ଚଳିତ ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ଇପିଏଫ ସୁଧହାର, ଜାଣନ୍ତୁ କେଉଁ ବର୍ଷ କେତେ ପ୍ରତିଶତ ଥିଲା ସୁଧହାର

The Sakala Picture
Published On

ନୂଆଦିଲ୍ଲୀ: ଇପିଏଫଧାରୀ ଗ୍ରାହକଙ୍କ ପାଇଁ ଖୁସି ଖବର। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜସନ (ଇପିଏଫଓ) ଚଳିତ ଆର୍ଥିକ ବର୍ଷ(୨୦୨୦-୨୧) ଉପରେ ସୁଧହାର ଅପରିବର୍ତ୍ତି ରଖିଛି। ଆଜି ଶ୍ରୀନଗରରେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଓ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୈଠକ ହୋଇଥିଲା। ଏହି ବୈଠକରେ ସର୍ବସମ୍ମତିକ୍ରମେ ଇପିଏଫ ସୁଧ ହାରକୁ ଅପରିବର୍ତ୍ତି ରଖିବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ ହେବା ପରେ କାର୍ଯ୍ଯକାରୀ ହେବ ଓ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ। […]

ନୂଆଦିଲ୍ଲୀ: ଇପିଏଫଧାରୀ ଗ୍ରାହକଙ୍କ ପାଇଁ ଖୁସି ଖବର। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜସନ (ଇପିଏଫଓ) ଚଳିତ ଆର୍ଥିକ ବର୍ଷ(୨୦୨୦-୨୧) ଉପରେ ସୁଧହାର ଅପରିବର୍ତ୍ତି ରଖିଛି। ଆଜି ଶ୍ରୀନଗରରେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଓ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୈଠକ ହୋଇଥିଲା। ଏହି ବୈଠକରେ ସର୍ବସମ୍ମତିକ୍ରମେ ଇପିଏଫ ସୁଧ ହାରକୁ ଅପରିବର୍ତ୍ତି ରଖିବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ ହେବା ପରେ କାର୍ଯ୍ଯକାରୀ ହେବ ଓ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ।

ଆହୁରି ପଢ଼ନ୍ତୁ: ପାଞ୍ଚ ବର୍ଷର ନାବାଳକକୁ ଅପହରଣ ପରେ ଗଳା କାଟି ହତ୍ୟା !

ଶ୍ରମ ମନ୍ତ୍ରଣାଳୟ ୨୦୨୦-୨୧ ପାଇଁ କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ଉପରେ ୮.୫ ପ୍ରତିଶତ ସୁଧ ଦେବାକୁ ନିଷ୍ପତ୍ତି ନେଇଛି। ପୂର୍ବ ବର୍ଷ ମଧ୍ୟ ଏହା ସମାନ ରହିଥିଲା। କରୋନା କାରଣରୁ ଚଳିତ ବର୍ଷ ଇପିଏଫଓ ସୁଧ ହାର ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଥିଲା।

ଆହୁରି ପଢ଼ନ୍ତୁ: ବିହାରର ନବଗଛିଆରେ ରକ୍ତରଞ୍ଜିତ ହୋଲି: ଗୁଳିମାଡ଼ରେ ୩ ସାଙ୍ଗଙ୍କ ମୃତ୍ୟୁ, ଅଞ୍ଚଳରେ ଚାଞ୍ଚଲ୍ୟ

ଜାଣନ୍ତୁ କେଉଁ ବର୍ଷ କେତେ ଥିଲା ସୁଧହାର:

ଆହୁରି ପଢ଼ନ୍ତୁ: କାନାଡାରେ ପଞ୍ଜାବୀ ମୂଳର ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ନାନ୍ସି ଗ୍ରେୱାଲଙ୍କ ହତ୍ୟା, ଘରେ ପଶି ଛୁରୀ ଭୁସିଲା ଦୁର୍ବୃତ୍ତ

୨୦୧୩-୧୪ରେ ୮.୭୫ %
୨୦୧୪-୧୫ରେ୮.୭୫ %
୨୦୧୫-୧୬ରେ ୮.୮୦ %
୨୦୧୬-୧୭ରେ ୮.୬୫%
୨୦୧୭-୧୮ରେ ୮.୫୫ %
୨୦୧୮-୧୯ରେ ୮.୬୫ %
୨୦୧୯-୨୦ରେ ୮.୫୦ %

ଆପଣ ଏକ ମିସ୍ କଲ କରି ପିଏଫରେ କେତେ ଟଙ୍କା ଅଛି ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ଆପଣଙ୍କର ପିଏଫ ଆକାଉଣ୍ଟରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ରେ ଏକ ମିସ୍ କଲ କରିବାକୁ ପଡିବ। ଏହା ପରେ ତୁମେ ଏକ ମେସେଜ ପାଇବ ଯେଉଁଥିରେ ତୁମେ ତୁମର ଆକାଉଣ୍ଟରେ ପିଏଫ ଟଙ୍କା ବିଷୟରେ ସୂଚନା ପାଇବେ।

ଏହା ବ୍ୟତୀତ, ଆପଣ ମେସେଜ ପଠାଇ ପିଏଫର ବାଲାନ୍ସ ମଧ୍ୟ ଜାଣିପାରିବେ। ତଥାପି, ଏହି ସେବାଗୁଡିକ ପାଇଁ ଆପଣଙ୍କର UAN (ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର) ସକ୍ରିୟ ହେବା ଜରୁରୀ। ଯଦି ଆପଣ ଏସଏମଏସ ମାଧ୍ୟମରେ ପିଏଫ ବାଲାନ୍ସ ଜାଣିବାକୁ ଚାହାଁନ୍ତି ତେବେ EPFOHO UAN ଟାଇପ୍ କରନ୍ତୁ ଏବଂ ଏହାକୁ ୭୭୩୮୨୯୯୮୯୯କୁ ପଠାନ୍ତୁ। ହିନ୍ଦୀ, ଇଂରାଜୀ, ପଞ୍ଜାବୀ ସହିତ ୧୦ଟି ଭାଷାରେ ଆପଣ ଏହି ସେବା ପାଇପାରିବେ। ଉଦାହରଣ ସ୍ୱରୂପ, ଯଦି ଆପଣ ହିନ୍ଦୀରେ  ଜାଣିବାକୁ ଚାହାଁନ୍ତି, ତେବେ EPFOHO UAN HIN ଟାଇପ୍ କରନ୍ତୁ ଏବଂ ଏହାକୁ ୭୭୩୮୨୯୯୮୯୯ରେ ମେସେଜ୍ କରନ୍ତୁ।

04 Mar 2021 By The Sakala

ଚଳିତ ବର୍ଷ ପାଇଁ ଅପରିବର୍ତ୍ତିତ ରହିବ ଇପିଏଫ ସୁଧହାର, ଜାଣନ୍ତୁ କେଉଁ ବର୍ଷ କେତେ ପ୍ରତିଶତ ଥିଲା ସୁଧହାର

ନୂଆଦିଲ୍ଲୀ: ଇପିଏଫଧାରୀ ଗ୍ରାହକଙ୍କ ପାଇଁ ଖୁସି ଖବର। କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜସନ (ଇପିଏଫଓ) ଚଳିତ ଆର୍ଥିକ ବର୍ଷ(୨୦୨୦-୨୧) ଉପରେ ସୁଧହାର ଅପରିବର୍ତ୍ତି ରଖିଛି। ଆଜି ଶ୍ରୀନଗରରେ କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ ଓ କେନ୍ଦ୍ରୀୟ ଟ୍ରଷ୍ଟି ବୋର୍ଡର ବୈଠକ ହୋଇଥିଲା। ଏହି ବୈଠକରେ ସର୍ବସମ୍ମତିକ୍ରମେ ଇପିଏଫ ସୁଧ ହାରକୁ ଅପରିବର୍ତ୍ତି ରଖିବାକୁ ନିଷ୍ପତ୍ତି ହୋଇଛି। ଏହି ନିଷ୍ପତ୍ତି ଅର୍ଥ ମନ୍ତ୍ରଣାଳୟ ଦ୍ୱାରା ଅନୁମୋଦନ ହେବା ପରେ କାର୍ଯ୍ଯକାରୀ ହେବ ଓ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ।

ଶ୍ରମ ମନ୍ତ୍ରଣାଳୟ ୨୦୨୦-୨୧ ପାଇଁ କର୍ମଚାରୀ ପ୍ରୋଭିଡେଣ୍ଟ ପାଣ୍ଠି ଉପରେ ୮.୫ ପ୍ରତିଶତ ସୁଧ ଦେବାକୁ ନିଷ୍ପତ୍ତି ନେଇଛି। ପୂର୍ବ ବର୍ଷ ମଧ୍ୟ ଏହା ସମାନ ରହିଥିଲା। କରୋନା କାରଣରୁ ଚଳିତ ବର୍ଷ ଇପିଏଫଓ ସୁଧ ହାର ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଥିଲା।

ଜାଣନ୍ତୁ କେଉଁ ବର୍ଷ କେତେ ଥିଲା ସୁଧହାର:

୨୦୧୩-୧୪ରେ ୮.୭୫ %
୨୦୧୪-୧୫ରେ୮.୭୫ %
୨୦୧୫-୧୬ରେ ୮.୮୦ %
୨୦୧୬-୧୭ରେ ୮.୬୫%
୨୦୧୭-୧୮ରେ ୮.୫୫ %
୨୦୧୮-୧୯ରେ ୮.୬୫ %
୨୦୧୯-୨୦ରେ ୮.୫୦ %

ଆପଣ ଏକ ମିସ୍ କଲ କରି ପିଏଫରେ କେତେ ଟଙ୍କା ଅଛି ଜାଣିପାରିବେ। ଏଥିପାଇଁ ଆପଣଙ୍କୁ ଆପଣଙ୍କର ପିଏଫ ଆକାଉଣ୍ଟରେ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ୦୧୧-୨୨୯୦୧୪୦୬ରେ ଏକ ମିସ୍ କଲ କରିବାକୁ ପଡିବ। ଏହା ପରେ ତୁମେ ଏକ ମେସେଜ ପାଇବ ଯେଉଁଥିରେ ତୁମେ ତୁମର ଆକାଉଣ୍ଟରେ ପିଏଫ ଟଙ୍କା ବିଷୟରେ ସୂଚନା ପାଇବେ।

ଏହା ବ୍ୟତୀତ, ଆପଣ ମେସେଜ ପଠାଇ ପିଏଫର ବାଲାନ୍ସ ମଧ୍ୟ ଜାଣିପାରିବେ। ତଥାପି, ଏହି ସେବାଗୁଡିକ ପାଇଁ ଆପଣଙ୍କର UAN (ୟୁନିଭର୍ସାଲ୍ ଆକାଉଣ୍ଟ୍ ନମ୍ବର) ସକ୍ରିୟ ହେବା ଜରୁରୀ। ଯଦି ଆପଣ ଏସଏମଏସ ମାଧ୍ୟମରେ ପିଏଫ ବାଲାନ୍ସ ଜାଣିବାକୁ ଚାହାଁନ୍ତି ତେବେ EPFOHO UAN ଟାଇପ୍ କରନ୍ତୁ ଏବଂ ଏହାକୁ ୭୭୩୮୨୯୯୮୯୯କୁ ପଠାନ୍ତୁ। ହିନ୍ଦୀ, ଇଂରାଜୀ, ପଞ୍ଜାବୀ ସହିତ ୧୦ଟି ଭାଷାରେ ଆପଣ ଏହି ସେବା ପାଇପାରିବେ। ଉଦାହରଣ ସ୍ୱରୂପ, ଯଦି ଆପଣ ହିନ୍ଦୀରେ  ଜାଣିବାକୁ ଚାହାଁନ୍ତି, ତେବେ EPFOHO UAN HIN ଟାଇପ୍ କରନ୍ତୁ ଏବଂ ଏହାକୁ ୭୭୩୮୨୯୯୮୯୯ରେ ମେସେଜ୍ କରନ୍ତୁ।

https://www.thesakala.in/national-international/epfo-interest-rates-2020-to-2021-on-epfo-deposits-fixed-by-government/article-426
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର