ଉଦ୍ୟାନ ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା
କର୍ଣ୍ଣାଟକ: ଏକ୍ସପ୍ରେସ ଟ୍ରେନରେ ନିଆଁ । ମୁମ୍ବାଇ-ବେଙ୍ଗାଳୁରୁ ଉଦ୍ୟାନ ଏକ୍ସପ୍ରେସରେ ଲାଗିଲା ନିଆଁ । ସାଙ୍ଗୋଲ୍ଲି ରୟାନ୍ନା ରେଳ ଷ୍ଟେସନରେ ଟ୍ରେନରେ ଲାଗିଲା ନିଆଁ । ନିଆଁ ଲାଗି ଧୂଆଁମୟ ହୋଇଗଲା ଷ୍ଟେସନ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । ଟ୍ରେନରୁ ସମସ୍ତ ଯାତ୍ରୀ ବାହାରିବାର ୨ ଘଣ୍ଟା ପରେ ଟ୍ରେନରେ ଅଗ୍ନିକାଣ୍ଡ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରି । ଅଗ୍ନିକାଣ୍ଡରେ କୌଣସି ମୃତାହତ ନେଇ ସୂଚନା […]
କର୍ଣ୍ଣାଟକ: ଏକ୍ସପ୍ରେସ ଟ୍ରେନରେ ନିଆଁ । ମୁମ୍ବାଇ-ବେଙ୍ଗାଳୁରୁ ଉଦ୍ୟାନ ଏକ୍ସପ୍ରେସରେ ଲାଗିଲା ନିଆଁ । ସାଙ୍ଗୋଲ୍ଲି ରୟାନ୍ନା ରେଳ ଷ୍ଟେସନରେ ଟ୍ରେନରେ ଲାଗିଲା ନିଆଁ । ନିଆଁ ଲାଗି ଧୂଆଁମୟ ହୋଇଗଲା ଷ୍ଟେସନ । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା । ଟ୍ରେନରୁ ସମସ୍ତ ଯାତ୍ରୀ ବାହାରିବାର ୨ ଘଣ୍ଟା ପରେ ଟ୍ରେନରେ ଅଗ୍ନିକାଣ୍ଡ ହୋଇଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପକ୍ଷରୁ ନିଆଁ ଲିଭାଇବାକୁ ଉଦ୍ୟମ ଜାରି ।
ଅଗ୍ନିକାଣ୍ଡରେ କୌଣସି ମୃତାହତ ନେଇ ସୂଚନା ମିଳିନାହିଁ । ଅଗ୍ନିଶମ ବାହିନୀ ଓ ବିଶେଷଜ୍ଞ ଟିମ୍ ପହଞ୍ଚି ନିଆଁ ଲିଭା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ନିଆଁକୁ ଆୟତ୍ତ କରିବା ପାଇଁ ସମସ୍ତ ଚେଷ୍ଟା ଜାରି ରହିଛି ।





