ଏଣିକି ସ୍କୁଲ ୟୁନିଫର୍ମ ପିନ୍ଧି ସର୍ବସାଧାରଣ ସ୍ଥାନରେ ବୁଲିପାରିବେ ନାହିଁ ଛାତ୍ରଛାତ୍ରୀ

The Sakala Picture
Published On

ଲକ୍ଷ୍ନୌ: ଏଣିକି ସ୍କୁଲ ୟୁନିଫର୍ମରେ କୌଣସି ପାର୍କ, ମଲ ଓ ରେଷ୍ଟୁରାଣ୍ଟ ଯାଇପିରିବେ ନାହିଁ ଛାତ୍ରଛାତ୍ରୀ। ଉତ୍ତରପ୍ରଦେଶରେ ଛାତ୍ରଛାତ୍ରୀମାନେ ସ୍କୁଲ ୟୁନିଫର୍ମରେ କୌଣସି ସର୍ବସାଧାରଣ ସ୍ଥାନରେ ପ୍ରବେଶ କରିପାରିବେ ନାହିଁ । ଶିଶୁ ଅଧିକାର ସୁରକ୍ଷା ପାଇଁ ଉତ୍ତରପ୍ରଦେଶ କମିଶନଙ୍କ ଦ୍ୱାରା ଏକ ସୁପାରିଶ ପତ୍ର ପଠାଯାଇଛି। ଏହାକୁ ରାଜ୍ୟର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଯାଇଛି। ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ନାବାଳିକାଙ୍କ ସହ ଅଘଟଣ ଯେ ପରି ନ ଘଟେ ସେ […]

ଲକ୍ଷ୍ନୌ: ଏଣିକି ସ୍କୁଲ ୟୁନିଫର୍ମରେ କୌଣସି ପାର୍କ, ମଲ ଓ ରେଷ୍ଟୁରାଣ୍ଟ ଯାଇପିରିବେ ନାହିଁ ଛାତ୍ରଛାତ୍ରୀ। ଉତ୍ତରପ୍ରଦେଶରେ ଛାତ୍ରଛାତ୍ରୀମାନେ ସ୍କୁଲ ୟୁନିଫର୍ମରେ କୌଣସି ସର୍ବସାଧାରଣ ସ୍ଥାନରେ ପ୍ରବେଶ କରିପାରିବେ ନାହିଁ । ଶିଶୁ ଅଧିକାର ସୁରକ୍ଷା ପାଇଁ ଉତ୍ତରପ୍ରଦେଶ କମିଶନଙ୍କ ଦ୍ୱାରା ଏକ ସୁପାରିଶ ପତ୍ର ପଠାଯାଇଛି। ଏହାକୁ ରାଜ୍ୟର ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟଙ୍କ ନିକଟକୁ ପଠାଯାଇଛି। ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଛି। ନାବାଳିକାଙ୍କ ସହ ଅଘଟଣ ଯେ ପରି ନ ଘଟେ ସେ ନେଇ ଶିଶୁ ସୁରକ୍ଷା ଆୟୋଗ ଏହି ନିୟମକୁ କାର୍ଯ୍ୟକାରୀ କରିବାକୁ ଯାଉଛନ୍ତି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

ଏହି ନିର୍ଦ୍ଦେଶରେ କମିଶନ କହିଛନ୍ତି ଯେ,  ବିଦ୍ୟାଳୟରେ ପଢୁଥିବା ସମସ୍ତ ଛାତ୍ରଛାତ୍ରୀ ଠିକ୍ ସମୟରେ ବିଦ୍ୟାଳୟକୁ ଯାଆନ୍ତି ନାହିଁ । ହୋଟେଲ, ପାର୍କ, ମଲ୍ କିମ୍ବା ଅନ୍ୟାନ୍ୟ ସ୍ଥାନରେ ସର୍ବସାଧାରଣ ସ୍ଥାନରେ ସମୟ ବିତାଉଛନ୍ତି। ଏପରି ପରିସ୍ଥିତିରେ ସେମାନଙ୍କ ସହିତ ଅଘଟଣ ଘଟିବାର ସମ୍ଭାବନା ଅଧିକ ରହିଛି। ତେଣୁ ଜିଲ୍ଲାର କୌଣସି ସର୍ବସାଧାରଣ ସ୍ଥାନରେ ସ୍କୁଲ ୟୁନିଫର୍ମରେ ଛାତ୍ରଛାତ୍ରୀଙ୍କୁ ଗ୍ରହଣ ନ କରିବାକୁ ସମସ୍ତ ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏହାକୁ ଏକ ସପ୍ତାହ ମଧ୍ୟରେ କାର୍ଯ୍ୟକାରୀ କରିବାକୁ ଆୟୋଗ କହିଛନ୍ତି। ଜିଲ୍ଲା ମାଜିଷ୍ଟ୍ରେଟମାନଙ୍କୁ ମଧ୍ୟ ଏହି ନିର୍ଦ୍ଦେଶ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏବଂ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ କୁହାଯାଇଛି।

ଆହୁରି ପଢ଼ନ୍ତୁ: ଆମେରିକୀୟ ସେନା ଦ୍ୱାରା ଫୋନ୍ ଏବଂ କମ୍ପ୍ୟୁଟରରେ ବିଜ୍ଞାପନ ଟ୍ରାକର୍ ବନ୍ଦ: ମଧ୍ୟପ୍ରାଚ୍ୟରେ ସୈନିକଙ୍କ ସୁରକ୍ଷା ପାଇଁ ପଦକ୍ଷେପ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର