ପଞ୍ଜାବର ପ୍ରସିଦ୍ଧ ଗାୟକ ସିଦ୍ଧୁ ମୁସେବାଲାଙ୍କୁ ଗୁଳି କରି ହତ୍ୟା

The Sakala Picture
Published On

ଚଣ୍ଡିଗଡ଼: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ସୂଚନାନୁସାରେ, ମାନସର୍ ଜବାହରପୁର ଗାଁରେ ତାଙ୍କ ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୁସେୱାଲା କଂଗ୍ରେସ ଟିକେଟରେ ଗତ ବିଧାନସଭା ନିର୍ବାଚନ ମଧ୍ୟ ଲଢ଼ିଥିଲେ । ସୂଚନା ଅନୁସାରେ, ମନସା ଗ୍ରାମ ନିକଟରେ ମୁସେବାଲା ନିଜ ମହିନ୍ଦ୍ରା ଗାଡିରେ ଆସୁଥିବାବେଳେ […]

ଚଣ୍ଡିଗଡ଼: ପ୍ରସିଦ୍ଧ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲାଙ୍କୁ ଗୁଳି କରି ହତ୍ୟା କରିଛନ୍ତି ଦୁର୍ବୁତ୍ତ । ସୂଚନାନୁସାରେ, ମାନସର୍ ଜବାହରପୁର ଗାଁରେ ତାଙ୍କ ଉପରକୁ କିଛି ଅଜ୍ଞାତ ବ୍ୟକ୍ତି ଗୁଳିମାଡ଼ କରିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା । ମୁସେୱାଲା କଂଗ୍ରେସ ଟିକେଟରେ ଗତ ବିଧାନସଭା ନିର୍ବାଚନ ମଧ୍ୟ ଲଢ଼ିଥିଲେ ।

ଆହୁରି ପଢ଼ନ୍ତୁ: ରୁଷ-ୟୁକ୍ରେନ ଯୁଦ୍ଧ ଶେଷ କରିବାରେ ସାହାଯ୍ୟ କରିବାକୁ ଭାରତ ପ୍ରସ୍ତୁତ: କିଭ୍ ଗସ୍ତରେ କହିଲେ ଏସ୍ ଜୟଶଙ୍କର

ସୂଚନା ଅନୁସାରେ, ମନସା ଗ୍ରାମ ନିକଟରେ ମୁସେବାଲା ନିଜ ମହିନ୍ଦ୍ରା ଗାଡିରେ ଆସୁଥିବାବେଳେ ଏକ କଳାରଙ୍ଗର କାରରେ କିଛି ଦୁର୍ବୁତ୍ତ ଆସିଥିଲେ । ଏବଂ ସିଦ୍ଧୁ ମୁସେବାଲାଙ୍କ ଗାଡିକୁ ଆଖିବୁଜା ଗୁଳି ଚାଳନା କରିଥିଲେ । ଫଳରେ ମୁସେବାଲା ଗୁରୁତର ଆହତ ହୋଇଥିଲେ । ତାଙ୍କ ଶରୀରରୁ ପ୍ରବଳ ରକ୍ତସ୍ରାବ ହେଉଥିଲା । ଗୁରୁତର ଭାବେ ତାଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ଆଖି ବୁଜିଛନ୍ତି ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲା । ମୁସେବାଲାଙ୍କୁ କିଛି ଗ୍ୟାଙ୍ଗଷ୍ଟାର ଧମକ ଦେଇଥିବା ନେଇ ସୂଚନା ମିଳିଛି । ସୁଯୋଗ ନେଇ ଅପରାଧି ମାନେ ଗୁଳିକାଣ୍ଡ ଘଟାଇଥିବା ନେଇ ସନ୍ଦେହ କରାଯାଉଛି । ଅନ୍ୟପଟେ ମୁସେବାଲାଙ୍କ ସାଥିରେ ଥିବା ଦୁଇ ଜଣ ମଧ୍ୟ ଆହତ ହୋଇଛନ୍ତି । ସେମାନଙ୍କର ଚିକିତ୍ସା ବର୍ତ୍ତମାନ ଜାରି ରହିଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନରେ ୨୭ ଘଣ୍ଟା ପରେ ରେସ୍କ୍ୟୁ ଅପରେସନ୍ ଶେଷ, ୭ ମୃତକଙ୍କ ମଧ୍ୟରେ ୫ ଛାତ୍ର

ସିଦ୍ଧୁ ମୁସେୱାଲା ଅନେକ ବିବାଦ ସହିତ ମଧ୍ୟ ଜଡିତ ଥିଲେ | ଦିନକ ତଳେ ସିଦ୍ଧୁ ମୁସେୱାଲାଙ୍କ ସୁରକ୍ଷା ପଞ୍ଜାବ ସରକାର ପ୍ରତ୍ୟାହାର କରିଦେଇଥିଲେ। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ ତିନିଜଣ ଅଜ୍ଞାତ ଆକ୍ରମଣକାରୀ ଆସି ସିଦ୍ଧୁଙ୍କ ଉପରେ ଗୁଳିମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

ଆହୁରି ପଢ଼ନ୍ତୁ: ମୋବାଇଲରେ 'ରିଲ୍ସ' ଦେଖିବାକୁ କେନ୍ଦ୍ର କରି ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର