ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ରିଲିଫ୍ ସାମଗ୍ରୀ ଚୋରି ମାମଲା

The Sakala Picture
Published On

କୋଲକତା: ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ରିଲିଫ୍ ସାମଗ୍ରୀ ଚୋରି ଅଭିଯୋଗରେ ମାମଲା ରୁଜ୍ଜୁ କରିଛି ପୋଲିସ। କାଣ୍ଠି ନଗର ପାଳିକାରୁ ଦୁଇ ଭାଇ ରିଲିଫ୍ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି । ନଗରପାଳିକାର ପ୍ରଶାସନିକ ବୋର୍ଡ୍ ସଦସ୍ୟ ରତ୍ନଦୀପ ମନ୍ନାଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ଏତଲା ଦାଏର କରିଛି । ଶୁଭେନ୍ଦୁ ରିଲିଫ ସାମଗ୍ରୀ ଚୋରି କରିବା କାମରେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସାହାଯ୍ୟ […]

କୋଲକତା: ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ରିଲିଫ୍ ସାମଗ୍ରୀ ଚୋରି ଅଭିଯୋଗରେ ମାମଲା ରୁଜ୍ଜୁ କରିଛି ପୋଲିସ। କାଣ୍ଠି ନଗର ପାଳିକାରୁ ଦୁଇ ଭାଇ ରିଲିଫ୍ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି । ନଗରପାଳିକାର ପ୍ରଶାସନିକ ବୋର୍ଡ୍ ସଦସ୍ୟ ରତ୍ନଦୀପ ମନ୍ନାଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ଏତଲା ଦାଏର କରିଛି । ଶୁଭେନ୍ଦୁ ରିଲିଫ ସାମଗ୍ରୀ ଚୋରି କରିବା କାମରେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସାହାଯ୍ୟ ନେଇଥିବା ମଧ୍ୟ ଅଭିଯୋଗ ହେଉଛି ।

ଆହୁରି ପଢ଼ନ୍ତୁ: ଟିଏମସିରେ ମହାବିଦ୍ରୋହ: ସାମ୍ନାକୁ ଆସିଲା ୧୯ ବିଦ୍ରୋହୀ ସାଂସଦଙ୍କ ତାଲିକା, ଶତ୍ରୁଘ୍ନ ସିହ୍ନା ଓ ୟୁସୁଫ ପଠାନଙ୍କ ନାମ ସାମିଲ

ଏତଲାର ଅଭିଯୋଗ ଅନୁସାରେ ମେ ୨୯ ତାରିଖ ଦିନ ମଧ୍ୟାହ୍ନ ୧୨.୩୦ ବେଳେ ଶୁଭେନ୍ଦୁ,ତାଙ୍କ ଭାଇ ଓ କାଣ୍ଠି ନଗର ପାଳିକାର ପୂର୍ବତନ ଅଧ୍ୟକ୍ଷଙ୍କ ଆଦେଶରେ ଲକ୍ଷାଧିକ ଟଙ୍କାର ସରକାରୀ ତାରପୁଲିନ୍ ଚୋରି ହୋଇଥିଲା । ତାଲା ଭାଙ୍ଗି ଅଧିକାରୀ ଭାଇ ଏହି ଚୋରି କରିଥିଲେ ବୋଲି ଏତଲାରେ ରତ୍ନଦୀପ ଅଭିଯୋଗ କରିଛନ୍ତି ।

ଆହୁରି ପଢ଼ନ୍ତୁ: ଏୟାର ଇଣ୍ଡିଆ AI-171 ବିମାନ ଦୁର୍ଘଟଣାର ଏକମାତ୍ର ଜୀବିତ ବ୍ୟକ୍ତି: 'ବଞ୍ଚିବା ପରେ ଯାହା ସହିବାକୁ ପଡ଼ିଲା, ତାହା ଥିଲା ଅଧିକ କଷ୍ଟକର'

ସୂଚନାଯୋଗ୍ୟ ଯେ, ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ଶୁଭେନ୍ଦୁ ମମତାଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ତେବେ ମତଭେଦ କାରଣରୁ ସେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ନନ୍ଦିଗ୍ରାମ ବିଧାନସଭା ଆସନରୁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ । ନବ ଗଠିତ ବିଧାନସଭାରେ ସେ ବିରୋଧୀ ଦଳ ନେତା ଅଛନ୍ତି ।

ଆହୁରି ପଢ଼ନ୍ତୁ: ନିଟ୍‌-ୟୁଜି ପୁନଃ ପରୀକ୍ଷା ପାଇଁ NTA ର ବଡ଼ ଘୋଷଣା: ବଢ଼ିଲା ପରୀକ୍ଷା ସମୟ ଓ ରଫ୍‌ ସିଟ୍‌ ସଂଖ୍ୟା

06 Jun 2021 By The Sakala

ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ରିଲିଫ୍ ସାମଗ୍ରୀ ଚୋରି ମାମଲା

କୋଲକତା: ପଶ୍ଚିମବଙ୍ଗ ବିରୋଧି ଦଳ ନେତା ଶୁଭେନ୍ଦୁ ଅଧିକାରୀ ଓ ତାଙ୍କ ଭାଇଙ୍କ ବିରୋଧରେ ରିଲିଫ୍ ସାମଗ୍ରୀ ଚୋରି ଅଭିଯୋଗରେ ମାମଲା ରୁଜ୍ଜୁ କରିଛି ପୋଲିସ। କାଣ୍ଠି ନଗର ପାଳିକାରୁ ଦୁଇ ଭାଇ ରିଲିଫ୍ ସାମଗ୍ରୀ ଚୋରି କରିଥିବା ଅଭିଯୋଗ ହୋଇଛି । ନଗରପାଳିକାର ପ୍ରଶାସନିକ ବୋର୍ଡ୍ ସଦସ୍ୟ ରତ୍ନଦୀପ ମନ୍ନାଙ୍କ ଅଭିଯୋଗ ଆଧାରରେ ପୋଲିସ ଏହି ଏତଲା ଦାଏର କରିଛି । ଶୁଭେନ୍ଦୁ ରିଲିଫ ସାମଗ୍ରୀ ଚୋରି କରିବା କାମରେ କେନ୍ଦ୍ରୀୟ ସୁରକ୍ଷା ବଳଙ୍କ ସାହାଯ୍ୟ ନେଇଥିବା ମଧ୍ୟ ଅଭିଯୋଗ ହେଉଛି ।

ଏତଲାର ଅଭିଯୋଗ ଅନୁସାରେ ମେ ୨୯ ତାରିଖ ଦିନ ମଧ୍ୟାହ୍ନ ୧୨.୩୦ ବେଳେ ଶୁଭେନ୍ଦୁ,ତାଙ୍କ ଭାଇ ଓ କାଣ୍ଠି ନଗର ପାଳିକାର ପୂର୍ବତନ ଅଧ୍ୟକ୍ଷଙ୍କ ଆଦେଶରେ ଲକ୍ଷାଧିକ ଟଙ୍କାର ସରକାରୀ ତାରପୁଲିନ୍ ଚୋରି ହୋଇଥିଲା । ତାଲା ଭାଙ୍ଗି ଅଧିକାରୀ ଭାଇ ଏହି ଚୋରି କରିଥିଲେ ବୋଲି ଏତଲାରେ ରତ୍ନଦୀପ ଅଭିଯୋଗ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ୨୦୨୦ ନଭେମ୍ବର ପର୍ଯ୍ୟନ୍ତ ଶୁଭେନ୍ଦୁ ମମତାଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିଲେ । ତେବେ ମତଭେଦ କାରଣରୁ ସେ ଦଳ ଛାଡି ବିଜେପିରେ ଯୋଗ ଦେଇଥିଲେ । ନନ୍ଦିଗ୍ରାମ ବିଧାନସଭା ଆସନରୁ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପରାସ୍ତ କରିଥିଲେ । ନବ ଗଠିତ ବିଧାନସଭାରେ ସେ ବିରୋଧୀ ଦଳ ନେତା ଅଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର