କରୋନା ଲଢେଇରେ ସାମିଲ ହେବ ଆଉ ୨ଟିକା: ମିଳିଲା କୋର୍ବେଭାକ୍ସ ଏବଂ କୋଭୋଭାକ୍ସକୁ ମଞ୍ଜୁରୀ

The Sakala Picture
Published On

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ କାୟା ବିସ୍ତାର କରୁଛି। କରୋନାକୁ ହରାଇବା ପାଇଁ  ଜୋରଦାର ଟିକା କରଣ କରାଯାଉଛି। ଏଥିମଧ୍ଯରେ ଆଉ ୨ କରୋନା ଟିକାକୁ  ମଞ୍ଜୁରୀ ମିଳିଲା । ୨ଟି କରୋନା ଟିକା ଓ ଗୋଟିଏ କରୋନା ଔଷଧକୁ ଅନୁମତି ଦେଇଛି ଭାରତ। ୨ଟି ଟିକା ହେଉଛି କୋର୍ବେଭାକ୍ସ ଏବଂ କୋଭୋଭାକ୍ସ। ଏହି ୨ଟି ଟିକା ସହ ଆଣ୍ଟି-ଭାଇରାଲ୍ ଔଷଧ ମଲନୁପିରାଭୀରକୁ କେବଳ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ମିଳିଥିବା ଟ୍ବିଟ […]

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ କାୟା ବିସ୍ତାର କରୁଛି। କରୋନାକୁ ହରାଇବା ପାଇଁ  ଜୋରଦାର ଟିକା କରଣ କରାଯାଉଛି। ଏଥିମଧ୍ଯରେ ଆଉ ୨ କରୋନା ଟିକାକୁ  ମଞ୍ଜୁରୀ ମିଳିଲା । ୨ଟି କରୋନା ଟିକା ଓ ଗୋଟିଏ କରୋନା ଔଷଧକୁ ଅନୁମତି ଦେଇଛି ଭାରତ। ୨ଟି ଟିକା ହେଉଛି କୋର୍ବେଭାକ୍ସ ଏବଂ କୋଭୋଭାକ୍ସ। ଏହି ୨ଟି ଟିକା ସହ ଆଣ୍ଟି-ଭାଇରାଲ୍ ଔଷଧ ମଲନୁପିରାଭୀରକୁ କେବଳ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ମିଳିଥିବା ଟ୍ବିଟ କରି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ।

ଆହୁରି ପଢ଼ନ୍ତୁ: ବିହାର ସୁପୌଲରେ ତୁମୁଳକାଣ୍ଡ: ପ୍ରେମିକକୁ ଉଦ୍ଧାର କରିବାକୁ ଯାଇ ଆକ୍ରମଣର ଶିକାର ହେଲା ପୋଲିସ, ଗାଡ଼ି ଭଙ୍ଗାରୁଜା

କୋର୍ବେଭାକ୍ସକୁ ହାଇଦ୍ରାବାଦ ଭିତ୍ତିକ କମ୍ପାନି ବାୟୋଲୋଜିକାଲ୍-ଇ ପ୍ରସ୍ତୁତ କରିଥିବା ବେଳେ କୋଭୋଭାକ୍ସକୁ ପ୍ରସ୍ତୁତ କରିଛି ପୁଣେର ସେରମ ଇନଷ୍ଟିଚ୍ୟୁଟ। ଏହା ସହ ଆଣ୍ଟି-ଭାଇରାଲ୍ ଔଷଧ ମଲନୁପିରାଭୀରକୁ ଭାରତରେ ୧୩ଟି କମ୍ପାନି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାକୁ ଜରୁରୀକାଳୀନ ପରିସ୍ଥିତିରେ ବୟସ୍କ ରୋଗୀଙ୍କ ଚିକିତ୍ସାରେ ସୀମିତ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।

ଏହା ପୂର୍ବରୁ ଭାରତ କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇଥିବା ବେଳେ ଭାରତରେ କୋଟି କୋଟି ଲୋକ ଏହି ଟିକା ଗ୍ରହଣ କରିଛନ୍ତି।

28 Dec 2021 By The Sakala

କରୋନା ଲଢେଇରେ ସାମିଲ ହେବ ଆଉ ୨ଟିକା: ମିଳିଲା କୋର୍ବେଭାକ୍ସ ଏବଂ କୋଭୋଭାକ୍ସକୁ ମଞ୍ଜୁରୀ

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ କାୟା ବିସ୍ତାର କରୁଛି। କରୋନାକୁ ହରାଇବା ପାଇଁ  ଜୋରଦାର ଟିକା କରଣ କରାଯାଉଛି। ଏଥିମଧ୍ଯରେ ଆଉ ୨ କରୋନା ଟିକାକୁ  ମଞ୍ଜୁରୀ ମିଳିଲା । ୨ଟି କରୋନା ଟିକା ଓ ଗୋଟିଏ କରୋନା ଔଷଧକୁ ଅନୁମତି ଦେଇଛି ଭାରତ। ୨ଟି ଟିକା ହେଉଛି କୋର୍ବେଭାକ୍ସ ଏବଂ କୋଭୋଭାକ୍ସ। ଏହି ୨ଟି ଟିକା ସହ ଆଣ୍ଟି-ଭାଇରାଲ୍ ଔଷଧ ମଲନୁପିରାଭୀରକୁ କେବଳ ଜରୁରୀକାଳୀନ ପରିସ୍ଥିତିରେ ବ୍ୟବହାର କରିବାକୁ ଅନୁମତି ମିଳିଥିବା ଟ୍ବିଟ କରି କହିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭ୍ୟ।

କୋର୍ବେଭାକ୍ସକୁ ହାଇଦ୍ରାବାଦ ଭିତ୍ତିକ କମ୍ପାନି ବାୟୋଲୋଜିକାଲ୍-ଇ ପ୍ରସ୍ତୁତ କରିଥିବା ବେଳେ କୋଭୋଭାକ୍ସକୁ ପ୍ରସ୍ତୁତ କରିଛି ପୁଣେର ସେରମ ଇନଷ୍ଟିଚ୍ୟୁଟ। ଏହା ସହ ଆଣ୍ଟି-ଭାଇରାଲ୍ ଔଷଧ ମଲନୁପିରାଭୀରକୁ ଭାରତରେ ୧୩ଟି କମ୍ପାନି ଦ୍ୱାରା ପ୍ରସ୍ତୁତ କରାଯାଇଛି। ଏହାକୁ ଜରୁରୀକାଳୀନ ପରିସ୍ଥିତିରେ ବୟସ୍କ ରୋଗୀଙ୍କ ଚିକିତ୍ସାରେ ସୀମିତ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଥିବା ଜଣାପଡ଼ିଛି।

ଏହା ପୂର୍ବରୁ ଭାରତ କୋଭିସିଲ୍ଡ ଓ କୋଭାକ୍ସିନକୁ ଅନୁମତି ଦେଇଥିବା ବେଳେ ଭାରତରେ କୋଟି କୋଟି ଲୋକ ଏହି ଟିକା ଗ୍ରହଣ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର