ଭାରତକୁ ଖୁସି କରିବାକୁ ୟୁନୁସ୍ ସରକାରଙ୍କ କୂଟନୀତି: ଇଲିସି ମାଛ ରପ୍ତାନୀ ଉପରୁ କଟକଣା ଉଠାଇଲା ବାଂଲାଦେଶ

The Sakala Picture
Published On

ନୂଆଦିଲ୍ଲୀ: ବାଂଲାଦେଶକୁ ଭାରତରୁ ପିଆଜ, ଆଳୁ, ଅଣ୍ଡା ପଠାଇବା ପରେ ଏବେ ଭାରତକୁ ଖୁସି କରିବାକୁ ଚାହଁୁଛି ବାଂଲାଦେଶ। ପଦକ୍ଷେପ ସ୍ବରୂପ ଭାରତକୁ ଇଲିସି ମାଛ ରପ୍ତାନୀ ଉପରୁ କଟକଣା ଉଠାଇ ଦେଇଛନ୍ତି ମହମ୍ମଦ ୟୁନୁସ୍ ସରକାର। ବାଂଲାଦେଶର ନ୍ତରୀଣ ସରକାର ଦୁର୍ଗାପୂଜା ପୂର୍ବରୁ ଇଲିସି କୂଟନୀତି ଉଠାଇ ଦେଇଛନ୍ତି। ଭାରତକୁ ୩ ହଜାର ମେଟ୍ରିକ ଟନ୍ ଇଲିସି ମାଛ ରପ୍ତାନୀ କରିବାକୁ ୟୁନୁସ ସରକାର ମଞ୍ଜୁରୀ ଦେଇଛନ୍ତି। ମହମ୍ମଦ ୟୁନୁସ ସରକାର ଚଳିତବର୍ଷ ଘରୋଇ ବଜାରରେ […]

ନୂଆଦିଲ୍ଲୀ: ବାଂଲାଦେଶକୁ ଭାରତରୁ ପିଆଜ, ଆଳୁ, ଅଣ୍ଡା ପଠାଇବା ପରେ ଏବେ ଭାରତକୁ ଖୁସି କରିବାକୁ ଚାହଁୁଛି ବାଂଲାଦେଶ। ପଦକ୍ଷେପ ସ୍ବରୂପ ଭାରତକୁ ଇଲିସି ମାଛ ରପ୍ତାନୀ ଉପରୁ କଟକଣା ଉଠାଇ ଦେଇଛନ୍ତି ମହମ୍ମଦ ୟୁନୁସ୍ ସରକାର। ବାଂଲାଦେଶର ନ୍ତରୀଣ ସରକାର ଦୁର୍ଗାପୂଜା ପୂର୍ବରୁ ଇଲିସି କୂଟନୀତି ଉଠାଇ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ମଝି ଆକାଶରୁ ଫେରିଲା ଇଣ୍ଡିଗୋ ବିମାନ: ପଶ୍ଚିମ ଏସିଆ ସଙ୍କଟ ଯୋଗୁଁ ନୂଆଦିଲ୍ଲୀରୁ ମାଞ୍ଚେଷ୍ଟର ଯାଉଥିବା ବିମାନର ୟୁ-ଟର୍ଣ୍ଣ

ଭାରତକୁ ୩ ହଜାର ମେଟ୍ରିକ ଟନ୍ ଇଲିସି ମାଛ ରପ୍ତାନୀ କରିବାକୁ ୟୁନୁସ ସରକାର ମଞ୍ଜୁରୀ ଦେଇଛନ୍ତି। ମହମ୍ମଦ ୟୁନୁସ ସରକାର ଚଳିତବର୍ଷ ଘରୋଇ ବଜାରରେ କାରବାର ବଢାଇବା ପାଇଁ ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଦୁର୍ଗାପୂଜା ସହିତ ଅନ୍ୟ ପର୍ବପର୍ବାଣୀରେ ଭାରତର ପୂର୍ବାଞ୍ଚଳ ରାଜ୍ୟରେ ଇଲିସି ମାଛର ଚାହିଦା ବଢ଼ିଥାଏ। ବାଂଲାଦେଶର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଆଗାମୀ ଦୁର୍ଗାପୂଜା ଅବସରରେ ୩ ହଜାର ମେଟ୍ରିକ ଟନ୍ ଇଲିସି ମାଛ ରପ୍ତାନୀକୁ ମଞ୍ଜୁର ଦିଆଯାଇଛି। ବାଲାଂଦେଶ ସରକାରଙ୍କ ଏହି ପଦକ୍ଷେପ ଫଳରେ ପଦ୍ମ ନଦୀର ଇଲିସି ପାଇଁ ଭାରତୀୟଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ବାଂଲାଦେଶ ସରକାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିସାରିଛନ୍ତି।
‘ମତ୍ସ୍ୟ ଆମଦାନୀ ଆସୋସିଏସନ୍’ର ସମ୍ପାଦକ ସୟଦ ଅନୱାର ମକସୁଦ କହିଛନ୍ତି ଯେ , ଇଲିସି ମାଛ ନିଶ୍ଚିତ ଭାବେ ଆସୁଛି। ତେବେ ମାଛର ଦର କେତେ ହେବ ତାହା କହିବା ସମ୍ଭବ ନୁହେଁ। ଇଲିସିର ମୂଲ୍ୟ ଆକାଶଛୁଆଁ ହୋଇସାରିଛି। ଯଦି ଅଧିକ ମାଛ ଆସେ, ତେବେ ଦର କମ୍ ହେବ। ନଚେତ୍ ଦର ଅଧିକ ହେବ। ଅନୁମତି ୩,୦୦୦ ମେଟ୍ରିକ୍ ଟନ୍ ପାଇଁ ମିଳିଥିଲେ ମଧ୍ୟ ୧,୫୦୦ ମେଟ୍ରିକ୍ ଟନ୍ ଇଲିସି ଆସିବାର ସମ୍ଭାବନା ରହିଛି। ଭାରତ ବାଂଲାଦେଶର କଷ୍ଟଦାୟକ ସମୟରେ ଠିଆ ହୋଇଛି। ବାଂଲାଦେଶରେ ଜନ ଆନ୍ଦୋଳନ ପରେ ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଥିଲା। ଏହି ଖରାପ ସମୟରେ ବାଂଲାଦେଶକୁ ଭାରତ ପିଆଜ, ଆଳୁ ଏବଂ ଅଣ୍ଡା ପଠାଇଛି।

23 Sep 2024 By The Sakala

ଭାରତକୁ ଖୁସି କରିବାକୁ ୟୁନୁସ୍ ସରକାରଙ୍କ କୂଟନୀତି: ଇଲିସି ମାଛ ରପ୍ତାନୀ ଉପରୁ କଟକଣା ଉଠାଇଲା ବାଂଲାଦେଶ

ନୂଆଦିଲ୍ଲୀ: ବାଂଲାଦେଶକୁ ଭାରତରୁ ପିଆଜ, ଆଳୁ, ଅଣ୍ଡା ପଠାଇବା ପରେ ଏବେ ଭାରତକୁ ଖୁସି କରିବାକୁ ଚାହଁୁଛି ବାଂଲାଦେଶ। ପଦକ୍ଷେପ ସ୍ବରୂପ ଭାରତକୁ ଇଲିସି ମାଛ ରପ୍ତାନୀ ଉପରୁ କଟକଣା ଉଠାଇ ଦେଇଛନ୍ତି ମହମ୍ମଦ ୟୁନୁସ୍ ସରକାର। ବାଂଲାଦେଶର ନ୍ତରୀଣ ସରକାର ଦୁର୍ଗାପୂଜା ପୂର୍ବରୁ ଇଲିସି କୂଟନୀତି ଉଠାଇ ଦେଇଛନ୍ତି।

ଭାରତକୁ ୩ ହଜାର ମେଟ୍ରିକ ଟନ୍ ଇଲିସି ମାଛ ରପ୍ତାନୀ କରିବାକୁ ୟୁନୁସ ସରକାର ମଞ୍ଜୁରୀ ଦେଇଛନ୍ତି। ମହମ୍ମଦ ୟୁନୁସ ସରକାର ଚଳିତବର୍ଷ ଘରୋଇ ବଜାରରେ କାରବାର ବଢାଇବା ପାଇଁ ଭାରତକୁ ଇଲିସି ମାଛ ରପ୍ତାନୀ ଉପରେ କଟକଣା ଲଗାଇବାକୁ ନିଷ୍ପତ୍ତି ନେଇଥିଲେ। ଦୁର୍ଗାପୂଜା ସହିତ ଅନ୍ୟ ପର୍ବପର୍ବାଣୀରେ ଭାରତର ପୂର୍ବାଞ୍ଚଳ ରାଜ୍ୟରେ ଇଲିସି ମାଛର ଚାହିଦା ବଢ଼ିଥାଏ। ବାଂଲାଦେଶର ବାଣିଜ୍ୟ ମନ୍ତ୍ରଣାଳୟର ସୂଚନାନୁସାରେ, ଆଗାମୀ ଦୁର୍ଗାପୂଜା ଅବସରରେ ୩ ହଜାର ମେଟ୍ରିକ ଟନ୍ ଇଲିସି ମାଛ ରପ୍ତାନୀକୁ ମଞ୍ଜୁର ଦିଆଯାଇଛି। ବାଲାଂଦେଶ ସରକାରଙ୍କ ଏହି ପଦକ୍ଷେପ ଫଳରେ ପଦ୍ମ ନଦୀର ଇଲିସି ପାଇଁ ଭାରତୀୟଙ୍କ ଅପେକ୍ଷା ଶେଷ ହେବାକୁ ଯାଉଛି। ବାଂଲାଦେଶ ସରକାର ଏ ସମ୍ପର୍କରେ ଏକ ବିଜ୍ଞପ୍ତି ଜାରି କରିସାରିଛନ୍ତି।
‘ମତ୍ସ୍ୟ ଆମଦାନୀ ଆସୋସିଏସନ୍’ର ସମ୍ପାଦକ ସୟଦ ଅନୱାର ମକସୁଦ କହିଛନ୍ତି ଯେ , ଇଲିସି ମାଛ ନିଶ୍ଚିତ ଭାବେ ଆସୁଛି। ତେବେ ମାଛର ଦର କେତେ ହେବ ତାହା କହିବା ସମ୍ଭବ ନୁହେଁ। ଇଲିସିର ମୂଲ୍ୟ ଆକାଶଛୁଆଁ ହୋଇସାରିଛି। ଯଦି ଅଧିକ ମାଛ ଆସେ, ତେବେ ଦର କମ୍ ହେବ। ନଚେତ୍ ଦର ଅଧିକ ହେବ। ଅନୁମତି ୩,୦୦୦ ମେଟ୍ରିକ୍ ଟନ୍ ପାଇଁ ମିଳିଥିଲେ ମଧ୍ୟ ୧,୫୦୦ ମେଟ୍ରିକ୍ ଟନ୍ ଇଲିସି ଆସିବାର ସମ୍ଭାବନା ରହିଛି। ଭାରତ ବାଂଲାଦେଶର କଷ୍ଟଦାୟକ ସମୟରେ ଠିଆ ହୋଇଛି। ବାଂଲାଦେଶରେ ଜନ ଆନ୍ଦୋଳନ ପରେ ସେଠାରେ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଅତ୍ୟଧିକ ବୃଦ୍ଧି ପାଇଥିଲା। ଏହି ଖରାପ ସମୟରେ ବାଂଲାଦେଶକୁ ଭାରତ ପିଆଜ, ଆଳୁ ଏବଂ ଅଣ୍ଡା ପଠାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର