ପୁଣି ଆପ୍ ନେତାଙ୍କୁ ଘାରିଲା ଗିରଫଦାରୀ ଭୟ; ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ରୁଜୁ ହେଲା ମାମଲା …

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଆମ୍ ଆଦମୀ ପାର୍ଟି ନେତାଙ୍କୁ ଘାରିଲା ଗିରଫଦାରୀ ଭୟ । ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା  ହୋଇଛି । ଏହି ମାମଲା ସରକାରୀ ସ୍କୁଲରେ ଶ୍ରେଣୀଗୃହ ନିର୍ମାଣ ସହିତ ଜଡିତ । ସ୍କୁଲ ଗୃହ ନିର୍ମାଣରେ ପ୍ରାୟ ୨ ହଜାର କୋଟିର ଦୁର୍ନୀତି ଅଭିଯୋଗ ହୋଇଛି । ଯାହା ଆପ୍ ସରକାରଙ୍କ କାର୍ଯ୍ୟକାଳରେ ୧୨ ହଜାର ୭୪୮ ଶ୍ରେଣୀଗୃହ ଏବଂ ସମ୍ପର୍କିତ କୋଠା ନିର୍ମାଣ […]

ନୂଆଦିଲ୍ଲୀ: ପୁଣି ଆମ୍ ଆଦମୀ ପାର୍ଟି ନେତାଙ୍କୁ ଘାରିଲା ଗିରଫଦାରୀ ଭୟ । ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା  ହୋଇଛି । ଏହି ମାମଲା ସରକାରୀ ସ୍କୁଲରେ ଶ୍ରେଣୀଗୃହ ନିର୍ମାଣ ସହିତ ଜଡିତ । ସ୍କୁଲ ଗୃହ ନିର୍ମାଣରେ ପ୍ରାୟ ୨ ହଜାର କୋଟିର ଦୁର୍ନୀତି ଅଭିଯୋଗ ହୋଇଛି । ଯାହା ଆପ୍ ସରକାରଙ୍କ କାର୍ଯ୍ୟକାଳରେ ୧୨ ହଜାର ୭୪୮ ଶ୍ରେଣୀଗୃହ ଏବଂ ସମ୍ପର୍କିତ କୋଠା ନିର୍ମାଣ ପାଇଁ ଆସିଥିବା ଟଙ୍କାରେ ଘୋଟାଲା ହୋଇଥିବା ନେଇ ମାମଲା ରୁଜୁ କଲା ଦିଲ୍ଲୀ ଦୁର୍ନୀତି ନିବାରଣ ଶାଖା ।

ଆହୁରି ପଢ଼ନ୍ତୁ: ଟ୍ରମ୍ପ ଏବଂ ନେତନ୍ୟାହୁଙ୍କ ମଧ୍ୟରେ ରାଜନୈତିକ ଅସ୍ତିତ୍ୱ ବଞ୍ଚାଇବାକୁ ସଂଘର୍ଷ: କ'ଣ ରହିଛି ଏହାର ପ୍ରଭାବ?

ଦୁର୍ନୀତି ନିବାରଣ ଆଇନର ଧାରା ୧୭-ଇ ଅନୁଯାୟୀ ସକ୍ଷମ ଅଧିକାରୀଙ୍କଠାରୁ ଆବଶ୍ୟକୀୟ ଅନୁମୋଦନ ପାଇବା ପରେ ଏସିବି ମାମଲା ପଞ୍ଜିକୃତ କରିଛି । ଏଜେନ୍ସି କହିଛି ଯେ, ସମଗ୍ର ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଅନିୟମିତତା ଏବଂ ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି “ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୋଟିଏ ବି କାମ ଶେଷ ହୋଇନାହିଁ,” ।

ଆହୁରି ପଢ଼ନ୍ତୁ: ବେଙ୍ଗାଲୁରୁରେ ବେଆଇନ ପଥର କ୍ୱାରୀ ଠାବ: ବିପୁଳ ପରିମାଣର ବିସ୍ଫୋରକ ଜବତ, ୫ ଜଣଙ୍କ ନାମରେ ମାମଲା

ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଶ୍ରେଣୀଗୃହ ନିର୍ମାଣ ଖର୍ଚ୍ଚ ଅପେକ୍ଷା ୫ ଗୁଣ ଅଧିକ ଟଙ୍କା ଖର୍ଚ୍ଚ କରିବାର ଅଭିଯୋଗ ରହିଛି । ସେ ୩୪ ଜଣ ଠିକାଦାରଙ୍କୁ ମଧ୍ୟ କାମ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଆମ ଆଦମୀ ପାର୍ଟି ସହିତ ଜଡିତ ଥିଲେ ।

ଆହୁରି ପଢ଼ନ୍ତୁ: 'ନୋ ବିଗ୍ ଡିଲ୍' ରୁ 'ସମ୍ପୂର୍ଣ୍ଣ ବିନାଶ': ଇରାନର ଆପାଚେ ହେଲିକପ୍ଟର ଆକ୍ରମଣ ପରେ କାହିଁକି ବଦଳିଲା ଟ୍ରମ୍ପଙ୍କ ମିଜାଜ?

ତେବେ ଗତ ଗୋଟିଏ ବର୍ଷ ମଧ୍ୟରେ ସିସୋଦିଆ ଏବଂ ଜୈନ ଉଭୟଙ୍କ ବିରୋଧରେ ପୃଥକ ପୃଥକ ଦୁର୍ନୀତି ମାମଲାରେ ତଦନ୍ତ ଚାଲିଛି । ଦିଲ୍ଲୀ ଉତ୍ପାଦ ଶୁଳ୍କ ନୀତି ମାମଲାରେ ସିସୋଦିଆ ପୂର୍ବରୁ ସିବିଆଇ ଏବଂ ଇଡି ଦ୍ୱାରା ତଦନ୍ତର ସମ୍ମୁଖୀନ ହେଉଛନ୍ତି, ଯେତେବେଳେ ଜୈନଙ୍କୁ ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା ।

30 Apr 2025 By The Sakala

ପୁଣି ଆପ୍ ନେତାଙ୍କୁ ଘାରିଲା ଗିରଫଦାରୀ ଭୟ; ମନୀଷ ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ରୁଜୁ ହେଲା ମାମଲା …

ନୂଆଦିଲ୍ଲୀ: ପୁଣି ଆମ୍ ଆଦମୀ ପାର୍ଟି ନେତାଙ୍କୁ ଘାରିଲା ଗିରଫଦାରୀ ଭୟ । ଦିଲ୍ଲୀ ସରକାରଙ୍କ ପୂର୍ବତନ ମନ୍ତ୍ରୀ ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା  ହୋଇଛି । ଏହି ମାମଲା ସରକାରୀ ସ୍କୁଲରେ ଶ୍ରେଣୀଗୃହ ନିର୍ମାଣ ସହିତ ଜଡିତ । ସ୍କୁଲ ଗୃହ ନିର୍ମାଣରେ ପ୍ରାୟ ୨ ହଜାର କୋଟିର ଦୁର୍ନୀତି ଅଭିଯୋଗ ହୋଇଛି । ଯାହା ଆପ୍ ସରକାରଙ୍କ କାର୍ଯ୍ୟକାଳରେ ୧୨ ହଜାର ୭୪୮ ଶ୍ରେଣୀଗୃହ ଏବଂ ସମ୍ପର୍କିତ କୋଠା ନିର୍ମାଣ ପାଇଁ ଆସିଥିବା ଟଙ୍କାରେ ଘୋଟାଲା ହୋଇଥିବା ନେଇ ମାମଲା ରୁଜୁ କଲା ଦିଲ୍ଲୀ ଦୁର୍ନୀତି ନିବାରଣ ଶାଖା ।

ଦୁର୍ନୀତି ନିବାରଣ ଆଇନର ଧାରା ୧୭-ଇ ଅନୁଯାୟୀ ସକ୍ଷମ ଅଧିକାରୀଙ୍କଠାରୁ ଆବଶ୍ୟକୀୟ ଅନୁମୋଦନ ପାଇବା ପରେ ଏସିବି ମାମଲା ପଞ୍ଜିକୃତ କରିଛି । ଏଜେନ୍ସି କହିଛି ଯେ, ସମଗ୍ର ପ୍ରକଳ୍ପରେ ଗୁରୁତ୍ୱପୂର୍ଣ୍ଣ ଅନିୟମିତତା ଏବଂ ମୂଲ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି । ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି “ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଗୋଟିଏ ବି କାମ ଶେଷ ହୋଇନାହିଁ,” ।

ମନୀଷ ସିସୋଦିଆ ଏବଂ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ଶ୍ରେଣୀଗୃହ ନିର୍ମାଣ ଖର୍ଚ୍ଚ ଅପେକ୍ଷା ୫ ଗୁଣ ଅଧିକ ଟଙ୍କା ଖର୍ଚ୍ଚ କରିବାର ଅଭିଯୋଗ ରହିଛି । ସେ ୩୪ ଜଣ ଠିକାଦାରଙ୍କୁ ମଧ୍ୟ କାମ ଦେଇଥିଲେ, ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଆମ ଆଦମୀ ପାର୍ଟି ସହିତ ଜଡିତ ଥିଲେ ।

ତେବେ ଗତ ଗୋଟିଏ ବର୍ଷ ମଧ୍ୟରେ ସିସୋଦିଆ ଏବଂ ଜୈନ ଉଭୟଙ୍କ ବିରୋଧରେ ପୃଥକ ପୃଥକ ଦୁର୍ନୀତି ମାମଲାରେ ତଦନ୍ତ ଚାଲିଛି । ଦିଲ୍ଲୀ ଉତ୍ପାଦ ଶୁଳ୍କ ନୀତି ମାମଲାରେ ସିସୋଦିଆ ପୂର୍ବରୁ ସିବିଆଇ ଏବଂ ଇଡି ଦ୍ୱାରା ତଦନ୍ତର ସମ୍ମୁଖୀନ ହେଉଛନ୍ତି, ଯେତେବେଳେ ଜୈନଙ୍କୁ ପୂର୍ବରୁ ମନି ଲଣ୍ଡରିଂ ମାମଲାରେ ଗିରଫ କରାଯାଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର