ଗୋଟିଏ ପରିବାରର ୬ ସଦସ୍ୟଙ୍କ ମୃତ୍ୟୁ: ମାଆ, ପତ୍ନୀ ଓ ୩ ଛୁଆଙ୍କ ଜୀବନ ନେଇ ନିଜକୁ ଗୁଳି କଲା ଯୁବକ

The Sakala Picture
Published On

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମଥୁରା ଥାନା ଅଧୀନ ପହ୍ଲାପୁର ଗାଁରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜଣେ ବ୍ୟକ୍ତି ନିଜ ମା’, ପତ୍ନୀ ଓ ୩ ଛୁଆଙ୍କୁ ହତ୍ୟ ପରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରଥିବା ଜଣାପଡ଼ିଛି। ଗୋଟିଏ ଘରର ୬ ସଦସ୍ୟଙ୍କ ମୃତ୍ୟୁ ପରେ ସମଗ୍ର ଗାଁ ସ୍ତଗ୍ଧ ହୋଇ ଯାଇଛି। ହତ୍ଯାକାଣ୍ଡ ଘଟାଇ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ନାଁ ଅନୁରାଗ ସିଂହ ବୋଲି ସୂଚନା। ସୂଚନା ଅନୁଯାୟୀ,  […]

ଲକ୍ଷ୍ନୌ: ଉତ୍ତରପ୍ରଦେଶ ମଥୁରା ଥାନା ଅଧୀନ ପହ୍ଲାପୁର ଗାଁରେ ଘଟିଛି ଚାଞ୍ଚଲ୍ୟକର ଘଟଣା । ଜଣେ ବ୍ୟକ୍ତି ନିଜ ମା’, ପତ୍ନୀ ଓ ୩ ଛୁଆଙ୍କୁ ହତ୍ୟ ପରେ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରଥିବା ଜଣାପଡ଼ିଛି। ଗୋଟିଏ ଘରର ୬ ସଦସ୍ୟଙ୍କ ମୃତ୍ୟୁ ପରେ ସମଗ୍ର ଗାଁ ସ୍ତଗ୍ଧ ହୋଇ ଯାଇଛି। ହତ୍ଯାକାଣ୍ଡ ଘଟାଇ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଥିବା ବ୍ୟକ୍ତିଙ୍କ ନାଁ ଅନୁରାଗ ସିଂହ ବୋଲି ସୂଚନା।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

ସୂଚନା ଅନୁଯାୟୀ,  ଅନୁରାଗ ସିଂହ ଗତ ରାତିରେ ପ୍ରଥମେ ସେ ନିଜ ମା’ ୬୨ ବର୍ଷୀୟା ସାବିତ୍ରୀ ଦେବୀଙ୍କୁ ଗୁଳି ମାରିଥିବା ବେଳେ ପତ୍ନୀ ପ୍ରିୟଙ୍କା ସିଂହଙ୍କ ମୁଣ୍ଡକୁ ହାତୁଡ଼ିରେ ପିଟି ଦେଇଥିଲେ। ଏହାପରେ ନିଜର ୩ ଛୁଆ ୧୨ ବର୍ଷୀୟା ଓ ୮ ବର୍ଷୀୟା ଝିଅ ଓ ୪ ବର୍ଷର ପୁଅକୁ ଛାତକୁ ନେଇ ତଳକୁ ଫୋପାଡ଼ି ଦେଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ସମସ୍ତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ। ଏହାପରେ ଅନୁରାଗ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି।

ଆହୁରି ପଢ଼ନ୍ତୁ: ସ୍ୱତନ୍ତ୍ର ଭରଦ୍ୱାଜଙ୍କ ସମର୍ଥନରେ ହିନ୍ଦୁ ରକ୍ଷା ଦଳ: ଦିଲ୍ଲୀର ପାର୍ଲିଆମେଣ୍ଟ ଷ୍ଟ୍ରିଟ୍ ଥାନା ଘେରାଉ, FIR ପ୍ରତ୍ୟାହାର ଦାବି

ନିକଟ ସମ୍ପର୍କୀୟଙ୍କ ସୂତ୍ରରୁ ପ୍ରକାଶ, ଅଭିଯୁକ୍ତ ଅନୁରାଗ ସବୁବେଳେ ନିଶାସକ୍ତ ରହୁଥିବା ବେଳେ ମାନସିକ ଭାବେ ବିଚଳିତ ରହୁଥିଲେ। ତେଣୁ ସେ ଏପରି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ପୁଲିସ୍‌ ଓ ଫରେନସିକ ଟିମ୍‌ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର