ମହଙ୍ଗା ହେବ ଜରୁରୀ ଔଷଧ, କ୍ୟାନ୍‌ସର ଓ ମଧୁମେହ ରୋଗୀଙ୍କୁ ଲାଗିବ ଝଟ୍‌କା!

The Sakala Picture
Published On

ନୂଆଦିଲ୍ଲୀ: ଅନ୍ୟାବଶ୍ୟକ ସାମଗ୍ରୀ ପରେ ଏବେ ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ହେବାକୁ ଯାଉଛି ମହଙ୍ଗା ମାଡ଼। ବଢ଼ିବ ବିଭିନ୍ନ ଜରୁରୀ ଔଷଧ ସାମଗ୍ରୀର ମୂଲ୍ୟ। କାରଣ କ୍ୟାନ୍‌ସର, ମଧୁମେହ, ହୃଦ୍‌ରୋଗ ଆଦିର ଆଣ୍ଟିବାୟୋଟିକ୍ ଏବଂ ଜରୁରୀ ଔଷଧର ମୂଲ୍ୟ ବଢ଼ାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର। ସୂଚନାନୁଯାୟୀ, ଏଥର ଔଷଧ ସାମଗ୍ରୀ ମୂଲ୍ୟ ୧.୭ ପ୍ରତିଶତ ବଢ଼ିପାରେ। ମୂଲ୍ୟ ବୃଦ୍ଧି ପରେ କ୍ୟାନ୍‌ସର, ମଧୁମେହ, ହୃତଘାତ୍ ଜନିତ ରୋଗର ଆଣ୍ଟିବାୟୋଟିକ୍ ଏବଂ ଜରୁରୀ ଔଷଧ ଦାମ୍ ବୃଦ୍ଧିର […]

ନୂଆଦିଲ୍ଲୀ: ଅନ୍ୟାବଶ୍ୟକ ସାମଗ୍ରୀ ପରେ ଏବେ ଦେଶର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ହେବାକୁ ଯାଉଛି ମହଙ୍ଗା ମାଡ଼। ବଢ଼ିବ ବିଭିନ୍ନ ଜରୁରୀ ଔଷଧ ସାମଗ୍ରୀର ମୂଲ୍ୟ। କାରଣ କ୍ୟାନ୍‌ସର, ମଧୁମେହ, ହୃଦ୍‌ରୋଗ ଆଦିର ଆଣ୍ଟିବାୟୋଟିକ୍ ଏବଂ ଜରୁରୀ ଔଷଧର ମୂଲ୍ୟ ବଢ଼ାଇବାକୁ ଯାଉଛନ୍ତି କେନ୍ଦ୍ର ସରକାର। ସୂଚନାନୁଯାୟୀ, ଏଥର ଔଷଧ ସାମଗ୍ରୀ ମୂଲ୍ୟ ୧.୭ ପ୍ରତିଶତ ବଢ଼ିପାରେ।

ଆହୁରି ପଢ଼ନ୍ତୁ: ଆମେରିକାରେ ପିଲାଙ୍କ ପାସପୋର୍ଟ ନିୟମରେ ହୋଇପାରେ ପରିବର୍ତ୍ତନ: ବାପା-ମା'ଙ୍କୁ ଦେବାକୁ ପଡ଼ିବ ନାଗରିକତ୍ୱର ପ୍ରମାଣ

ମୂଲ୍ୟ ବୃଦ୍ଧି ପରେ କ୍ୟାନ୍‌ସର, ମଧୁମେହ, ହୃତଘାତ୍ ଜନିତ ରୋଗର ଆଣ୍ଟିବାୟୋଟିକ୍ ଏବଂ ଜରୁରୀ ଔଷଧ ଦାମ୍ ବୃଦ୍ଧିର ପ୍ରଭାବ ଗ୍ରାହକଙ୍କ ଉପରେ ଆସନ୍ତା ଦୁଇରୁ ତିନି ମାସ ଭିତରେ ପଡ଼ିବ। କାରଣ ବର୍ତ୍ତମାନ କମ୍ପାନୀଙ୍କ ପାଖରେ୯୦ ଦିନର ଔଷଧ ଷ୍ଟକ୍ ପୂର୍ବରୁ ରହିଛି। ଅଲ୍ ଇଣ୍ଡିଆ ଅର୍ଗାନାଇଜେସନ ଅଫ୍ କେମେଷ୍ଟ୍ରିସ୍ ଆଣ୍ଡ୍ ଡ୍ରଗିଷ୍ଟସ୍ ମହାସଚିବ ରାଜୀବ ସିଂଘଲ କହିଛନ୍ତି, ଜରୁରୀ ଔଷଧଗୁଡ଼ିକର ମୂଲ୍ୟ ବଢ଼ିଲେ ଫାର୍ମା କମ୍ପାନୀଗୁଡ଼ିକୁ ସାମାନ୍ୟ ଆଶ୍ବସ୍ତି ମିଳିବ। ଫାର୍ମା ଶିଳ୍ପରେ ଔଷଧ ତିଆରି ପାଇଁ ଆବଶ୍ୟକ ପଡ଼ୁଥିବା କଞ୍ଚା ମାଲ୍ ଏବଂ ଅନ୍ୟ ଖର୍ଚ୍ଚ ବଢ଼ୁଥିବାରୁ କେନ୍ଦ୍ର ସରକାର ଔଷଧର ମୂଲ୍ୟ ସାମାନ୍ୟ ବୃଦ୍ଧି କରିବାକୁ ଯାଉଛନ୍ତି। ସୂଚନାଯୋଗ୍ୟ ଯେ ଫାର୍ମା କମ୍ପାନୀଗୁଡିକ ବିରୁଦ୍ଧରେ ବାରମ୍ବାର ନିୟମ ଉଲ୍ଲଙ୍ଘନର ଅଭିଯୋଗ ରହିଛି। ସଂସଦୀୟ ସ୍ଥାୟୀ କମିଟିର ରିପୋର୍ଟ ଅନୁଯାୟୀ, ଫାର୍ମା କମ୍ପାନୀଗୁଡ଼ିକ ମୂଲ୍ୟ ବୃଦ୍ଧି ସୀମାକୁ ଉଲ୍ଲଙ୍ଘନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ମହାରାଷ୍ଟ୍ରର ରଘୁବୀର ଘାଟରେ ପୁଣି ଭୂସ୍ଖଳନ: ରତ୍ନଗିରି-ସାତାରା ରାସ୍ତା ବନ୍ଦ, ଫସିଲା ଯାତ୍ରୀବାହୀ ବସ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର