କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୂତ୍ରରୁ ଜମା ଅର୍ଥର ବିକଳ୍ପ ବିନିଯୋଗ ଲାଗି ଅନୁମୋଦନ; ଇପିଏଫ୍‌ଓ ଗ୍ରାହକଙ୍କୁ ମିଳିପାରେ ଅଧିକ ଫାଇଦା

The Sakala Picture
Published On

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୂତ୍ରରୁ ଜମା ଅର୍ଥର ବିକଳ୍ପ ବିନିଯୋଗ ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଇପିଏଫଓ କେନ୍ଦ୍ରୀୟ ବୋର୍ଡ ଅନୁମୋଦନ କରିଛି। ଇପିଏଫଓ ପାଣ୍ଠିରୁ ସଂଗୃହୀତ ଅର୍ଥକୁ ଭିତ୍ତିଭୂମି ବିନିଯୋଗ ଟ୍ରଷ୍ଟ ଫଣ୍ଡ କିମ୍ବା ଅନ୍ୟାନ୍ୟ ବଣ୍ଡରେ ବିନିଯୋଗ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲା ବେଳେ ଏହାକୁ କେନ୍ଦ୍ରୀୟ ବୋର୍ଡ ଅନୁମୋଦନ କରିଛି। ଫଳରେ ଇଫିଏଫଓ ହୀତାଧିକାରୀଙ୍କୁ ପୂର୍ବାପେକ୍ଷା ଅଧିକ ଫାଇଦା ମିଳିବାର ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଇପିଏଫଓ […]

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୂତ୍ରରୁ ଜମା ଅର୍ଥର ବିକଳ୍ପ ବିନିଯୋଗ ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଇପିଏଫଓ କେନ୍ଦ୍ରୀୟ ବୋର୍ଡ ଅନୁମୋଦନ କରିଛି। ଇପିଏଫଓ ପାଣ୍ଠିରୁ ସଂଗୃହୀତ ଅର୍ଥକୁ ଭିତ୍ତିଭୂମି ବିନିଯୋଗ ଟ୍ରଷ୍ଟ ଫଣ୍ଡ କିମ୍ବା ଅନ୍ୟାନ୍ୟ ବଣ୍ଡରେ ବିନିଯୋଗ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲା ବେଳେ ଏହାକୁ କେନ୍ଦ୍ରୀୟ ବୋର୍ଡ ଅନୁମୋଦନ କରିଛି। ଫଳରେ ଇଫିଏଫଓ ହୀତାଧିକାରୀଙ୍କୁ ପୂର୍ବାପେକ୍ଷା ଅଧିକ ଫାଇଦା ମିଳିବାର ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଇପିଏଫଓ ସୂତ୍ରରୁ ବାର୍ଷିକ ଜମା ହେଉଥିବା ଅର୍ଥରୁ ୫ ପ୍ରତିଶତ ଏହିସବୁ କ୍ଷେତ୍ରରେ ବିନିଯୋଗ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ କେନ୍ଦ୍ର ସରକାର ଇପିଏଫଓ ଜମା ରାଶିର ବିନିଯୋଗ ତରିକା ବଦଳାଇବାକୁ ଇପିଏଫଓ କର୍ତ୍ତୃପକ୍ଷକୁ ପ୍ରସ୍ତାବ ଦେଇଥିଲେ। ଯେଉଁ କ୍ଷେତ୍ରରେ ବିନିଯୋଗ କଲେ ଅଧିକ ହାରରେ ଲାଭ ମିଳିବ ସେଥିନେଇ ନିଷ୍ପତ୍ତି ନେବାକୁ ସରକାର କହିଥିଲେ। ବିଶେଷକରି ଭିତ୍ତିଭୂମି କ୍ଷେତ୍ର ଏବଂ ଅନ୍ୟାନ୍ୟ ସରକାରୀ ଅଧିକୃତ କ୍ଷେତ୍ର ଗୁଡିକରେ ବିନିଯୋଗ ସହିତ ‘ଅଲଟରନେଟିଭ ଇନଭେଷ୍ଟମେଣ୍ଟ ଫଣ୍ଡ(ଏଆଇଏଫ)’ରେ ମଧ୍ୟ ବିନିଯୋଗ ଲାଗି ପ୍ରସ୍ତାବ ଦେଇଥିଲେ। ଏହାଦ୍ବାରା ଇପିଏଫଓ ହିତାଧିକାରୀଙ୍କୁ ଅଧିକ ଫାଇଦା ମିଳିବ ବୋଲି କହିଥିଲେ। ସେହି ଅନୁଯାୟୀ ଇପିଏଫଓ କେନ୍ଦ୍ରୀୟ ବୋର୍ଡ ଟ୍ରଷ୍ଟି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ମହଙ୍ଗା ହେଲା ରୋଷେଇ ଗ୍ୟାସ୍: ଘରୋଇ ସିଲିଣ୍ଡର ପିଛା ବଢିଲା ୬୦ ଟଙ୍କା, କମର୍ସିଆଲ୍ ୧୧୫ଟଙ୍କା ବୃଦ୍ଧି

ଇପିଏଫଓ’ର ପ୍ରଚଳିତ ବିନିଯୋଗ ବ୍ୟବସ୍ଥା ଅନୁସାରେ ବର୍ତ୍ତମାନ ଇପିଏଫଓ ଜମାର ୪୫ ରୁ ୫୦ ପ୍ରତିଶତ ଅର୍ଥ ସରକାରୀ ସିକ୍ୟୁରିଟିଜ୍‌ରେ ବିନିଯୋଗ କରାଯାଉଥିବା ବେଳେ ୩୫ ରୁ ୪୫ ପ୍ରତିଶତ ଡେଟ୍‌ ,ଇକ୍ବିଟିରେ ୫ ରୁ ୧୫ ପ୍ରତିଶତ ଏବଂ ବାକି ୫ ପ୍ରତିଶତ ସ୍ବଳ୍ପ ମିଆଦୀ ଡେଟ୍‌ ପାଣ୍ଠିରେ ବିନିଯୋଗ କରାଯାଉଛି। କିନ୍ତୁ ଏହି ବିନିଯୋଗ ତରିକାରେ ପରିବର୍ତ୍ତନ କରି ଅଧିକ ଲାଭାଂଶ ପାଇଁ ରହିଥିବା କ୍ଷେତ୍ରଗୁଡିକରେ ବିନିଯୋଗ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ଏହାପୂର୍ବରୁ ଆସେଟ୍‌, ଏଆଇଏଫ ଏବଂ ରିଅଲ ଇଷ୍ଟେଟ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଇଆଇଟି) ଆଦି କ୍ଷେତ୍ରରେ ବିନିଯୋଗ କରିବାକୁ ସରକାର ଇପିଏଫଓ କର୍ତ୍ତୃପକ୍ଷକୁ ଅନୁମତି ଦେଇ ସାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଇପିଏଫଓର କେନ୍ଦ୍ରୀୟ ବୋର୍ଡରେ କେନ୍ଦ୍ର ସରକାରଙ୍କ ସମେତ କର୍ମଚାରୀ ଏବଂ ନିଯୁକ୍ତିକାରୀ ସଂସ୍ଥାଙ୍କ ପକ୍ଷରୁ ପ୍ରତିନିଧିତ୍ବ କରାଯାଇଥିବା ବେଳେ କେନ୍ଦ୍ର ଶ୍ରମମନ୍ତ୍ରୀ ଏହାର ନେତୃତ୍ବ ନେଇଥାଆନ୍ତି। ଇପିଏଫଓ ସୂତ୍ରରୁ ମାସିକ ୧୫ ରୁ ୧୬ ହଜାର କୋଟି ଟଙ୍କା ଜମା ହେବା ସହିତ ବାର୍ଷିକ ଜମା ରାଶି ପରିମାଣ ପ୍ରାୟ ୧.୯ ଲକ୍ଷ କୋଟି ଟଙ୍କା ରହିଛି।

ଆହୁରି ପଢ଼ନ୍ତୁ: ଧରାପଡିଲା 'ବଦମାସଙ୍କ ଦେବତା': ପୋଲିସ ଏନକାଉଣ୍ଟରରେ ଆହତ ହେବା ପରେ କହିଲା, ଯୋଗୀଙ୍କୁ ଲାଗେ ଭାରି ଡର

21 Nov 2021 By The Sakala

କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୂତ୍ରରୁ ଜମା ଅର୍ଥର ବିକଳ୍ପ ବିନିଯୋଗ ଲାଗି ଅନୁମୋଦନ; ଇପିଏଫ୍‌ଓ ଗ୍ରାହକଙ୍କୁ ମିଳିପାରେ ଅଧିକ ଫାଇଦା

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସୂତ୍ରରୁ ଜମା ଅର୍ଥର ବିକଳ୍ପ ବିନିଯୋଗ ପାଇଁ କେନ୍ଦ୍ର ସରକାର ଦେଇଥିବା ପ୍ରସ୍ତାବକୁ ଇପିଏଫଓ କେନ୍ଦ୍ରୀୟ ବୋର୍ଡ ଅନୁମୋଦନ କରିଛି। ଇପିଏଫଓ ପାଣ୍ଠିରୁ ସଂଗୃହୀତ ଅର୍ଥକୁ ଭିତ୍ତିଭୂମି ବିନିଯୋଗ ଟ୍ରଷ୍ଟ ଫଣ୍ଡ କିମ୍ବା ଅନ୍ୟାନ୍ୟ ବଣ୍ଡରେ ବିନିଯୋଗ କରିବାକୁ କେନ୍ଦ୍ର ସରକାର ପ୍ରସ୍ତାବ ଦେଇଥିଲା ବେଳେ ଏହାକୁ କେନ୍ଦ୍ରୀୟ ବୋର୍ଡ ଅନୁମୋଦନ କରିଛି। ଫଳରେ ଇଫିଏଫଓ ହୀତାଧିକାରୀଙ୍କୁ ପୂର୍ବାପେକ୍ଷା ଅଧିକ ଫାଇଦା ମିଳିବାର ସୁଯୋଗ ସୃଷ୍ଟି ହେବାର ସମ୍ଭାବନା ରହିଛି। ଇପିଏଫଓ ସୂତ୍ରରୁ ବାର୍ଷିକ ଜମା ହେଉଥିବା ଅର୍ଥରୁ ୫ ପ୍ରତିଶତ ଏହିସବୁ କ୍ଷେତ୍ରରେ ବିନିଯୋଗ ହେବ ବୋଲି ଜଣାପଡ଼ିଛି। ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ କେନ୍ଦ୍ର ସରକାର ଇପିଏଫଓ ଜମା ରାଶିର ବିନିଯୋଗ ତରିକା ବଦଳାଇବାକୁ ଇପିଏଫଓ କର୍ତ୍ତୃପକ୍ଷକୁ ପ୍ରସ୍ତାବ ଦେଇଥିଲେ। ଯେଉଁ କ୍ଷେତ୍ରରେ ବିନିଯୋଗ କଲେ ଅଧିକ ହାରରେ ଲାଭ ମିଳିବ ସେଥିନେଇ ନିଷ୍ପତ୍ତି ନେବାକୁ ସରକାର କହିଥିଲେ। ବିଶେଷକରି ଭିତ୍ତିଭୂମି କ୍ଷେତ୍ର ଏବଂ ଅନ୍ୟାନ୍ୟ ସରକାରୀ ଅଧିକୃତ କ୍ଷେତ୍ର ଗୁଡିକରେ ବିନିଯୋଗ ସହିତ ‘ଅଲଟରନେଟିଭ ଇନଭେଷ୍ଟମେଣ୍ଟ ଫଣ୍ଡ(ଏଆଇଏଫ)’ରେ ମଧ୍ୟ ବିନିଯୋଗ ଲାଗି ପ୍ରସ୍ତାବ ଦେଇଥିଲେ। ଏହାଦ୍ବାରା ଇପିଏଫଓ ହିତାଧିକାରୀଙ୍କୁ ଅଧିକ ଫାଇଦା ମିଳିବ ବୋଲି କହିଥିଲେ। ସେହି ଅନୁଯାୟୀ ଇପିଏଫଓ କେନ୍ଦ୍ରୀୟ ବୋର୍ଡ ଟ୍ରଷ୍ଟି ଏହି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

ଇପିଏଫଓ’ର ପ୍ରଚଳିତ ବିନିଯୋଗ ବ୍ୟବସ୍ଥା ଅନୁସାରେ ବର୍ତ୍ତମାନ ଇପିଏଫଓ ଜମାର ୪୫ ରୁ ୫୦ ପ୍ରତିଶତ ଅର୍ଥ ସରକାରୀ ସିକ୍ୟୁରିଟିଜ୍‌ରେ ବିନିଯୋଗ କରାଯାଉଥିବା ବେଳେ ୩୫ ରୁ ୪୫ ପ୍ରତିଶତ ଡେଟ୍‌ ,ଇକ୍ବିଟିରେ ୫ ରୁ ୧୫ ପ୍ରତିଶତ ଏବଂ ବାକି ୫ ପ୍ରତିଶତ ସ୍ବଳ୍ପ ମିଆଦୀ ଡେଟ୍‌ ପାଣ୍ଠିରେ ବିନିଯୋଗ କରାଯାଉଛି। କିନ୍ତୁ ଏହି ବିନିଯୋଗ ତରିକାରେ ପରିବର୍ତ୍ତନ କରି ଅଧିକ ଲାଭାଂଶ ପାଇଁ ରହିଥିବା କ୍ଷେତ୍ରଗୁଡିକରେ ବିନିଯୋଗ କରିବାକୁ କେନ୍ଦ୍ର ସରକାର କହିଛନ୍ତି। ଏହାପୂର୍ବରୁ ଆସେଟ୍‌, ଏଆଇଏଫ ଏବଂ ରିଅଲ ଇଷ୍ଟେଟ ଇନଭେଷ୍ଟମେଣ୍ଟ ଫଣ୍ଡ(ଆରଇଆଇଟି) ଆଦି କ୍ଷେତ୍ରରେ ବିନିଯୋଗ କରିବାକୁ ସରକାର ଇପିଏଫଓ କର୍ତ୍ତୃପକ୍ଷକୁ ଅନୁମତି ଦେଇ ସାରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ଇପିଏଫଓର କେନ୍ଦ୍ରୀୟ ବୋର୍ଡରେ କେନ୍ଦ୍ର ସରକାରଙ୍କ ସମେତ କର୍ମଚାରୀ ଏବଂ ନିଯୁକ୍ତିକାରୀ ସଂସ୍ଥାଙ୍କ ପକ୍ଷରୁ ପ୍ରତିନିଧିତ୍ବ କରାଯାଇଥିବା ବେଳେ କେନ୍ଦ୍ର ଶ୍ରମମନ୍ତ୍ରୀ ଏହାର ନେତୃତ୍ବ ନେଇଥାଆନ୍ତି। ଇପିଏଫଓ ସୂତ୍ରରୁ ମାସିକ ୧୫ ରୁ ୧୬ ହଜାର କୋଟି ଟଙ୍କା ଜମା ହେବା ସହିତ ବାର୍ଷିକ ଜମା ରାଶି ପରିମାଣ ପ୍ରାୟ ୧.୯ ଲକ୍ଷ କୋଟି ଟଙ୍କା ରହିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର