କୋଲକତାରେ ମା’ ଦୁର୍ଗାଙ୍କ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ; ବନ୍ୟା ଜଳରେ ଭାସି ଯାଇ ୮ ମୃତ, ୩୦ରୁ ଉର୍ଦ୍ଧ୍ୱ ନିଖୋଜ

The Sakala Picture
Published On

କୋଲକାତା: କୋଲକତାର ଜଲପାଇଗୁଡ଼ିରେ ମା’ ଦୁର୍ଗାଙ୍କ ଭସାଣି ସମୟରେ ଅଘଟଣ । ମୂର୍ତ୍ତି ବିସର୍ଜନ ବେଳେ ସମୟରେ ଜଲପାଇଗୁଡ଼ିର ମାଲ ନଦୀ କୂଳରେ ଶହ ଶହ ଲୋକ ଏକାଠି ହୋଇଥିଲେ। ନଦୀରେ ହଠାତ୍ ବନ୍ୟାପାଣି ମାଡ଼ି ଆସିବାରୁ ବହୁ ଲୋକ ଭାସି ଯାଇଥିଲେ। ଏପର୍ଯ୍ୟନ୍ତ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୪ ମହିଳା ରହିଛନ୍ତି । ଭାସିଯାଇଥିବା ଭକ୍ତଙ୍କ ମଧ୍ୟରୁ ୭୦ ଜଣଙ୍କୁ ଉଦ୍ଧାର କରାଯାଇଛି। ୩୦ରୁ ୪୦ ଜଣ ଏବେବି ନିଖୋଜ […]

କୋଲକାତା: କୋଲକତାର ଜଲପାଇଗୁଡ଼ିରେ ମା’ ଦୁର୍ଗାଙ୍କ ଭସାଣି ସମୟରେ ଅଘଟଣ । ମୂର୍ତ୍ତି ବିସର୍ଜନ ବେଳେ ସମୟରେ ଜଲପାଇଗୁଡ଼ିର ମାଲ ନଦୀ କୂଳରେ ଶହ ଶହ ଲୋକ ଏକାଠି ହୋଇଥିଲେ। ନଦୀରେ ହଠାତ୍ ବନ୍ୟାପାଣି ମାଡ଼ି ଆସିବାରୁ ବହୁ ଲୋକ ଭାସି ଯାଇଥିଲେ। ଏପର୍ଯ୍ୟନ୍ତ ୮ଟି ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ମଧ୍ୟରେ ୪ ମହିଳା ରହିଛନ୍ତି । ଭାସିଯାଇଥିବା ଭକ୍ତଙ୍କ ମଧ୍ୟରୁ ୭୦ ଜଣଙ୍କୁ ଉଦ୍ଧାର କରାଯାଇଛି। ୩୦ରୁ ୪୦ ଜଣ ଏବେବି ନିଖୋଜ ଥିବା ଜଣାପଡ଼ିଛି । ନିଖୋଜ ଶ୍ରଦ୍ଧାଳୁଙ୍କୁ ଉଦ୍ଧାର ଲାଗି ଚାଲିଛି ସର୍ଚ୍ଚ ଅପରେସନ୍ ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଗତକାଲି ରାତିରେ ଏହି ଅଘଟଣ ଘଟିଛି । ବିଜୟା ଦଶମୀ ଅବସରରେ ମା’ ଦୁର୍ଗାଙ୍କୁ ବିସର୍ଜନ କରିବାକୁ ଶ୍ରଦ୍ଧାଳୁମାନେ ଯାଇଥିଲେ । ଏହି ସମୟରେ ମାଲ୍ ନଦୀରେ ହଠାତ ବନ୍ୟା ଜଳ ଆସିଯିବାରୁ ବହୁ ଲୋକ ଭାସି ଯାଇଥିଲେ । NDRF ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ମାଲ ନଦୀରେ ବୁଧବାର ରାତି ପ୍ରାୟ ୯ଟା ବେଳେ ମା’ ଦୁର୍ଗାଙ୍କ ବିସର୍ଜନ ଉତ୍ସବ ଚାଲିଥିବାବେଳେ ଲଘୁଚାପ ବର୍ଷା ଯୋଗୁ ମାଲ ନଦୀରେ ବନ୍ୟା ଜଳ ଆସିଥିଲା। ନଦୀରେ ଶତାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମୂର୍ତ୍ତି ଭସାଣ କରୁଥିଲେ। ଏଥିରେ ଶହେରୁ ଅଧିକ ଭକ୍ତ ଭାସିଯାଇଥିଲେ । ସେମାନଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତଦେହ ଉଦ୍ଧାର ହୋଇଛି ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ଏହି ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖ ପ୍ରକାଶ କରିବା ସହ ପ୍ରାଣ ହରାଇଥିବା ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଟ୍ୱିଟ୍ କରି କହିଛନ୍ତି, “ପଶ୍ଚିମବଙ୍ଗର ଜାଲପାଇଗୁଡିରେ ଦୁର୍ଗା ପୂଜା ଉତ୍ସବରେ ଘଟିଥିବା ଦୁର୍ଘଟଣାରେ ଦୁଃଖିତ। ଯେଉଁମାନେ ଆତ୍ମୀୟଙ୍କୁ ହରାଇଛନ୍ତି ସେମାନଙ୍କ ପ୍ରତି ସମବେଦନା।”

ଆହୁରି ପଢ଼ନ୍ତୁ: ସାଉଦି ଆରବର ଆରାମକୋ ରିଫାଇନାରୀ ଉପରେ ହୁଥି ବିଦ୍ରୋହୀଙ୍କ ଆକ୍ରମଣ: ନୂଆ 'ମକ୍କା ଚୁକ୍ତି' ଉପରେ ଉଠିଲା ପ୍ରଶ୍ନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର