ଭାରତ ବ୍ୟତୀତ ଏହି ୫ଟି ଦେଶ ମଧ୍ୟ ଅଗଷ୍ଟ ୧୫ ତାରିଖରେ ପାଳନ କରନ୍ତି ନିଜର ସ୍ୱାଧୀନତା ଦିବସ…

The Sakala Picture
Published On

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଭାରତ ଏହାର ସ୍ୱାଧୀନତାର ୭୭ ତମ ବାର୍ଷିକୀ ପାଳନ କରିବାକୁ ଯାଉଛି । ଦେଶ ପୁଣି ମନେ ପକାଇବ ସେହି ମହାପୁରୁଷ ମାନଙ୍କୁ ଯେଉଁମାନେ ନିଜ ଜୀବନକୁ ବଳି ଦେଇ ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ । କିନ୍ତୁ କ’ଣ ଆପଣ ଜଣିଛନ୍ତି କି ଭାରତ ପରି ସେହି ୫ ଦେଶମାନଙ୍କ ବିଷୟରେ ଯେଉଁମାନେ ଭାରତ ପରି ୧୫ ଅଗଷ୍ଟରେ ସ୍ୱାଧୀନତା ପାଇଥିଲେ ଏବଂ ଏହି ଦିନକୁ ସେମାନେ ସେମାନଙ୍କର […]

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଭାରତ ଏହାର ସ୍ୱାଧୀନତାର ୭୭ ତମ ବାର୍ଷିକୀ ପାଳନ କରିବାକୁ ଯାଉଛି । ଦେଶ ପୁଣି ମନେ ପକାଇବ ସେହି ମହାପୁରୁଷ ମାନଙ୍କୁ ଯେଉଁମାନେ ନିଜ ଜୀବନକୁ ବଳି ଦେଇ ଦେଶକୁ ସ୍ୱାଧୀନତାର ସ୍ୱାଦ ଚଖାଇଥିଲେ । କିନ୍ତୁ କ’ଣ ଆପଣ ଜଣିଛନ୍ତି କି ଭାରତ ପରି ସେହି ୫ ଦେଶମାନଙ୍କ ବିଷୟରେ ଯେଉଁମାନେ ଭାରତ ପରି ୧୫ ଅଗଷ୍ଟରେ ସ୍ୱାଧୀନତା ପାଇଥିଲେ ଏବଂ ଏହି ଦିନକୁ ସେମାନେ ସେମାନଙ୍କର ସ୍ୱାଧୀନତା ଦିବସ ଭାବେ ପାଳନ କରିଥାନ୍ତି । ସେହି ଦେଶ ଗୁଡ଼ିକ ହେଲେ- ସାଉଥ କୋରିଆ, ନର୍ଥ କୋରିଆ, ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ, ବାହାରିନ୍ ଏବଂ ଲିକଣ୍ଟେଷ୍ଟିନ ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସାଉଥ କୋରିଆ: ୧୫ ଅଗଷ୍ଟ ୧୯୪୫ରେ ସାଉଥ କୋରିଆ ଜାପାନଠାରୁ ସ୍ୱାଧୀନତା ପାଇଥିଲା । ୧୯୪୫ ମସିହାରେ, ଆମେରିକା ଏବଂ ସୋଭିଏତ୍ ସୈନ୍ୟମାନେ ମିଳିତ ଭାବରେ ୩୫ ବର୍ଷ ଧରି କୋରିଆକୁ ଜାପାନର ଦଖଲକୁ ସମାପ୍ତ କରିଥିଲେ ଏବଂ ଏହାକୁ ଏକ ସ୍ୱାଧୀନ ରାଷ୍ଟ୍ର ଭାବରେ ଘୋଷଣା କଲେ। ଦ୍ୱିତୀୟ ବିଶ୍ୱଯୁଦ୍ଧ ଏହି ଦିନ ୧୯୪୫ ରେ ଶେଷ ହୋଇଥିଲା।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ନର୍ଥ କୋରିଆ: ସାଉଥ କୋରିଆ ଭଳି ନର୍ଥ କୋରିଆ ମଧ୍ୟ ୧୫ ଅଗଷ୍ଟ ୧୯୪୫ରେ ଜାପାନ ଠାରୁ ସ୍ୱାଧୀନତା ପାଇଥିଲେ । ଛୁଟି ଦିନ ହୋଇ ଥିବାରୁ ଏହି ଦିନରେ ଏଠାରେ ବିବାହ ପରମ୍ପରା ଆରମ୍ଭ ହୋଇଛି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

ବାହାରିନ୍: ୧୫ ଅଗଷ୍ଟ ୧୯୭୧ ରେ ବାହାରିନ୍ ମଧ୍ୟ ସ୍ୱାଧୀନତା ହାସଲ କରିଥିଲା । ଅବଶ୍ୟ ୧୯୬୦ରୁ ବ୍ରିଟିଶ ଶାସକ ବାହାରିନ୍ ଛାଡ଼ିବା ଆରମ୍ଭ କରିଥିଲେ । କିନ୍ତୁ ବାହାରିନ୍ ଅଗଷ୍ଟ ୧୬କୁ ନ୍ୟାସନାଲ ହଲିଡେ ଭାବରେ ପାଳନ କରୁଛି । ଉନବିଂଶ ଶତାବ୍ଦୀରେ ବ୍ରିଟିଶ ଶାସନ ପୂର୍ବରୁ ମଧ୍ୟ ବାହାରିନ୍ ଆରବ ଏବଂ ପର୍ତ୍ତୁଗାଲ ସମେତ ଅନେକ ଦେଶ ଦ୍ୱାରା ଶାସିତ ହୋଇଥିଲା।

ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କଙ୍ଗୋ: କଙ୍ଗୋ ୧୫ ଅଗଷ୍ଟ ୧୯୬୦ରେ ଫ୍ରାନ୍ସ ଠାରୁ ସ୍ୱାଧୀନତା ହାସଲ କରିଥିଲା । ସ୍ୱାଧୀନତା ପରେ ଫୁଲବର୍ଟ ୟୁଲୁ ଦେଶର ପ୍ରଥମ ରାଷ୍ଟ୍ରପତି ହୋଇଥିଲେ ଏବଂ ୧୯୬୩ ପର୍ଯ୍ୟନ୍ତ ଶାସନ କରିଥିଲେ।

ଲିକଣ୍ଟେଷ୍ଟିନ: ୧୮୬୬ ମସିହାରେ ଜର୍ମାନ ଶାସକମାନଙ୍କଠାରୁ ବିଶ୍ୱର ସବୁଠାରୁ ଛୋଟ ଦେଶ ମଧ୍ୟରୁ ଗୋଟିଏ ଦେଶ ଲିକଣ୍ଟେଷ୍ଟିନ ଏହାର ସ୍ୱାଧୀନତା ଲାଭ କରିଥିଲା । କିନ୍ତୁ ୧୫ ଅଗଷ୍ଟରେ ଜାତୀୟ ଦିବସ ପାଳନ ୧୯୪୦ ରୁ ଆରମ୍ଭ ହୋଇଥିଲା । ୫ ଅଗଷ୍ଟ ୧୯୪୦ ରେ, ଲିକଣ୍ଟେଷ୍ଟିନ ସରକାର ଆନୁଷ୍ଠାନିକ ଭାବରେ ୧୫ ଅଗଷ୍ଟକୁ ଦେଶର ଜାତୀୟ ଦିବସ ଭାବରେ ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର