ଦିଲ୍ଲୀ ନରେଲାରେ ଥିବା ପ୍ଳାଷ୍ଟିକ୍ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ; ୨ ମୃତ, ଅନେକ ଆହତ

The Sakala Picture
Published On

ନୂଆଦିଲ୍ଳୀ: ଦିଲ୍ଳୀର ନରେଲା ଅଞ୍ଚଳରେ ଥିବା ଏକ ପ୍ଳାଷ୍ଟିକ୍ ଫ୍ୟାକ୍ଟ୍ରିରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଏବେବି ବି ଆହୁରି ଅନେକ ଶ୍ରମିକ ଫ୍ୟାକ୍ଟ୍ରି ଭିତରେ ଫଶି ରହିଥିବା କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ୭-୮ ଫାୟାର ବ୍ରିଗେଡ୍ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ […]

ନୂଆଦିଲ୍ଳୀ: ଦିଲ୍ଳୀର ନରେଲା ଅଞ୍ଚଳରେ ଥିବା ଏକ ପ୍ଳାଷ୍ଟିକ୍ ଫ୍ୟାକ୍ଟ୍ରିରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଏବେବି ବି ଆହୁରି ଅନେକ ଶ୍ରମିକ ଫ୍ୟାକ୍ଟ୍ରି ଭିତରେ ଫଶି ରହିଥିବା କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ୭-୮ ଫାୟାର ବ୍ରିଗେଡ୍ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ନିଆଁ ଲାଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନି ।

ଆହୁରି ପଢ଼ନ୍ତୁ: ଲଣ୍ଡନରେ ସିଜେଆଇ ସୂର୍ଯ୍ୟକାନ୍ତଙ୍କ କାର୍ଯ୍ୟକ୍ରମରେ ବିଶୃଙ୍ଖଳା: 'ଅଶୋଭନୀୟ ଆଚରଣ' କହି ନିନ୍ଦା କଲା ଭାରତୀୟ ହାଇକମିଶନ

ସୂଚନା ଅନୁସାରେ, ପ୍ରଥମେ ଫ୍ୟାକ୍ଟିର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବାବେଳେ ଭିତରେ ପ୍ଲାଷ୍ଟିକ୍ ଉପକରଣ ରଖାଯାଇଥିବାରୁ ନିଆଁ ଚାହୁଁ ଚାହୁଁ ଅନ୍ୟ ମହଲାକୁ ବ୍ୟାପିଯାଇଥିଲା । ଫ୍ୟାକ୍ଟ୍ରିରେ ନିଆଁ ଲାଗିବାପରେ ଶ୍ରମିକମାନେ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡି ଆସିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁ ଏତେ ଭୟଙ୍କର ଥିଲା ଯେ, କିଛି ଲୋକ ପୋଡି ଯାଇଥିଲେ। ଆହତଙ୍କ ସ୍ଥିତି ଗୁରୁତର ରହିଛି। ଏବେ ବି ୮ ରୁ ୧୦ ଜଣ ଲୋକ ଭିତରେ ଥିବାର ଆଶଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଆମେରିକା କୋର୍ଟଙ୍କ ବଡ଼ ନିଷ୍ପତ୍ତି: ବେଆଇନ ଘୋଷିତ ହେଲା ଟ୍ରମ୍ପଙ୍କ ୧ ଲକ୍ଷ ଡଲାରର H-1B ଭିସା ଫି', ଭାରତୀୟଙ୍କ ପାଇଁ ଆଶ୍ୱସ୍ତି

01 Nov 2022 By The Sakala

ଦିଲ୍ଲୀ ନରେଲାରେ ଥିବା ପ୍ଳାଷ୍ଟିକ୍ ଫ୍ୟାକ୍ଟ୍ରିରେ ଭୀଷଣ ଅଗ୍ନିକାଣ୍ଡ; ୨ ମୃତ, ଅନେକ ଆହତ

ନୂଆଦିଲ୍ଳୀ: ଦିଲ୍ଳୀର ନରେଲା ଅଞ୍ଚଳରେ ଥିବା ଏକ ପ୍ଳାଷ୍ଟିକ୍ ଫ୍ୟାକ୍ଟ୍ରିରେ ଆଜି ସକାଳୁ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପ୍ରାୟ ୨୦ ଜଣ ଆହତ ହୋଇଛନ୍ତି । ଏବେବି ବି ଆହୁରି ଅନେକ ଶ୍ରମିକ ଫ୍ୟାକ୍ଟ୍ରି ଭିତରେ ଫଶି ରହିଥିବା କୁହାଯାଉଛି । ଖବର ପାଇ ଘଟଣାସ୍ଥଳରେ ୭-୮ ଫାୟାର ବ୍ରିଗେଡ୍ ପହଞ୍ଚି ନିଆଁକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିବାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ନିଆଁ ଲାଗିବାର କାରଣ ଏଯାଏଁ ସ୍ପଷ୍ଟ ହୋଇନି ।

ସୂଚନା ଅନୁସାରେ, ପ୍ରଥମେ ଫ୍ୟାକ୍ଟିର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିବାବେଳେ ଭିତରେ ପ୍ଲାଷ୍ଟିକ୍ ଉପକରଣ ରଖାଯାଇଥିବାରୁ ନିଆଁ ଚାହୁଁ ଚାହୁଁ ଅନ୍ୟ ମହଲାକୁ ବ୍ୟାପିଯାଇଥିଲା । ଫ୍ୟାକ୍ଟ୍ରିରେ ନିଆଁ ଲାଗିବାପରେ ଶ୍ରମିକମାନେ ଜୀବନ ବଞ୍ଚାଇବା ପାଇଁ ବାହାରକୁ ଦୌଡି ଆସିବାକୁ ଚେଷ୍ଟା କରିଥିଲେ, କିନ୍ତୁ ନିଆଁ ଏତେ ଭୟଙ୍କର ଥିଲା ଯେ, କିଛି ଲୋକ ପୋଡି ଯାଇଥିଲେ। ଆହତଙ୍କ ସ୍ଥିତି ଗୁରୁତର ରହିଛି। ଏବେ ବି ୮ ରୁ ୧୦ ଜଣ ଲୋକ ଭିତରେ ଥିବାର ଆଶଙ୍କା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର