ଅଭିନେତା ରଣବୀରଙ୍କ ପରେ ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ଭନସାଲି କୋଭିଡ୍ ପଜିଟିଭ୍ ଚିହ୍ନଟ

The Sakala Picture
Published On

ମୁମ୍ବଇ : କିଛି ଦିନ ପରେ ଦେଶରେ କରୋନା ମହାମାରୀ ପୁଣିଥରେ ତାର କାୟା ବିସ୍ତାରେ କରିଚାଲିଛି। କରୋନା ପୁଣିଥରେ ବ୍ୟାପିବା ଆରମ୍ଭ କରୁଥିବା ବେଳେ ବଲିଉଡ୍‌ ଅଭିନେତା ଓ ଫିଲ୍ମ ନିର୍ମାତା କରୋନାର ଶିକାର ହେଉଛନ୍ତି। ମଙ୍ଗଳବାର ସକାଳେ ବଲିଉଡ ଅଭିନେତା ରଣବୀର କପୁର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଥିଲା। ରଣବୀର କପୁରଙ୍କ ପରେ ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ଭନସାଲି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ବର୍ତ୍ତମାନ ପ୍ରଶଂସକ ଆଲିଆ ଭଟ୍ଟଙ୍କ […]

ମୁମ୍ବଇ : କିଛି ଦିନ ପରେ ଦେଶରେ କରୋନା ମହାମାରୀ ପୁଣିଥରେ ତାର କାୟା ବିସ୍ତାରେ କରିଚାଲିଛି। କରୋନା ପୁଣିଥରେ ବ୍ୟାପିବା ଆରମ୍ଭ କରୁଥିବା ବେଳେ ବଲିଉଡ୍‌ ଅଭିନେତା ଓ ଫିଲ୍ମ ନିର୍ମାତା କରୋନାର ଶିକାର ହେଉଛନ୍ତି। ମଙ୍ଗଳବାର ସକାଳେ ବଲିଉଡ ଅଭିନେତା ରଣବୀର କପୁର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଥିଲା। ରଣବୀର କପୁରଙ୍କ ପରେ ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ଭନସାଲି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ବର୍ତ୍ତମାନ ପ୍ରଶଂସକ ଆଲିଆ ଭଟ୍ଟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସଞ୍ଜୟ ଲୀଳା ଭନସାଲି ଘରେ କ୍ଵାରେଣ୍ଟାଇନରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ୟେମେନ୍ ସରକାରୀ ସେନା ଶିବିର ଉପରେ ହୁଥି ବିଦ୍ରୋହୀଙ୍କ ବଡ଼ ଆକ୍ରମଣ, ୧୮ ନିହତ

ସଞ୍ଜୟ ଲୀଳା ଭନସାଲି କରୋନା ପଜିଟିଭ ଚିହ୍ନଟ ହେବାପରେ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’ର ଶୁଟିଂ ବନ୍ଦ କରିଦିଆଯାଇଛି। ରିପୋର୍ଟ ଅନୁଯାୟୀ, ସଞ୍ଜୟଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କର କୋଭିଡ ଯାଞ୍ଚ କରାଯାଇଥିଲା। ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା। ରିପୋର୍ଟ ଆସିବା ପରେ ଫିଲ୍ମ ଶୁଟିଂ ବନ୍ଦ କରିଯାଇଥିଲା। ରଣବୀର କପୁର ଓ ସଞ୍ଜୟ ଲୀଳା ଭନସାଲି କରୋନା ପଜିଟିଭ ଚିହ୍ନଟ ହେବାପରେ ଫିଲ୍ମର ପୁରା ଟିମ ଉପରେ କରୋନା ଭୟ ରହିଛି।

ଆହୁରି ପଢ଼ନ୍ତୁ: ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆର ଡାଟା ଲିକ୍: ଡାର୍କ ୱେବରେ ୩,୮୯୭ ଗ୍ରାହକଙ୍କ ତଥ୍ୟ, ପାଣ୍ଠି ସୁରକ୍ଷିତ ଥିବା ନେଇ ବ୍ୟାଙ୍କର ସ୍ପଷ୍ଟୀକରଣ

ନିକଟରେ ସଞ୍ଜୟ ଲୀଳା ଭନସାଲି ନିଜ ଜନ୍ମଦିନ ପାଳନ କରିଥିଲେ। ତାଙ୍କ ଜନ୍ମଦିନରେ ଆଲିଆ ଭଟ୍ଟ ମଧ୍ୟ ଯାଇଥିଲେ। ଏହି ଅବସରରେ ଫିଲ୍ମ ଗାଙ୍ଗୁବାଇ କାଠିୟାବାଡିର ଟିଜର ରିଲିଜ ହୋଇଥିଲା। ଟିଜରରେ ଆଲିଆ ଭଟ୍ଟଙ୍କ କ୍ୟାରିଅରର ସବୁଠାରୁ ଦମଦାର ରୂପ ଦେଖିବାକୁ ମିଳିଛି। ଟିଜର ଦେଖି ପ୍ରଶଂସକ ଆଲିଆ ଭଟ୍ଟଙ୍କୁ ଖୁବ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: ୟୁକ୍ରେନରେ ଏଆଇ ଡ୍ରୋନର ଆତଙ୍କ: ନିଜେ ଟାର୍ଗେଟ ବାଛି ତିନି ଜଣଙ୍କୁ କଲା ହତ୍ୟା, ଜାତିସଂଘ ନିୟମ ବାହାରେ ଏହି ଅସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର