କଂଟେନରକୁ ଧକ୍କା ଦେବା ପରେ ଜଳିଗଲା ଯାତ୍ରୀବାହୀ ବସ୍; ୧୧ ମୃତ, ୩୨ ଗୁରୁତର ଆହତ

The Sakala Picture
Published On

ମୁମ୍ବାଇ: ମହାରାଷ୍ଟ୍ର ନାସିକରେ ଭୟଙ୍କର ବସ୍ ଦୁର୍ଘଟଣା। ଦୁର୍ଘଟଣା ପରେ ଯାତ୍ରୀବାହୀ ବସରେ ଭୟାବହ ଅଗ୍ନିକାଣ୍ଡ। ବସରେ ନିଆଁ ଲାଗି ୧୧ ଜଣ ଜୀବନ୍ତ ଜଳିଯାଇଥିବାବେଳେ ପ୍ରାୟ ୩୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ଶବ ବ୍ୟବଚ୍ଛେଦ କରିବାକୁ ହସ୍ପିଟାଲ ନିଆଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନିଆଯାଇଛି। ସୂଚନା […]

ମୁମ୍ବାଇ: ମହାରାଷ୍ଟ୍ର ନାସିକରେ ଭୟଙ୍କର ବସ୍ ଦୁର୍ଘଟଣା। ଦୁର୍ଘଟଣା ପରେ ଯାତ୍ରୀବାହୀ ବସରେ ଭୟାବହ ଅଗ୍ନିକାଣ୍ଡ। ବସରେ ନିଆଁ ଲାଗି ୧୧ ଜଣ ଜୀବନ୍ତ ଜଳିଯାଇଥିବାବେଳେ ପ୍ରାୟ ୩୨ ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକଙ୍କ ଶବ ବ୍ୟବଚ୍ଛେଦ କରିବାକୁ ହସ୍ପିଟାଲ ନିଆଯାଇଥିବା ବେଳେ ଗୁରୁତର ଅବସ୍ଥାରେ ଥିବା ଲୋକଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ନିଆଁ ଲିଭାଇବାକୁ ଉଦ୍ୟମ କରୁଛନ୍ତି। ଆହତମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲକୁ ନିଆଯାଇଛି।

ଆହୁରି ପଢ଼ନ୍ତୁ: ବିକ୍ଷୋଭ ପୂର୍ବରୁ ଦିଲ୍ଲୀ ବିମାନବନ୍ଦରରେ ସିଜେପି ନେତା ଅଭିଜିତ ଦିପକେ, ସୌରଭ ଦାସ ଏବଂ ଆଶୁତୋଷ ରଙ୍କା ଅଟକ

ସୂଚନା ଅନୁସାରେ, ସକାଳ ୫ଟା ବେଳେ ଔରଙ୍ଗାବାଦ ରୋଡରେ ନାସିକର ନାନ୍ଦୁର ନାକା ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ବସଟି ଏକ କଂଟେନର ସହ ଧକ୍କା ହେବା ପରେ ବସ୍ ରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ଦୁର୍ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ । ଏହାସହ ୫ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି ମହାରାଷ୍ଟ୍ର ସରକାର ।

ଆହୁରି ପଢ଼ନ୍ତୁ: ରିୟାଦ୍ ବିମାନବନ୍ଦରରେ ହୁଥି ଆକ୍ରମଣ: ଜଣେ ଭାରତୀୟଙ୍କ ସମେତ ୧୩ ମୃତ, କାହିଁକି ସାଉଦିକୁ ଟାର୍ଗେଟ୍ କରୁଛନ୍ତି ୟେମେନ୍ ବିଦ୍ରୋହୀ?

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର