ପୁଲିସ ଓ ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ: ଲୁହ ବୁହା ଗ୍ୟାସର ଜବାବରେ ଲଙ୍କା ଗୁଣ୍ଡ ପକାଇ ନଡ଼ା ଜାଳିଲେ ଚାଷୀ

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇଛି ଚାଷୀ ଆନ୍ଦୋଳନ । ପୁଲିସ ଓ ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ ହୋଇଛନ୍ତି। ସରକାରଙ୍କ ସହ କୃଷକଙ୍କ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ଚାଷୀମାନେ ଦିଲ୍ଲୀ ପ୍ରବେଶ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ପଞ୍ଜାବ-ହରିୟାଣା ସୀମାରେ ୧୨ଶହ ଟ୍ରାକ୍ଟର ଟ୍ରଲି, ୩୦୦ କାର ଓ ୧୦ ମିନିବସ୍‌ ବ୍ୟତୀତ ଅନ୍ୟ ଛୋଟବଡ଼ ବାହନରେ ଆସି ୧୪ ହଜାର ଚାଷୀ ଜମା ହୋଇଛନ୍ତି। ଫଳରେ ଚାଷୀଙ୍କୁ ଘଉଡାଇବା ପାଇଁ […]

ନୂଆଦିଲ୍ଲୀ: ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇଛି ଚାଷୀ ଆନ୍ଦୋଳନ । ପୁଲିସ ଓ ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ ହୋଇଛନ୍ତି। ସରକାରଙ୍କ ସହ କୃଷକଙ୍କ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ଚାଷୀମାନେ ଦିଲ୍ଲୀ ପ୍ରବେଶ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ପଞ୍ଜାବ-ହରିୟାଣା ସୀମାରେ ୧୨ଶହ ଟ୍ରାକ୍ଟର ଟ୍ରଲି, ୩୦୦ କାର ଓ ୧୦ ମିନିବସ୍‌ ବ୍ୟତୀତ ଅନ୍ୟ ଛୋଟବଡ଼ ବାହନରେ ଆସି ୧୪ ହଜାର ଚାଷୀ ଜମା ହୋଇଛନ୍ତି। ଫଳରେ ଚାଷୀଙ୍କୁ ଘଉଡାଇବା ପାଇଁ ପୁଲିସ ଲୁହବୁହା ବାସ୍ପ ପ୍ରୟୋଗ କରିଛି।

ଆହୁରି ପଢ଼ନ୍ତୁ: ରାଜ୍ୟସଭା ପାଇଁ ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ମନମୋହନ ଓ ସୁଜିତ କୁମାର, ସ୍ଵାଧୀନରେ ଲଢିବେ ଦିଲ୍ଲୀପ

ଏହାରି ଭିତରେ ଚାଷୀମାନେ ପୁଲିସଠାରୁ ରକ୍ଷା ପାଇଁ ନୂଆ ପନ୍ଥା ଆପଣାଇଛନ୍ତି । ପଞ୍ଜାବ ଏବଂ ହରିୟାଣା ସୀମାର ଖନୋରୀ ବର୍ଡର ନିକଟରେ ବହୁ ସଂଖ୍ୟା ନଡ଼ା ଏକାଠି କରିଛନ୍ତି । ଚାଷୀମାନେ ଜମିରୁ ନଡ଼ା ଏକାଠି କରି ସେଠାରେ ଲଙ୍କା ଗୁଣ୍ଡା ପକାଇ ନିଆଁ ଲଗାଉଛନ୍ତି । ହରିୟାଣା ପଟୁ ପବନ ବୋହୁ ଥିବାରୁ ଏହି ଧୂଆଁ ସୁରକ୍ଷାକର୍ମୀଙ୍କୁ ଯନ୍ତ୍ରଣା ଦେଉଛି । ହରିୟାଣାପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବୁଧବାର ଚାଷୀ ଆନ୍ଦୋଳନ ସମୟରେ ଦାତା ସିଂ-ଖନୋରୀ ବର୍ଡରରେ ପ୍ରଦର୍ଶନକାରୀ ନଡ଼ାରେ ଲଙ୍କା ଗୁଣ୍ଡ ପକାଇ ନିଆଁ ଲଗାଇଥିଲେ । ଏହାସହ ପୁଲିସକୁ ଚାରି ଆଡ଼ୁ ଘେରାଉ କରିଥିଲେ । ପୁଲିସ ଉପରେ ପଥର ମାଡ଼ ସହ ଲାଠିରେ ଆକ୍ରମଣ କରିଥିଲେ । ପୁଲିସ ଅଧିକାରୀ କହିଛନ୍ତି ଯେ ନଡ଼ାରେ ଲଙ୍କା ଗୁଣ୍ଡ ପକାଇ ନିଆଁ ଲଗାଇବା ପରେ ବିଷାକ୍ତ ଧୂଆଁ ଯୋଗୁଁ ପୁଲିସ ସହ ସାଧାରଣ ଲୋକ ବହୁ ଅସୁବିଧାର ସାମନା କରୁଛନ୍ତି । ଚାଷୀଙ୍କ ଆନ୍ଦୋଳନରେ ପ୍ରାୟ ୧୨ ଜଣ ପୋଲିସକର୍ମୀ ଗୁରୁତର ରୂପେ ଆହତ ହୋଇଛନ୍ତି ।

ଆହୁରି ପଢ଼ନ୍ତୁ: ଭୁବନେଶ୍ୱରରେ ସ୍ତ୍ରୀକୁ ହତ୍ୟା ଅଭିଯୋଗରେ ସ୍ୱାମୀ ଗିରଫ: ହୋଲି ପୂର୍ବରୁ ଅଘଟଣ

21 Feb 2024 By The Sakala

ପୁଲିସ ଓ ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ: ଲୁହ ବୁହା ଗ୍ୟାସର ଜବାବରେ ଲଙ୍କା ଗୁଣ୍ଡ ପକାଇ ନଡ଼ା ଜାଳିଲେ ଚାଷୀ

ନୂଆଦିଲ୍ଲୀ: ପୁଣି ଥରେ ଉତ୍ତେଜନାପୂର୍ଣ୍ଣ ହୋଇଛି ଚାଷୀ ଆନ୍ଦୋଳନ । ପୁଲିସ ଓ ଆନ୍ଦୋଳନକାରୀ ଚାଷୀ ମୁହାଁମୁହିଁ ହୋଇଛନ୍ତି। ସରକାରଙ୍କ ସହ କୃଷକଙ୍କ ଚତୁର୍ଥ ପର୍ଯ୍ୟାୟ ଆଲୋଚନା ବିଫଳ ହେବା ପରେ ଚାଷୀମାନେ ଦିଲ୍ଲୀ ପ୍ରବେଶ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି । ପଞ୍ଜାବ-ହରିୟାଣା ସୀମାରେ ୧୨ଶହ ଟ୍ରାକ୍ଟର ଟ୍ରଲି, ୩୦୦ କାର ଓ ୧୦ ମିନିବସ୍‌ ବ୍ୟତୀତ ଅନ୍ୟ ଛୋଟବଡ଼ ବାହନରେ ଆସି ୧୪ ହଜାର ଚାଷୀ ଜମା ହୋଇଛନ୍ତି। ଫଳରେ ଚାଷୀଙ୍କୁ ଘଉଡାଇବା ପାଇଁ ପୁଲିସ ଲୁହବୁହା ବାସ୍ପ ପ୍ରୟୋଗ କରିଛି।

ଏହାରି ଭିତରେ ଚାଷୀମାନେ ପୁଲିସଠାରୁ ରକ୍ଷା ପାଇଁ ନୂଆ ପନ୍ଥା ଆପଣାଇଛନ୍ତି । ପଞ୍ଜାବ ଏବଂ ହରିୟାଣା ସୀମାର ଖନୋରୀ ବର୍ଡର ନିକଟରେ ବହୁ ସଂଖ୍ୟା ନଡ଼ା ଏକାଠି କରିଛନ୍ତି । ଚାଷୀମାନେ ଜମିରୁ ନଡ଼ା ଏକାଠି କରି ସେଠାରେ ଲଙ୍କା ଗୁଣ୍ଡା ପକାଇ ନିଆଁ ଲଗାଉଛନ୍ତି । ହରିୟାଣା ପଟୁ ପବନ ବୋହୁ ଥିବାରୁ ଏହି ଧୂଆଁ ସୁରକ୍ଷାକର୍ମୀଙ୍କୁ ଯନ୍ତ୍ରଣା ଦେଉଛି । ହରିୟାଣାପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ବୁଧବାର ଚାଷୀ ଆନ୍ଦୋଳନ ସମୟରେ ଦାତା ସିଂ-ଖନୋରୀ ବର୍ଡରରେ ପ୍ରଦର୍ଶନକାରୀ ନଡ଼ାରେ ଲଙ୍କା ଗୁଣ୍ଡ ପକାଇ ନିଆଁ ଲଗାଇଥିଲେ । ଏହାସହ ପୁଲିସକୁ ଚାରି ଆଡ଼ୁ ଘେରାଉ କରିଥିଲେ । ପୁଲିସ ଉପରେ ପଥର ମାଡ଼ ସହ ଲାଠିରେ ଆକ୍ରମଣ କରିଥିଲେ । ପୁଲିସ ଅଧିକାରୀ କହିଛନ୍ତି ଯେ ନଡ଼ାରେ ଲଙ୍କା ଗୁଣ୍ଡ ପକାଇ ନିଆଁ ଲଗାଇବା ପରେ ବିଷାକ୍ତ ଧୂଆଁ ଯୋଗୁଁ ପୁଲିସ ସହ ସାଧାରଣ ଲୋକ ବହୁ ଅସୁବିଧାର ସାମନା କରୁଛନ୍ତି । ଚାଷୀଙ୍କ ଆନ୍ଦୋଳନରେ ପ୍ରାୟ ୧୨ ଜଣ ପୋଲିସକର୍ମୀ ଗୁରୁତର ରୂପେ ଆହତ ହୋଇଛନ୍ତି ।

https://www.thesakala.in/national-international/farmers-protest-2024-haryana-border-during-protest/article-30099
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର