‘ଘରୋଇକରଣ ନାଁରେ ସବୁ ବିକ୍ରି କରିଦିଆଯାଉଛି’ , ଏହା କହି ନିଜ ସରକାରଙ୍କୁ ଟାର୍ଗେଟ କଲେ ବିଜେପି ସାଂସଦ ବରୁଣ ଗାନ୍ଧୀ

The Sakala Picture
Published On

ପିଲ୍‌ଭିଟ୍: ପୁଣିଥରେ ନିଜ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ। କେନ୍ଦ୍ର ସରକାର ଘରୋଇକରଣକୁ ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ ସେ ଏହାକୁ ବିରୋଧ କରିଛନ୍ତି। ଘରୋଇକରଣ ନାମରେ ସବୁ କିଛି ବିକ୍ରି କରାଯାଉଛି। ଏହାର ନାମରେ କୋଟି କୋଟି ଲୋକଙ୍କୁ ବରବାଦ କରିବାକୁ ପ୍ରୟାସ ହେଉଛି ବୋଲି କହିଛନ୍ତି। ନିଜ ସଂସଦୀୟ କ୍ଷେତ୍ର ପିଲ୍‌ଭିଟ୍କୁ ୨ ଦିନିଆ ଗସ୍ତରେ ଯାଇ ସୋମବାର ସହରର ଅଡିଟୋରିୟମରେ ବ୍ୟବସାୟୀଙ୍କ ସହ ସମ୍ବାଦ କରି ବରୁଣ ଏହି […]

ପିଲ୍‌ଭିଟ୍: ପୁଣିଥରେ ନିଜ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ସାଂସଦ ବରୁଣ ଗାନ୍ଧୀ। କେନ୍ଦ୍ର ସରକାର ଘରୋଇକରଣକୁ ଅଧିକ ପ୍ରାଧାନ୍ୟ ଦେଉଥିବା ବେଳେ ସେ ଏହାକୁ ବିରୋଧ କରିଛନ୍ତି। ଘରୋଇକରଣ ନାମରେ ସବୁ କିଛି ବିକ୍ରି କରାଯାଉଛି। ଏହାର ନାମରେ କୋଟି କୋଟି ଲୋକଙ୍କୁ ବରବାଦ କରିବାକୁ ପ୍ରୟାସ ହେଉଛି ବୋଲି କହିଛନ୍ତି। ନିଜ ସଂସଦୀୟ କ୍ଷେତ୍ର ପିଲ୍‌ଭିଟ୍କୁ ୨ ଦିନିଆ ଗସ୍ତରେ ଯାଇ ସୋମବାର ସହରର ଅଡିଟୋରିୟମରେ ବ୍ୟବସାୟୀଙ୍କ ସହ ସମ୍ବାଦ କରି ବରୁଣ ଏହି ମନ୍ତବ୍ୟ ଦେଇଛନ୍ତି। ସେ ବ୍ୟବସାୟୀଙ୍କ ସମସ୍ୟା ଜାଣିବା ସହିତ ସମାଧାନର ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି। ବଂଶୀ ମହୋତ୍ସବ ନାମରେ ଟଙ୍କା ଆଦାୟ ଅଭିଯୋଗକୁ ନେଇ ସେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ: UPI ଟିକସ ପ୍ରତ୍ୟାହାର ପାଇଁ ରାହୁଲ ଗାନ୍ଧୀଙ୍କ ଦାବି, ଆମେରିକା ଚାପରେ ମୋଦୀ ସରକାର କାମ କରୁଥିବା ଅଭିଯୋଗ

ସେ କହିଛନ୍ତି ଯେ ଘରୋଇକରଣ ଏବଂ ଇ-କମର୍ସ ମାଧ୍ୟମରେ ହେଉଥିବା ବ୍ୟବସାୟ ଦେଶର ଅର୍ଥ ବ୍ୟବସ୍ଥା ପାଇଁ ବିପଜ୍ଜନକ। ପ୍ରତ୍ୟେକ ଜିନିଷକୁ ଲାଭ ଦୃଷ୍ଟିରେ ଦେଖିବା ଠିକ୍ ନୁହେଁ। ଚାକିରି ଦେବା ବଦଳରେ ଛଟେଇ ପାଇଁ କାମ କରାଯାଉଛି। ଘରୋଇକରଣ ନାମରେ ସବୁ କିଛି ବିକ୍ରି କରି ଦିଆଯାଉଛି। ହିନ୍ଦୁ-ମୁସଲମାନ, ଆଗୁଆ ପଛୁଆ, ଜାତି-ଧର୍ମରୁ ଊର୍ଦ୍ଧ୍ବରୁ ଉଠି ସମସ୍ତେ ଏକତ୍ର ହୋଇ ସ୍ବର ଉଠାଇବା ଏବଂ ଦେଶ ବଞ୍ଚାଇବା ଆବଶ୍ୟକ । ଯୁବ ବର୍ଗ ନିଯୁକ୍ତି ପାଇଁ ଏଣେତେଣେ ବୁଲୁଛନ୍ତି ଏବଂ ଘରୋଇକରଣ ନାମରେ କୋଟି କୋଟି ଲୋକଙ୍କୁ ବରବାଦ କରିବାର ଷଡ଼ଯନ୍ତ୍ର କରାଯାଉଛି। ମାତ୍ର ତାଙ୍କ ପାଇଁ ଦେଶ ପ୍ରଥମ, ରାଜନୀତି ପରବର୍ତୀ ବିଷୟ ବୋଲି ବରୁଣ କହିଛନ୍ତି।

ଆହୁରି ପଢ଼ନ୍ତୁ: ଆଇଆଇଟି ବମ୍ବେରେ ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା: କ୍ଲାସ୍ ବାତିଲ, ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର