ଅଭିନେତା ରଣବୀରଙ୍କ ପରେ ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ଭନସାଲି କୋଭିଡ୍ ପଜିଟିଭ୍ ଚିହ୍ନଟ

The Sakala Picture
Published On

ମୁମ୍ବଇ : କିଛି ଦିନ ପରେ ଦେଶରେ କରୋନା ମହାମାରୀ ପୁଣିଥରେ ତାର କାୟା ବିସ୍ତାରେ କରିଚାଲିଛି। କରୋନା ପୁଣିଥରେ ବ୍ୟାପିବା ଆରମ୍ଭ କରୁଥିବା ବେଳେ ବଲିଉଡ୍‌ ଅଭିନେତା ଓ ଫିଲ୍ମ ନିର୍ମାତା କରୋନାର ଶିକାର ହେଉଛନ୍ତି। ମଙ୍ଗଳବାର ସକାଳେ ବଲିଉଡ ଅଭିନେତା ରଣବୀର କପୁର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଥିଲା। ରଣବୀର କପୁରଙ୍କ ପରେ ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ଭନସାଲି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ବର୍ତ୍ତମାନ ପ୍ରଶଂସକ ଆଲିଆ ଭଟ୍ଟଙ୍କ […]

ମୁମ୍ବଇ : କିଛି ଦିନ ପରେ ଦେଶରେ କରୋନା ମହାମାରୀ ପୁଣିଥରେ ତାର କାୟା ବିସ୍ତାରେ କରିଚାଲିଛି। କରୋନା ପୁଣିଥରେ ବ୍ୟାପିବା ଆରମ୍ଭ କରୁଥିବା ବେଳେ ବଲିଉଡ୍‌ ଅଭିନେତା ଓ ଫିଲ୍ମ ନିର୍ମାତା କରୋନାର ଶିକାର ହେଉଛନ୍ତି। ମଙ୍ଗଳବାର ସକାଳେ ବଲିଉଡ ଅଭିନେତା ରଣବୀର କପୁର କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଥିଲା। ରଣବୀର କପୁରଙ୍କ ପରେ ଫିଲ୍ମ ନିର୍ମାତା ସଞ୍ଜୟ ଲୀଳା ଭନସାଲି ମଧ୍ୟ କରୋନା ସଂକ୍ରମଣର ଶିକାର ହୋଇଛନ୍ତି। ବର୍ତ୍ତମାନ ପ୍ରଶଂସକ ଆଲିଆ ଭଟ୍ଟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ସଞ୍ଜୟ ଲୀଳା ଭନସାଲି ଘରେ କ୍ଵାରେଣ୍ଟାଇନରେ ଅଛନ୍ତି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ସଞ୍ଜୟ ଲୀଳା ଭନସାଲି କରୋନା ପଜିଟିଭ ଚିହ୍ନଟ ହେବାପରେ ଫିଲ୍ମ ‘ଗଙ୍ଗୁବାଇ କାଠିୟାବାଡି’ର ଶୁଟିଂ ବନ୍ଦ କରିଦିଆଯାଇଛି। ରିପୋର୍ଟ ଅନୁଯାୟୀ, ସଞ୍ଜୟଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିବା ପରେ ତାଙ୍କର କୋଭିଡ ଯାଞ୍ଚ କରାଯାଇଥିଲା। ଯାଞ୍ଚ ରିପୋର୍ଟ ପଜିଟିଭ ଆସିଥିଲା। ରିପୋର୍ଟ ଆସିବା ପରେ ଫିଲ୍ମ ଶୁଟିଂ ବନ୍ଦ କରିଯାଇଥିଲା। ରଣବୀର କପୁର ଓ ସଞ୍ଜୟ ଲୀଳା ଭନସାଲି କରୋନା ପଜିଟିଭ ଚିହ୍ନଟ ହେବାପରେ ଫିଲ୍ମର ପୁରା ଟିମ ଉପରେ କରୋନା ଭୟ ରହିଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀରେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ସ୍ମାରକୀ ନିର୍ମାଣ ପାଇଁ ମିଳିଲା ଅନୁମୋଦନ, ରଖାଗଲା ଏହି ସବୁ ସର୍ତ୍ତ

ନିକଟରେ ସଞ୍ଜୟ ଲୀଳା ଭନସାଲି ନିଜ ଜନ୍ମଦିନ ପାଳନ କରିଥିଲେ। ତାଙ୍କ ଜନ୍ମଦିନରେ ଆଲିଆ ଭଟ୍ଟ ମଧ୍ୟ ଯାଇଥିଲେ। ଏହି ଅବସରରେ ଫିଲ୍ମ ଗାଙ୍ଗୁବାଇ କାଠିୟାବାଡିର ଟିଜର ରିଲିଜ ହୋଇଥିଲା। ଟିଜରରେ ଆଲିଆ ଭଟ୍ଟଙ୍କ କ୍ୟାରିଅରର ସବୁଠାରୁ ଦମଦାର ରୂପ ଦେଖିବାକୁ ମିଳିଛି। ଟିଜର ଦେଖି ପ୍ରଶଂସକ ଆଲିଆ ଭଟ୍ଟଙ୍କୁ ଖୁବ ପ୍ରଶଂସା କରିଛନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର