ୟୁକ୍ରେନର ଖେର୍‌ସନ୍‌ ସହରରୁ ରୁଷର ସମ୍ପୂର୍ଣ୍ଣ ସେନା ପ୍ରତ୍ୟାହାର

The Sakala Picture
Published On

କିବ୍: ଦକ୍ଷିଣ ୟୁକ୍ରେନର ପ୍ରମୁଖ ତଥା ବାଣିଜ୍ୟିକ ଖେରସନ ସହରରୁ ରୁଷର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଏନେଇ ରୁଷ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରୁଷର ସୈନ୍ୟମାନେ ଡିନିପ୍ରୋ ନଦୀର ଅପରପାର୍ଶ୍ବକୁ ଚାଲିଯାଇଥିଲା ବେଳେ ୟୁକ୍ରେନ ସେନା ପୁଣି ଏହି ସହରରେ ପ୍ରବେଶ କରିବା ଆରମ୍ଭ କରିଥିବା ଜଣାପଡ଼ିଛି। ଏଠାକାର ନାଗରିକ ୟୁକ୍ରେନ ସୈନ୍ୟଙ୍କୁ ସ୍ବାଗତ କରିବା ସହ ୟୁକ୍ରେନ ପତାକା ଉଡ଼ାଉଥିବା ଦେଖାଯାଇଛି। ଗତ ୯ ତାରିଖରେ ଖେରସନରୁ ସୈନ୍ୟ ପ୍ରତ୍ୟାହାର ସଂପର୍କରେ ରୁଷ […]

କିବ୍: ଦକ୍ଷିଣ ୟୁକ୍ରେନର ପ୍ରମୁଖ ତଥା ବାଣିଜ୍ୟିକ ଖେରସନ ସହରରୁ ରୁଷର ସୈନ୍ୟ ପ୍ରତ୍ୟାହାର ପ୍ରକ୍ରିୟା ସଂପୂର୍ଣ୍ଣ ହୋଇଛି। ଏନେଇ ରୁଷ ପକ୍ଷରୁ ସ୍ପଷ୍ଟ କରାଯାଇଛି। ରୁଷର ସୈନ୍ୟମାନେ ଡିନିପ୍ରୋ ନଦୀର ଅପରପାର୍ଶ୍ବକୁ ଚାଲିଯାଇଥିଲା ବେଳେ ୟୁକ୍ରେନ ସେନା ପୁଣି ଏହି ସହରରେ ପ୍ରବେଶ କରିବା ଆରମ୍ଭ କରିଥିବା ଜଣାପଡ଼ିଛି। ଏଠାକାର ନାଗରିକ ୟୁକ୍ରେନ ସୈନ୍ୟଙ୍କୁ ସ୍ବାଗତ କରିବା ସହ ୟୁକ୍ରେନ ପତାକା ଉଡ଼ାଉଥିବା ଦେଖାଯାଇଛି। ଗତ ୯ ତାରିଖରେ ଖେରସନରୁ ସୈନ୍ୟ ପ୍ରତ୍ୟାହାର ସଂପର୍କରେ ରୁଷ ଘୋଷଣା କରିଥିଲା।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ୟୁକ୍ରେନ ଯୁଦ୍ଧ ଦାୟିତ୍ବରେ ଥିବା ରୁଷର କମାଣ୍ଡର ଜେନେରାଲ ସର୍ଗେଇ ସୁରୋଭିକିନଙ୍କ ପରାମର୍ଶକ୍ରମେ ରୁଷ ପ୍ରତିରକ୍ଷା ମନ୍ତ୍ରୀ ଏହି ନିଷ୍ପତ୍ତି ନେଇଥିଲେ। ଅନ୍ୟପକ୍ଷରେ ଏହା ରୁଷ ସୈନ୍ୟଙ୍କ ପରାଜୟ ବୋଲି ୟୁକ୍ରେନ କହିଛି। ୟୁକ୍ରେନ ସୈନ୍ୟଙ୍କ ପ୍ରବଳ ଆକ୍ରମଣ ଯୋଗୁଁ ରୁଷ ସୈନ୍ୟ ପଳାୟନ କରିଛନ୍ତି ବୋଲି ୟୁକ୍ରେନ କହିଛି। ୟୁକ୍ରେନ ସୈନ୍ୟ ଗୋରଦାର ଆକ୍ରମଣ କରି ରୁଷ ସୈନ୍ୟଙ୍କ କବଳରୁ ଖେରସନର ୧୨ଟି ଜନବସତିକୁ ମୁକ୍ତ କରିଛି ବୋଲି କହିଛି। କିନ୍ତୁ ୟୁକ୍ରେନର ଅନ୍ୟ ବହୁ ପ୍ରମୁଖ ଅଞ୍ଚଳରେ ଏବେ ମଧ୍ୟ ରୁଷର କ୍ଷେପଣାସ୍ତ୍ର ଓ ଡ୍ରୋନ ଆକ୍ରମଣ ଜାରି ରହିଛି।

ଆହୁରି ପଢ଼ନ୍ତୁ: ୩୬,୦୦୦ ଫୁଟ ଉଚ୍ଚରେ ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି: କିଛି ସେକେଣ୍ଡରେ ଫେଲ୍ ମାରିଲା ସମସ୍ତ ହାଇଡ୍ରୋଲିକ୍ସ, ୨୪ ଆହତ

ତେବେ ଖେରସନରୁ ରୁଷର ସୈନ୍ୟ ପ୍ରତ୍ୟାହାର ଯୁଦ୍ଧକୁ ଏକ ନୂଆ ମୋଡ଼ ଦେବାର ସମ୍ଭାବନା ରହିଛି ବୋଲି ଆକଳନ କରାଯାଇଛି। ବର୍ତ୍ତମାନ ସୁଦ୍ଧା ଯୁଦ୍ଧରେ ରୁଷ ଏକ ଲକ୍ଷରୁ ଅଧିକ ସୈନ୍ୟ ହରାଇଛି ବୋଲି ଆମେରିକା କହିଥିଲାବେଳେ ଏହାକୁ ଦୃଷ୍ଟିରେ ରଖି ରୁଷ ପଛଘୁଞ୍ଚା ଦେଇଛି ବୋଲି କହିଛି। କିନ୍ତୁ ଖେରସନ ଅଞ୍ଚଳରୁ ରୁଷର ସେନା ପ୍ରତ୍ୟାହାର ପଛରେ ଅନ୍ୟ କିଛି କାରଣ ରହିଛି ବୋଲି ସାମରିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଅନ୍ୟପକ୍ଷରେ ୟୁକ୍ରେନକୁ ସଶକ୍ତ କରିବା ଲାଗି ଆମେରିକା ଆଉ ୪୦୦ ନିୟୁତ ଡଲାର ସହାୟତା ଯୋଗାଇ ଦେଇଛି।

ଆହୁରି ପଢ଼ନ୍ତୁ: ମିଆମି ଏୟାରପୋର୍ଟରେ ଆମାଜନ କାର୍ଗୋ ବିମାନ ଦୁର୍ଘଟଣାଗ୍ରସ୍ତ: ୫ ମୃତ, ୫ ଆହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର