ପଦବୀ, କାମ ସମାନ ହେଲେ ବି ସମାନ ହେବନି ଦରମା- ସୁପ୍ରିମକୋର୍ଟ

The Sakala Picture
Published On

ନୂଆଦିଲ୍ଲୀ: ସମାନ ପୋଷ୍ଟ-ସମାନ ଦରମାକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ଏକ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେବଳ ପଦବୀ ଏବଂ କାମ ସମାନ ହେବା ଯୋଗୁଁ କୌଣସି କର୍ମଚାରୀ ଅନ୍ୟ କର୍ମଚାରୀ ଭଳି ସମାନ ଦରମା ପାଇବାକୁ ଦାବି କରିପାରିବେ ନାହିଁ ବୋଲି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ଜେକେ ମାହେଶ୍ବରୀଙ୍କ ଖଣ୍ଡପୀଠ କହିଛନ୍ତି। ମଧ୍ୟପ୍ରଦେଶର ସୀମା ଶର୍ମାଙ୍କ ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି। ଖଣ୍ଡପୀଠଙ୍କ ଅନୁଯାୟୀ କର୍ମଚାରୀଙ୍କୁ ସବୁ ପ୍ରକାରର ସମାନ […]

ନୂଆଦିଲ୍ଲୀ: ସମାନ ପୋଷ୍ଟ-ସମାନ ଦରମାକୁ ନେଇ ମଧ୍ୟପ୍ରଦେଶ ହାଇକୋର୍ଟ ଦେଇଥିବା ଏକ ନିଷ୍ପତ୍ତିକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। କେବଳ ପଦବୀ ଏବଂ କାମ ସମାନ ହେବା ଯୋଗୁଁ କୌଣସି କର୍ମଚାରୀ ଅନ୍ୟ କର୍ମଚାରୀ ଭଳି ସମାନ ଦରମା ପାଇବାକୁ ଦାବି କରିପାରିବେ ନାହିଁ ବୋଲି ଜଷ୍ଟିସ ଇନ୍ଦିରା ବାନାର୍ଜୀ ଏବଂ ଜଷ୍ଟିସ ଜେକେ ମାହେଶ୍ବରୀଙ୍କ ଖଣ୍ଡପୀଠ କହିଛନ୍ତି। ମଧ୍ୟପ୍ରଦେଶର ସୀମା ଶର୍ମାଙ୍କ ମାମଲାରେ କୋର୍ଟ ଏହି ରାୟ ଦେଇଛନ୍ତି। ଖଣ୍ଡପୀଠଙ୍କ ଅନୁଯାୟୀ କର୍ମଚାରୀଙ୍କୁ ସବୁ ପ୍ରକାରର ସମାନ ସ୍ଥିତିରେ ରଖାଯାଇଥିଲେ ହିଁ ସମାନ ଦରମା ନିୟମ କାର୍ଯ୍ୟକାରୀ ହୋଇପାରିବ। କେବଳ ପଦବୀ, କାର୍ଯ୍ୟ ଏବଂ କାମର ପ୍ରକୃତି ଏକା ଭଳି ହୋଇଥିଲେ ଦରମା ସମାନ କରାଯାଇପାରିବ ନାହିଁ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟଙ୍କର ବନ୍ୟାର ୯ ଦିନ ପରେ ଜଳବିଦ୍ୟୁତ୍ ପ୍ରକଳ୍ପ ଟନେଲରୁ ଜୀବନ୍ତ ଉଦ୍ଧାର ହେଲେ ଦୁଇ ଶ୍ରମିକ

ଏହି ମାମଲା ଉଜୈନ ସ୍ଥିତ ଧନ୍ବନ୍ତରୀ ଆର୍ୟୁବେଦିକ କଲେଜର ସୀମା ଶର୍ମାଙ୍କ ସମ୍ବନ୍ଧିତ। ତାଙ୍କୁ ଲାଇବ୍ରେରିଆନ ସହିତ ସଂଗ୍ରହାଳୟ ସହାୟକ ନିଯୁକ୍ତ କରାଯାଇଥିଲା। ସେବାର ୮ ବର୍ଷ ହେବାପରେ ସୀମା ଉଚ୍ଚ ଶିକ୍ଷା ବିଭାଗର କଲେଜ ଭଳି ଦରମା ଦେବାକୁ ଦାବି କରିଥିଲେ। ରାଜ୍ୟ ସରକାର ଏହାକୁ ଗ୍ରହଣ କରି ନ ଥିଲେ। ଏଥିପାଇଁ ସେ ମଧ୍ୟପ୍ରଦେଶ ଶିକ୍ଷା ସେବା (କଲେଜିଏଟ ଶାଖା) ନିଯୁକ୍ତି ନିୟମ, ୧୯୯୦ ଅନୁଯାୟୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟ ତାଙ୍କୁ କଲେଜ ଭଳି ଦରମା ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତେବେ ସରକାର ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। କେବଳ ପଦବୀ ଓ କାମରେ ସମାନତାକୁ ଆଧାର କରି ଜଣେ କର୍ମଚାରୀ ଅନ୍ୟ କର୍ମଚାରୀଙ୍କ ଭଳି ସମାନ ଦରମା ଦାବି କରିପାରିବେ ନାହିଁ । ସବୁ କ୍ଷେତ୍ରରେ ସମାନତା ରହିଥିଲେ ଜଣେ କର୍ମଚାରୀ ଅନ୍ୟ କର୍ମଚାରୀଙ୍କ ଭଳି ପେ-ସ୍କେଲ ଦରମା ଦାବି କରିପାରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର