ରୁଷ-ୟୁକ୍ରେନ ଯୁଦ୍ଧ: ରୁଷର ପରାଜିତ ସୈନିକଙ୍କୁ ଘାରିଛି ମୃତ୍ୟୁ ଭୟ, ପୁତିନଙ୍କୁ ଡରି ଫେରୁନାହାନ୍ତି ନିଜ ଘରକୁ

The Sakala Picture
Published On

ମସ୍କୋ(ଏଜେନ୍ସି): ୟୁକ୍ରେନ ଯୁଦ୍ଧରେ ପରାଜିତ ରୁଷ ସୈନିକଙ୍କୁ ମୃତ୍ୟୁଭୟ ଘାରିଛି। ସେମାନେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଭୟରେ ଘରକୁ ଫେରିପାରୁନାହାନ୍ତି। ସେଠାରେ ଚିତା ସଜା ହୋଇ ରହିଛି ଏବଂ ଲୋକେ ମୃତ୍ୟୁ ହୋଇ ସାରିଥିବା ଭାବୁଛନ୍ତି ବୋଲି ପରାଜିତ ସୈନିକ କହିଛନ୍ତି। ରୁଷ-ୟୁକ୍ରେନ ଯୁଦ୍ଧ ଶନିବାର ୧୮ ଦିନରେ ପହଞ୍ଚିଛି। ୟୁକ୍ରେନ ଅକ୍ତିଆରର ରାଷ୍ଟ୍ରପତି ପୁତିନ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଏ ପର୍ଯ୍ୟନ୍ତ ସତ ହୋଇପାରି ନାହିଁ। ରୁଷ ସେନାକୁ କଡା ପ୍ରତିରୋଧର ସାମ୍‌ନା କରିବାକୁ […]

ମସ୍କୋ(ଏଜେନ୍ସି): ୟୁକ୍ରେନ ଯୁଦ୍ଧରେ ପରାଜିତ ରୁଷ ସୈନିକଙ୍କୁ ମୃତ୍ୟୁଭୟ ଘାରିଛି। ସେମାନେ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ଭୟରେ ଘରକୁ ଫେରିପାରୁନାହାନ୍ତି। ସେଠାରେ ଚିତା ସଜା ହୋଇ ରହିଛି ଏବଂ ଲୋକେ ମୃତ୍ୟୁ ହୋଇ ସାରିଥିବା ଭାବୁଛନ୍ତି ବୋଲି ପରାଜିତ ସୈନିକ କହିଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ସହ ତିକ୍ତତା ମଧ୍ୟରେ ୨୫୦ ଦିନର ଲମ୍ବା ମିଶନ ପରେ ଥାଇଲାଣ୍ଡରେ ପହଞ୍ଚିଲା ଆମେରିକୀୟ ଯୁଦ୍ଧପୋତ 'ୟୁଏସଏସ ଅବ୍ରାହମ ଲିଙ୍କନ'

ରୁଷ-ୟୁକ୍ରେନ ଯୁଦ୍ଧ ଶନିବାର ୧୮ ଦିନରେ ପହଞ୍ଚିଛି। ୟୁକ୍ରେନ ଅକ୍ତିଆରର ରାଷ୍ଟ୍ରପତି ପୁତିନ ଯେଉଁ ସ୍ବପ୍ନ ଦେଖିଥିଲେ ତାହା ଏ ପର୍ଯ୍ୟନ୍ତ ସତ ହୋଇପାରି ନାହିଁ। ରୁଷ ସେନାକୁ କଡା ପ୍ରତିରୋଧର ସାମ୍‌ନା କରିବାକୁ ପଡୁଛି। ଏତେ ଦିନର ଯୁଦ୍ଧ ପରେ ମଧ୍ୟ କିଭ୍‌ ଜେଲେଁସ୍କି ସରକାରର ନିୟନ୍ତ୍ରଣରେ ରହିଛି। ଏହା ମଧ୍ୟରେ ଅନେକ ରୁଷ ସୈନିକଙ୍କୁ ୟୁକ୍ରେନ ବନ୍ଦୀ ବନାଇଛି। ଏହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଜଣେ ରୁଷ ସୈନିକଙ୍କୁ ୟୁକ୍ରେନ ଜନତା ଖାଇବାକୁ ପାଉଁରୁଟି ଏବଂ ଚା’ ପିଇବାକୁ ଦେଇ ପରିବାର ସହ କଥା କରାଇଥିଲେ। ଏଥିରେ ରୁଷୀୟ ଯବାନ ଭାବୁକ ହୋଇଯାଇଥିଲେ। କିନ୍ତୁ ଏବେ ଏହି ସୈନିକମାନେ ରୁଷ ଫେରିବାକୁ ଭୟ କରୁଛନ୍ତି। ରୁଷ ଫେରିବା ପରେ ହତ୍ୟା କରାଯିବ ବୋଲି ସେମାନେ କହୁଛନ୍ତି। ୟୁକ୍ରେନ ସେନା ଧରିଥିବା ଜଣେ ରୁଷ ଯବାନ କହିଛନ୍ତି ଯେ ଦେଶକୁ ଫେରିଲେ ତାଙ୍କୁ ଗୁଳି କରି ହତ୍ୟା କରାଯିବ। ରୁଷରେ ଆମର ମୃତ୍ୟୁ ହୋଇସାରିଥିବା ମନେ କରାଯାଉଛି। ମାତା-ପିତାଙ୍କ ସହ କଥାହେବାକୁ ଆମକୁ ସୁଯୋଗ ଦିଆଯାଇଥିଲା। ଆମର ଅନ୍ତିମ ସଂସ୍କାର ବ୍ୟବସ୍ଥା ପୂର୍ବରୁ କରାଯାଇସାରିଥିବା ସେମାନେ କହିଥିଲେ। ଯଦି ଅଦଳ-ବଦଳ କରାଯାଏ ତେବେ ନିଜ ଲୋକଙ୍କ ଦ୍ବାରା ଗୁଳି କରିଦିଆଯିବ।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

ଅନ୍ୟ ଜଣେ ଯବାନ କହିଛନ୍ତି ଯେ ୟୁକ୍ରେନ ନାଗରିକଙ୍କୁ ବଞ୍ଚାଇବାକୁ ପ୍ରୟାସ କରିବାରୁ ସହଯୋଗୀ ତାଙ୍କୁ ଗୁଳି କରିଦେଇଥିଲେ। ଗତ ୨୪ ତାରିଖରେ ଖାରକିଭ ନାଗରିକଙ୍କ ଉପରେ ଗୁଳି ଚଳାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ସମୟରେ ଜଣେ ୟୁକ୍ରେନ ମହିଳା ଏବଂ ତାଙ୍କ ମାଆଙ୍କୁ ବଞ୍ଚାଇବାକୁ ପ୍ରୟାସ କରିବାରୁ ଜଣେ ସାଥି ଲେଫ୍ଟନାଣ୍ଟଙ୍କୁ ନିଜ ସେନା ଗୁଳି କରିଥିଲା। ଧରାପଡିଥିବା ସୈନିକଙ୍କ ଗୋଡରେ ମଧ୍ୟ ଗୁଳି ବାଜିଥିଲା। ତେବେ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ, କିନ୍ତୁ ଲେଫ୍ଟନାଣ୍ଟଙ୍କ ମୃତ୍ୟୁ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର