ପୁଣି ବଢ଼ିଲା ପୁତିନଙ୍କ ଚିନ୍ତା: ନାଟୋରେ ସାମିଲ ହେବ ଫିନଲାଣ୍ଡ

The Sakala Picture
Published On

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧର ପରିବର୍ତ୍ତିିତ ପରିସ୍ଥିତ ପୁଣିଥରେ ରୁଷ ରାଷ୍ଟ୍ରପତି ପୁତିନଙ୍କ ଚିନ୍ତା ବଢାଇଛି। ରୁଷର ଉତ୍ତର ପଶ୍ଚିମ ସୀମାକୁ ଲାଗି ରହିଥିବା ଫିନଲାଣ୍ଡ ଯଥାଶୀଘ୍ର ସମ୍ଭବ ନାଟୋ ମେଣ୍ଟରେ ଯୋଗ ଦେବାକୁ ଗୁରୁବାର ଘୋଷଣା କରିଛି। କେବଳ ଫିନଲାଣ୍ଡ ନୁହେଁ , ଏହା ପରେ ପରେ ସ୍ବିଡେନ ମଧ୍ୟ ଏହି ମେଣ୍ଟରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିବା ପରେ ପୁତିନଙ୍କ କ୍ଷୋଭ ଦ୍ବିଗୁଣିତ ହୋଇଛି। ଏଭଳି ସ୍ଥିତିରେ ରୁଷ ପକ୍ଷରୁ କଡ଼ା ଜବାବ ଦିଆଯିବ […]

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧର ପରିବର୍ତ୍ତିିତ ପରିସ୍ଥିତ ପୁଣିଥରେ ରୁଷ ରାଷ୍ଟ୍ରପତି ପୁତିନଙ୍କ ଚିନ୍ତା ବଢାଇଛି। ରୁଷର ଉତ୍ତର ପଶ୍ଚିମ ସୀମାକୁ ଲାଗି ରହିଥିବା ଫିନଲାଣ୍ଡ ଯଥାଶୀଘ୍ର ସମ୍ଭବ ନାଟୋ ମେଣ୍ଟରେ ଯୋଗ ଦେବାକୁ ଗୁରୁବାର ଘୋଷଣା କରିଛି। କେବଳ ଫିନଲାଣ୍ଡ ନୁହେଁ , ଏହା ପରେ ପରେ ସ୍ବିଡେନ ମଧ୍ୟ ଏହି ମେଣ୍ଟରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିବା ପରେ ପୁତିନଙ୍କ କ୍ଷୋଭ ଦ୍ବିଗୁଣିତ ହୋଇଛି। ଏଭଳି ସ୍ଥିତିରେ ରୁଷ ପକ୍ଷରୁ କଡ଼ା ଜବାବ ଦିଆଯିବ ବୋଲି ପୁତିନ ଗୁରୁବାର ଘୋଷଣା କରିଛନ୍ତି। ୟୁକ୍ରେନ ଭଳି ଫିନଲାଣ୍ଡ ନାଟୋ ମେଣ୍ଟରେ ସାମିଲ ହେବା ରୁଷର ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ସିଧାସଳଖ ବିପଦ ବୋଲି କହି ଏଥିପାଇଁ ଆମେ ଠିକଣା ଜବାବ ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଏପରିକି ଫିନଲାଣ୍ଡ ବିରୋଧରେ ସାମରିକ ଏବଂ ବୈଷୟିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁତିନ ପରୋକ୍ଷ ଧମକ ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ତ୍ରିପୁରା ଡିଜିପି ଅନୁରାଗ ଧନଖରଙ୍କ ସନ୍ଦେହଜନକ ମୃତ୍ୟୁ: ପୋଲିସ ମୁଖ୍ୟାଳୟ ବାଥରୁମରୁ ମୃତଦେହ ଉଦ୍ଧାର

ଏଭଳି ସ୍ଥତି କେବଳ ୟୁକ୍ରେନ ଯୁଦ୍ଧ ନୁହେଁ, ବରଂ ବିଶ୍ବ ଯୁଦ୍ଧ ପାଇଁ ବାଟ କଢାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ଫିନଲାଣ୍ଡ ଏବଂ ସ୍ବିଡେନ ନାଟୋରେ ସାମିଲ ହେଲେ ପୂରା ପୂର୍ବ ୟୁରୋପ ସହ ରୁଷିଆର ତିକ୍ତତା ବଢିବ ଏବଂ ଏହା ପରବର୍ତ୍ତୀ ସମୟରେ ମହାଯୁଦ୍ଧରେ ପରିଣତ ହେବାର ଆଶଙ୍କା ରହିଛି। ରୁଷିଆର ପଶ୍ଚିମ ସୀମାକୁ ଲାଗି ରହିଥିବା କିମ୍ବା ଏହାର ନିକଟବର୍ତ୍ତୀ ପଡୋଶୀ ପ୍ରାୟ ସମସ୍ତ ରାଷ୍ଟ୍ର ପୂର୍ବରୁ ନାଟୋ ମେଣ୍ଟରେ ସାମିଲ ହୋଇସାରିଛନ୍ତି। ଏହାର ପଶ୍ଚିମ ସୀମାରେ ଥିବା ଏକମାତ୍ର ରାଷ୍ଟ୍ର ବେଲାରୁଷକୁ ବାଦ୍‌ଦେଲେ ପୂର୍ବରୁ ଇସ୍ତୋନିଆ, ଲାଟିଭିଆ ,ଲିଥୁଆନିଆ ଏବଂ ପୋଲାଣ୍ଡ ଆଦି ରାଷ୍ଟ୍ର ନାଟୋ ମେଣ୍ଟରେ ରହିଛନ୍ତି। ୟୁକ୍ରେନ ଏହିକ୍ରମରେ ସାମିଲ ହେବାକୁ ଉଦ୍ୟମ କରିବା ପରେ ଯୁଦ୍ଧର ସୂତ୍ରପାତ ହୋଇଥିଲା। କିନ୍ତୁ ଶୀତଳ ଯୁଦ୍ଧ ସମୟରୁ ନିରପେକ୍ଷତା ଅବଲମ୍ବନ କରି ଆସିଥିବା ଦୁଇ ନର୍‌ଡିକ ରାଷ୍ଟ୍ର ଫିନଲାଣ୍ଡ ଏବଂ ସ୍ବିଡେନ ନାଟୋରେ ସାମିଲ ହେବାର ପ୍ରସ୍ତୁତି ରୁଷ ପାଇଁ ଆହୁରି ଚିନ୍ତା ବଢାଇଛି। କାରଣ ୟୁକ୍ରେନ ସମେତ ଏହି ଦୁଇ ରାଷ୍ଟ୍ର ଯଦି ନାଟୋରେ ସାମିଲ ହୁଅନ୍ତି ତେବେ ରୁଷିଆର ପଶ୍ଚିମ ସୀମାରେ ନାଟୋ ଶକ୍ତି ସଶକ୍ତ ହୋଇପଡ଼ିବ। ପୂର୍ବରୁ ୟୁକ୍ରେନକୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଅସ୍ତ୍ରଶସ୍ତ୍ର ଯୋଗାଣକୁ ନେଇ ରାଷ୍ଟ୍ରପତି ପୁତିନ କ୍ଷୁବ୍ଧ ରହିଥିଲା ବେଳେ ୟୁକ୍ରେନ ଉପରେ ଶେଷ ଅସ୍ତ୍ର ଭାବେ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପୁତିନ ସଙ୍କେତ ଦେଇସାରିଛନ୍ତି। ତେବେ ଆଜିର ଘଟଣା ପରେ ପୁତିନ ପୁଣି ମୁହଁ ଖୋଲିବା ସହିତ ଏହା ଆମ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ଆସିଛି ବୋଲି କହିଛନ୍ତି। ତେଣୁ କେଉଁ ମୁହୂର୍ତ୍ତରେ ସେ କଠିନ ପଦକ୍ଷେପ ଉଠାଇପାରନ୍ତି ବୋଲି କୁହାଯାଉଛି। ଏହିକ୍ରମରେ ଗୁରୁବାର ରୁଷ ସେନା ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଆକ୍ରମଣ ଜୋରଦାର କରିଛି। ଲୁହାନସ୍କ ସହରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ବୋମାମାଡ଼ କରାଯାଇଥÒଲା ବେଳେ ଚେର୍ନୋହିବସ୍ଥିତ ୟୁକ୍ରେନର ଦୁଇଟି ପ୍ରମୁଖ ଅସ୍ତ୍ର ଡିପୋ ଉପରେ ମଧ୍ୟ ଆକ୍ରମଣ କରାଯାଇଥÒବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ପ୍ରଶ୍ନପତ୍ର ଲିକକୁ ନେଇ କଡ଼ା ଆଇନ ଆଣିବେ କେନ୍ଦ୍ର ସରକାର, ଆସନ୍ତା ସପ୍ତାହରେ ସଂସଦରେ ଆସିବ ବିଲ୍

13 May 2022 By The Sakala

ପୁଣି ବଢ଼ିଲା ପୁତିନଙ୍କ ଚିନ୍ତା: ନାଟୋରେ ସାମିଲ ହେବ ଫିନଲାଣ୍ଡ

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧର ପରିବର୍ତ୍ତିିତ ପରିସ୍ଥିତ ପୁଣିଥରେ ରୁଷ ରାଷ୍ଟ୍ରପତି ପୁତିନଙ୍କ ଚିନ୍ତା ବଢାଇଛି। ରୁଷର ଉତ୍ତର ପଶ୍ଚିମ ସୀମାକୁ ଲାଗି ରହିଥିବା ଫିନଲାଣ୍ଡ ଯଥାଶୀଘ୍ର ସମ୍ଭବ ନାଟୋ ମେଣ୍ଟରେ ଯୋଗ ଦେବାକୁ ଗୁରୁବାର ଘୋଷଣା କରିଛି। କେବଳ ଫିନଲାଣ୍ଡ ନୁହେଁ , ଏହା ପରେ ପରେ ସ୍ବିଡେନ ମଧ୍ୟ ଏହି ମେଣ୍ଟରେ ଯୋଗ ଦେବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିବା ପରେ ପୁତିନଙ୍କ କ୍ଷୋଭ ଦ୍ବିଗୁଣିତ ହୋଇଛି। ଏଭଳି ସ୍ଥିତିରେ ରୁଷ ପକ୍ଷରୁ କଡ଼ା ଜବାବ ଦିଆଯିବ ବୋଲି ପୁତିନ ଗୁରୁବାର ଘୋଷଣା କରିଛନ୍ତି। ୟୁକ୍ରେନ ଭଳି ଫିନଲାଣ୍ଡ ନାଟୋ ମେଣ୍ଟରେ ସାମିଲ ହେବା ରୁଷର ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ସିଧାସଳଖ ବିପଦ ବୋଲି କହି ଏଥିପାଇଁ ଆମେ ଠିକଣା ଜବାବ ଦେବାକୁ ପ୍ରସ୍ତୁତ ବୋଲି ସେ କହିଛନ୍ତି। ଏପରିକି ଫିନଲାଣ୍ଡ ବିରୋଧରେ ସାମରିକ ଏବଂ ବୈଷୟିକ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପୁତିନ ପରୋକ୍ଷ ଧମକ ଦେଇଛନ୍ତି।

ଏଭଳି ସ୍ଥତି କେବଳ ୟୁକ୍ରେନ ଯୁଦ୍ଧ ନୁହେଁ, ବରଂ ବିଶ୍ବ ଯୁଦ୍ଧ ପାଇଁ ବାଟ କଢାଇବ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ଫିନଲାଣ୍ଡ ଏବଂ ସ୍ବିଡେନ ନାଟୋରେ ସାମିଲ ହେଲେ ପୂରା ପୂର୍ବ ୟୁରୋପ ସହ ରୁଷିଆର ତିକ୍ତତା ବଢିବ ଏବଂ ଏହା ପରବର୍ତ୍ତୀ ସମୟରେ ମହାଯୁଦ୍ଧରେ ପରିଣତ ହେବାର ଆଶଙ୍କା ରହିଛି। ରୁଷିଆର ପଶ୍ଚିମ ସୀମାକୁ ଲାଗି ରହିଥିବା କିମ୍ବା ଏହାର ନିକଟବର୍ତ୍ତୀ ପଡୋଶୀ ପ୍ରାୟ ସମସ୍ତ ରାଷ୍ଟ୍ର ପୂର୍ବରୁ ନାଟୋ ମେଣ୍ଟରେ ସାମିଲ ହୋଇସାରିଛନ୍ତି। ଏହାର ପଶ୍ଚିମ ସୀମାରେ ଥିବା ଏକମାତ୍ର ରାଷ୍ଟ୍ର ବେଲାରୁଷକୁ ବାଦ୍‌ଦେଲେ ପୂର୍ବରୁ ଇସ୍ତୋନିଆ, ଲାଟିଭିଆ ,ଲିଥୁଆନିଆ ଏବଂ ପୋଲାଣ୍ଡ ଆଦି ରାଷ୍ଟ୍ର ନାଟୋ ମେଣ୍ଟରେ ରହିଛନ୍ତି। ୟୁକ୍ରେନ ଏହିକ୍ରମରେ ସାମିଲ ହେବାକୁ ଉଦ୍ୟମ କରିବା ପରେ ଯୁଦ୍ଧର ସୂତ୍ରପାତ ହୋଇଥିଲା। କିନ୍ତୁ ଶୀତଳ ଯୁଦ୍ଧ ସମୟରୁ ନିରପେକ୍ଷତା ଅବଲମ୍ବନ କରି ଆସିଥିବା ଦୁଇ ନର୍‌ଡିକ ରାଷ୍ଟ୍ର ଫିନଲାଣ୍ଡ ଏବଂ ସ୍ବିଡେନ ନାଟୋରେ ସାମିଲ ହେବାର ପ୍ରସ୍ତୁତି ରୁଷ ପାଇଁ ଆହୁରି ଚିନ୍ତା ବଢାଇଛି। କାରଣ ୟୁକ୍ରେନ ସମେତ ଏହି ଦୁଇ ରାଷ୍ଟ୍ର ଯଦି ନାଟୋରେ ସାମିଲ ହୁଅନ୍ତି ତେବେ ରୁଷିଆର ପଶ୍ଚିମ ସୀମାରେ ନାଟୋ ଶକ୍ତି ସଶକ୍ତ ହୋଇପଡ଼ିବ। ପୂର୍ବରୁ ୟୁକ୍ରେନକୁ ଆମେରିକା ସମେତ ପାଶ୍ଚାତ୍ୟ ରାଷ୍ଟ୍ରମାନଙ୍କ ଅସ୍ତ୍ରଶସ୍ତ୍ର ଯୋଗାଣକୁ ନେଇ ରାଷ୍ଟ୍ରପତି ପୁତିନ କ୍ଷୁବ୍ଧ ରହିଥିଲା ବେଳେ ୟୁକ୍ରେନ ଉପରେ ଶେଷ ଅସ୍ତ୍ର ଭାବେ ଆଣବିକ ଅସ୍ତ୍ର ପ୍ରୟୋଗ କରିବାକୁ ପୁତିନ ସଙ୍କେତ ଦେଇସାରିଛନ୍ତି। ତେବେ ଆଜିର ଘଟଣା ପରେ ପୁତିନ ପୁଣି ମୁହଁ ଖୋଲିବା ସହିତ ଏହା ଆମ ରାଷ୍ଟ୍ରୀୟ ସୁରକ୍ଷା ପ୍ରତି ବିପଦ ଆସିଛି ବୋଲି କହିଛନ୍ତି। ତେଣୁ କେଉଁ ମୁହୂର୍ତ୍ତରେ ସେ କଠିନ ପଦକ୍ଷେପ ଉଠାଇପାରନ୍ତି ବୋଲି କୁହାଯାଉଛି। ଏହିକ୍ରମରେ ଗୁରୁବାର ରୁଷ ସେନା ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ଆକ୍ରମଣ ଜୋରଦାର କରିଛି। ଲୁହାନସ୍କ ସହରରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬ ବୋମାମାଡ଼ କରାଯାଇଥÒଲା ବେଳେ ଚେର୍ନୋହିବସ୍ଥିତ ୟୁକ୍ରେନର ଦୁଇଟି ପ୍ରମୁଖ ଅସ୍ତ୍ର ଡିପୋ ଉପରେ ମଧ୍ୟ ଆକ୍ରମଣ କରାଯାଇଥÒବା ଜଣାପଡ଼ିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର