଙ୍କଠାରୁ ଆରମ୍ଭ କରି କରଦାତା, ଉଦ୍ୟୋଗୀ, ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀ ସମସ୍ତେ ଅନେକ କିଛି ଆଶା ରଖୁଛନ୍ତି। ଚାକିରିଆମାନେ ଏଥିରୁ ବଡ ଧରଣର ଟିକସ ରିଆତି ଆଶା ରଖୁଥିବାେବଳେ ଗୃହିଣୀ ଦରଦାମ୍ ହ୍ରାସ ଏବଂ ଯୁବବର୍ଗ ନିଯୁକ୍ତି ସୃଷ୍ଟି ନେଇ ଆଶାବାଦୀ। ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ବଜେଟରେ ବୃତ୍ତିଧାରୀ କରଦାତା ଟିକସ ସ୍ଲାବ୍ ଏବଂ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ରେ ବୃଦ୍ଧି ଆଶା ରଖିଛନ୍ତି। ଆହୁରିମଧ୍ୟ ୨୦୨୪-୨୫ ଆର୍ଥିକବର୍ଷର ସାଧାରଣ ବଜେଟ ଆଗତ କରିବା ସରକାରଙ୍କ ପାଇଁ ଏତେ ସହଜ ହେବନାହିଁ। ଏଥିରେ ସରକାରଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ। ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଘରୋଇ ଚାହିଦା ସହ ନିଯୁକ୍ତିରେ ହ୍ରାସ ସରକାରଙ୍କ ପାଇଁ ବିଶେଷ ଚିନ୍ତାର ବିଷୟ ପାଲଟିବ। ବିଶେଷଜ୍ଞମାନେ ସରକାରଙ୍କୁ ଟିକସ ହ୍ରାସ ସହ ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧି ଭଳି ଗ୍ରାହକଙ୍କ ଖର୍ଚ୍ଚରେ ଉନ୍ନତି ଆଣିବା ଏବଂ ଦୀର୍ଘକାଳୀନ ନିଯୁକ୍ତି ଅଭିବୃଦ୍ଧିକୁ ବଢ଼ାଇବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରିଛନ୍ତି।

ଆହୁରି ପଢ଼ନ୍ତୁ: ଶତ୍ରୁ ଶିବିରରେ ହାହାକାର ସୃଷ୍ଟି କରିବ ‘ପ୍ରୋଜେକ୍ଟ କାଲ୍’: ଭାରତ ପ୍ରସ୍ତୁତ କରୁଛି ୧୦୦୦ କିମି ରେଞ୍ଜର ଘାତକ ଡ୍ରୋନ୍

23 Jul 2024 By The Sakala

ସଂସଦରେ ଆଜି ଉପସ୍ଥାପନ ହେବ ବଜେଟ: ଉଚ୍ଚ ମୁଦ୍ରାସ୍ଫୀତି ନିୟନ୍ତ୍ରଣ, ନିଯୁକ୍ତି ସୃଷ୍ଟି ବଡ଼ ଆହ୍ବାନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଆର୍ଥିକବର୍ଷ ୨୦୨୪-୨୫ ପାଇଁ ସଂସଦରେ ବଜେଟ ଉପସ୍ଥାପନ କରିବେ। ଚଳିତବର୍ଷ ସାଧାରଣ ନିର୍ବାଚନ ଥିବାରୁ ଏକ ପୂର୍ଣ୍ଣାଙ୍ଗ ବଜେଟ ସ୍ଥାନରେ ଫେବୃଆରୀରେ ସରକାର ଏକ ଅନ୍ତରୀଣ ବଜେଟ ଆଗତ କରିଥିଲେ। ଆସନ୍ତାକାଲି ଅର୍ଥମନ୍ତ୍ରୀ ସଂସଦରେ ପୂର୍ବାହ୍ନ ୧୧ଟାରେ ବଜେଟ ଆଗତ କରିବେ। ଅର୍ଥମନ୍ତ୍ରୀ ଭାବେ ନିର୍ମଳାଙ୍କର କ୍ରମାଗତ ଭାବେ ଏହା ହେବ ୭ମ ବଜେଟ। ଏହି ବଜେଟରୁ ଜନସାଧାରଣଙ୍କଠାରୁ ଆରମ୍ଭ କରି କରଦାତା, ଉଦ୍ୟୋଗୀ, ଉଭୟ ସରକାରୀ ଓ ବେସରକାରୀ କର୍ମଚାରୀ ସମସ୍ତେ ଅନେକ କିଛି ଆଶା ରଖୁଛନ୍ତି। ଚାକିରିଆମାନେ ଏଥିରୁ ବଡ ଧରଣର ଟିକସ ରିଆତି ଆଶା ରଖୁଥିବାେବଳେ ଗୃହିଣୀ ଦରଦାମ୍ ହ୍ରାସ ଏବଂ ଯୁବବର୍ଗ ନିଯୁକ୍ତି ସୃଷ୍ଟି ନେଇ ଆଶାବାଦୀ। ମୁଦ୍ରାସ୍ଫୀତି ବୃଦ୍ଧି ମଧ୍ୟରେ ବଜେଟରେ ବୃତ୍ତିଧାରୀ କରଦାତା ଟିକସ ସ୍ଲାବ୍ ଏବଂ ଷ୍ଟାଣ୍ଡାର୍ଡ ଡିଡକ୍ସନ୍ରେ ବୃଦ୍ଧି ଆଶା ରଖିଛନ୍ତି। ଆହୁରିମଧ୍ୟ ୨୦୨୪-୨୫ ଆର୍ଥିକବର୍ଷର ସାଧାରଣ ବଜେଟ ଆଗତ କରିବା ସରକାରଙ୍କ ପାଇଁ ଏତେ ସହଜ ହେବନାହିଁ। ଏଥିରେ ସରକାରଙ୍କୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡିପାରେ। ଉଚ୍ଚ ମୁଦ୍ରାସ୍ଫୀତି ଯୋଗୁ ଘରୋଇ ଚାହିଦା ସହ ନିଯୁକ୍ତିରେ ହ୍ରାସ ସରକାରଙ୍କ ପାଇଁ ବିଶେଷ ଚିନ୍ତାର ବିଷୟ ପାଲଟିବ। ବିଶେଷଜ୍ଞମାନେ ସରକାରଙ୍କୁ ଟିକସ ହ୍ରାସ ସହ ଗ୍ରାମାଞ୍ଚଳର ଭିତ୍ତିଭୂମି ବୃଦ୍ଧି ଭଳି ଗ୍ରାହକଙ୍କ ଖର୍ଚ୍ଚରେ ଉନ୍ନତି ଆଣିବା ଏବଂ ଦୀର୍ଘକାଳୀନ ନିଯୁକ୍ତି ଅଭିବୃଦ୍ଧିକୁ ବଢ଼ାଇବା କ୍ଷେତ୍ରରେ ପଦକ୍ଷେପ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି। ଏଥିସହ ଆଜିଠୁ ସଂସଦର ବଜେଟ ଅଧିବେଶନ ଆରମ୍ଭ ହୋଇଛି। ଏହି ଅଧିବେଶନ ଅଗଷ୍ଟ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ। ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର