ଛାନିଆ ପାକିସ୍ତାନ: ଲାହୋର ଓ କରାଚୀରେ ଡ୍ରୋନ୍ ଆକ୍ରମଣ….

The Sakala Picture
Published On

କରାଚୀ: ପାକିସ୍ତାନର ଲାହୋର ପରେ ଏବେ ଦେଶର ଆର୍ଥିକ ରାଜଧାନୀ କରାଚୀରେ ଡ୍ରୋନ ବିସ୍ଫୋରଣର ଖବର ପୂରା ଦେଶରେ ଆତଙ୍କ ସୃଷ୍ଟି କରିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, କରାଚୀର ଶରାଫୀ ଗୋଥ ମାଲିର ଅଞ୍ଚଳରେ ଡ୍ରୋନ ମାଧ୍ୟମରେ ବିସ୍ଫୋରଣ ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳକୁ ସିଲ୍‌ କରାଯାଇଛି ଏବଂ ପାକିସ୍ତାନୀ ସେନା ଏହାକୁ ନିୟନ୍ତ୍ରଣକୁ ନେଇଛି। ବିସ୍ଫୋରଣ ପରେ ଅଞ୍ଚଳରେ ଆତଙ୍କ ଓ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି। କରାଚୀ ହେଉଛି ପାକିସ୍ତାନର ଏକ […]

କରାଚୀ: ପାକିସ୍ତାନର ଲାହୋର ପରେ ଏବେ ଦେଶର ଆର୍ଥିକ ରାଜଧାନୀ କରାଚୀରେ ଡ୍ରୋନ ବିସ୍ଫୋରଣର ଖବର ପୂରା ଦେଶରେ ଆତଙ୍କ ସୃଷ୍ଟି କରିଛି। ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, କରାଚୀର ଶରାଫୀ ଗୋଥ ମାଲିର ଅଞ୍ଚଳରେ ଡ୍ରୋନ ମାଧ୍ୟମରେ ବିସ୍ଫୋରଣ ଘଟିଛି। ଏହି ଘଟଣା ପରେ ସମଗ୍ର ଅଞ୍ଚଳକୁ ସିଲ୍‌ କରାଯାଇଛି ଏବଂ ପାକିସ୍ତାନୀ ସେନା ଏହାକୁ ନିୟନ୍ତ୍ରଣକୁ ନେଇଛି। ବିସ୍ଫୋରଣ ପରେ ଅଞ୍ଚଳରେ ଆତଙ୍କ ଓ ଅଶାନ୍ତିର ବାତାବରଣ ସୃଷ୍ଟି ହୋଇଛି। କରାଚୀ ହେଉଛି ପାକିସ୍ତାନର ଏକ ଗୁରୁତ୍ୱପୂର୍ଣ୍ଣ ସହର, ଯେଉଁଠାରେ ଦେଶର ସମସ୍ତ ପରମାଣୁ ଅସ୍ତ୍ର ଭଣ୍ଡାର ରହିଛି। ଏଭଳି ପରିସ୍ଥିତିରେ କରାଚୀରେ ଡ୍ରୋନ ବିସ୍ଫୋରଣ ପାକିସ୍ତାନର ସୁରକ୍ଷା ବ୍ୟବସ୍ଥାରେ ବଡ଼ ତ୍ରୁଟି ଦେଖିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

ପାକିସ୍ତାନର କରାଚୀ, ଗୁଜରାନୱାଲା, ଲାହୋର, ଚକୱାଲ, ଘୋଟକୀ ଏବଂ ଉମରକୋଟରେ ଡ୍ରୋନ ଆକ୍ରମଣର ଖବର ମିଳିଛି। ଏହି ଆକ୍ରମଣ ଯୋଗୁଁ ଏହି ଅଞ୍ଚଳଗୁଡ଼ିକରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଏହି ଡ୍ରୋନଗୁଡ଼ିକ କେଉଁଠୁ ଆସିଛି ତାହା ସମ୍ପର୍କରେ ପାକିସ୍ତାନ ସରକାର କିମ୍ବା ସେନା ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ବୟାନ ଦେଇନାହାନ୍ତି। ଏହାଛଡ଼ା ଏହି ଆକ୍ରମଣରେ ନିଜକୁ ଏପର୍ଯ୍ୟନ୍ତ କେହି ଦାୟୀ କରିନାହାନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ପାକିସ୍ତାନୀ ଗଣମାଧ୍ୟମ ଅନୁଯାୟୀ, ଏପର୍ଯ୍ୟନ୍ତ ଦେଶରେ ମୋଟ ୧୨ଟି ଡ୍ରୋନ ବିସ୍ଫୋରଣ ଘଟିଛି, ଯେଉଁଥିରୁ ସର୍ବାଧିକ ୩ଟି ବିସ୍ଫୋରଣ ଲାହୋରରେ ହୋଇଛି। ଲାହୋରରେ ସୈନ୍ୟ ଅଡ଼ା ନିକଟରେ ଡ୍ରୋନ ବିସ୍ଫୋରଣର ଖବର ମିଳିଛି। ଏହି ଡ୍ରୋନ ଆକ୍ରମଣଗୁଡ଼ିକୁ ରୋକିବାରେ ପାକିସ୍ତାନର ଏୟାର ଡିଫେନ୍ସ ସିଷ୍ଟମ ସମ୍ପୂର୍ଣ୍ଣ ବିଫଳ ହୋଇଛି।  ଏହି ଡ୍ରୋନ ଆକ୍ରମଣର କାରଣ କ’ଣ ଏବଂ ଏହା ପଛରେ କାହାର ହାତ ଅଛି, ଏସମ୍ପର୍କରେ ପାକିସ୍ତାନ ସରକାର କିମ୍ବା ସେନା କୌଣସି ସ୍ପଷ୍ଟ ସୂଚନା ଦେଇନାହାନ୍ତି।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର