ଆସୁଛି ଚଳିତ ବର୍ଷର ପ୍ରଥମ ବାତ୍ୟା ‘ଟଉକଟାଏ’

The Sakala Picture
Published On

୨୦୨୧ ର ପ୍ରଥମ ବାତ୍ୟାର ସମ୍ମୁଖୀନ ହୋଇପାରନ୍ତି ଭାରତବାସୀ । ଚଳିତ ବର୍ଷ ର ପ୍ରଥମ ବାତ୍ୟା ର ନାମ ହେଉଛି ‘ଟଉକଟାଏ’ । ଉତ୍ତର ଭାରତରେ ହେବାକୁ ଥିବା ଏହି ବାତ୍ୟାର ନାମ ଦେଇଛି ମିଆଁମାର । ମେ’ ୧୬ ସୁଦ୍ଧା ଆରବ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଯଦି ଅବପାତ ପରେ ବାତ୍ୟାର ରୂପ […]

୨୦୨୧ ର ପ୍ରଥମ ବାତ୍ୟାର ସମ୍ମୁଖୀନ ହୋଇପାରନ୍ତି ଭାରତବାସୀ । ଚଳିତ ବର୍ଷ ର ପ୍ରଥମ ବାତ୍ୟା ର ନାମ ହେଉଛି ‘ଟଉକଟାଏ’ । ଉତ୍ତର ଭାରତରେ ହେବାକୁ ଥିବା ଏହି ବାତ୍ୟାର ନାମ ଦେଇଛି ମିଆଁମାର । ମେ’ ୧୬ ସୁଦ୍ଧା ଆରବ ସାଗରରେ ସୃଷ୍ଟି ହୋଇପାରେ ବାତ୍ୟା । ଏନେଇ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆରବ ସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପ ଯଦି ଅବପାତ ପରେ ବାତ୍ୟାର ରୂପ ନିଏ ତ ଏହା ୨୦୨୧ର ପ୍ରଥମ ବାତ୍ୟା ହେବ ।

ଆହୁରି ପଢ଼ନ୍ତୁ: ପଞ୍ଜାବ ଭୋଟର ତାଲିକାରୁ କଟିଲା ରାଘବ ଚଢ଼ାଙ୍କ ନାଁ: ଆଣିଲେ ରାଜନୈତିକ ଷଡ଼ଯନ୍ତ୍ରର ଅଭିଯୋଗ

ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ବାତ୍ୟା ସୃଷ୍ଟି ହେବା ପରେ ଏହା ଉତ୍ତର-ଉତ୍ତରପଶ୍ଚିମ ଦିଗରେ ଗତି କରିବ। ସମ୍ଭାବ୍ୟ ଲଘୁଚାପ ଓ ବାତ୍ୟାକୁ ଦୃଷ୍ଟିରେ ରଖି ଲାକ୍ଷାଦ୍ୱୀପରେ ପ୍ରବଳ ବର୍ଷାର ପୂର୍ବାନୁମାନ କରାଯାଇଛି। ମେ’ ୧୩ରୁ ୧୫ ଯାଏ ଏଠାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ଏହାବାଦ କେରଳ, ତାମିଲନାଡୁ ଓ କର୍ଣ୍ଣାଟକାର ବିଭିନ୍ନ ସ୍ଥାନରେ ୧୪ ଓ ୧୫ ତାରିଖରେ ପ୍ରବଳ ବର୍ଷା ସହ ପବନର ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ। ବର୍ଷାକୁ ଦୃଷ୍ଟିରେ ରଖି ମେ’ ୧୩ ତାରିଖରେ ଲାକ୍ଷାଦ୍ୱୀପ ପାଇଁ ୟେଲୋ ଓ ୧୪ ତାରିଖ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର