ଉଡ଼ାଣବେଳେ ରନଓ୍ଵେରେ ଦମକଳଗାଡି ସହିତ ଧକ୍କା ହେଲା ବିମାନ, ଦୁଇ ଅଗ୍ନିଶମ କର୍ମଚାରୀ ମୃତ

The Sakala Picture
Published On

ପେରୁ: ଉଡ଼ାଣ ଭରୁଥିବା ସମୟରେ ରନଓ୍ଵେରେ ଦମକଳଗାଡି ସହିତ ଧକ୍କା ହେଲା ବିମାନ । ବିମାନ ଧକ୍କା ହେବା ଫଳରେ ଟ୍ରକରେ ଥିବା ଦୁଇ ଜଣ ଦମକଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ପେରୁର ରାଜଧାନୀ ଲିମାର କା‌ଲାଓସ୍ଥିତ ବିମାନ ବନ୍ଦରରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ଏତେ ଅଧିକ ମାତ୍ରାରେ ଥିଲା ଯେ, ଟ୍ରକଟି ଧକ୍କା ହେବା ପରେ ବିମାନରେ ନିଆଁ ଲାଗି ଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । […]

ପେରୁ: ଉଡ଼ାଣ ଭରୁଥିବା ସମୟରେ ରନଓ୍ଵେରେ ଦମକଳଗାଡି ସହିତ ଧକ୍କା ହେଲା ବିମାନ । ବିମାନ ଧକ୍କା ହେବା ଫଳରେ ଟ୍ରକରେ ଥିବା ଦୁଇ ଜଣ ଦମକଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ପେରୁର ରାଜଧାନୀ ଲିମାର କା‌ଲାଓସ୍ଥିତ ବିମାନ ବନ୍ଦରରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ଏତେ ଅଧିକ ମାତ୍ରାରେ ଥିଲା ଯେ, ଟ୍ରକଟି ଧକ୍କା ହେବା ପରେ ବିମାନରେ ନିଆଁ ଲାଗି ଯାଇଥିଲା। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ରହିଛନ୍ତି । ବିମାନରେ ୧୦୨ଜଣ ଯାତ୍ରୀ ଓ ୬ଜଣ ପରିଚାରକ ଥିଲେ।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ପେରୁର ଲାଟାମ୍‌ ଏୟାରଲାଇନ୍ସର ବିମାନ ଉଡାଣ ଭରିବା ସମୟରେ ରନଓ୍ଵେରେ ବୀପରିତ ଦିଗରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା। ବିମାନର ଗୋଟିଏ ଡେଣା ଟ୍ରକ ସହ ଘସି ହୋଇ ଯାଇଥିଲା ଏବଂ ବିମାନରେ ନିଆଁ ଲାଗି ଯାଇଥିଲା। ସମସ୍ତ ଯାତ୍ରୀ ନିଶ୍ଚିତ ଏକ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି । ତେବେ କିଭଳି ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ତଦନ୍ତ ଜାରି ରହିଛି।

ଆହୁରି ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କୁ ସୋନମ ୱାଙ୍ଗଚୁକଙ୍କ ଅଲ୍ଟିମେଟମ୍: 'ଲଦାଖ ବିଲ୍' ପାଇଁ ଦେଲେ ଏକ ବର୍ଷର ମହଲତ

ଦୁର୍ଘଟଣା ପରେ ପରେ ତୁରନ୍ତ ଉକ୍ତ ଯାତ୍ରୀବାହୀ ବିମାନକୁ ଅବତରଣ କରାଇ ଦିଆଯାଇଥିଲା। ଉଦ୍ଧାର କାର୍ଯ୍ୟ ନିମନ୍ତେ ‘ଏମର୍ଜେନ୍‌ସି ସର୍ଭିସ୍‌’ ତୁରନ୍ତ ସେଠାକୁ ଧାଇଁ ଯାଇଥି‌ଲା। ତୁରନ୍ତ ପଦକ୍ଷେପ ନିଆଯାଇ ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ବାହାର କରାଯାଇଥିବା ବିମାନ ବନ୍ଦରର ଜଣେ ଅଧିକାରୀ କହିଛନ୍ତି। ଦୁର୍ଘଟଣା ମାତ୍ରେ ବିମାନ ବନ୍ଦରର ଅଧିକାରୀ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଯାଇଥିଲେ। ଦମକଳବାହିନୀ ତୁରନ୍ତ ନିଆଁକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ। ଅପରାହ୍ଣ ୩.୨୫ରେ ଏହି ଦୁର୍ଘଟଣା ଘଟିଥିବା ‌ରିପୋର୍ଟ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର