ଜାମ୍ମୁ-କାଶ୍ମୀରରେ ଏନକାଉଣ୍ଟର: ଆତଙ୍କବାଦୀ ନିହତ, ଜଣେ ସୁରକ୍ଷାକର୍ମୀ ଆହତ
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ରିଆସି ଜିଲ୍ଲାରେ ଆଜି ବଡ଼ଧରଣର ଏନକାଉଣ୍ଟର ହୋଇଛି। ସର୍ଚ୍ଚ ଅପରେସନସମୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କୀ ନିହତ ହୋଇଛି। ସେହିପରି ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଏନକାଉଣ୍ଟର ସ୍ଥଳରୁ ଏୟାରଲିଫ୍ଟ କରି ସେନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁଯାୟୀ, ରିଆସି ଜିଲ୍ଲାର ଚାସାନା ଅଞ୍ଚଳରେ ୨ ଜଣ ଆତଙ୍କୀ ଥିବା ଗୁଇନ୍ଦା ରିପୋର୍ଟ ମିଳିଥିଲା। ଏହାପରେ ସ୍ଥାନୀୟ ପୁଲିସ୍ ଓ ସ୍ଥଳ ସେନା ପକ୍ଷରୁ ସର୍ଚ୍ଚ ଅପରେସନ […]
ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀର ରିଆସି ଜିଲ୍ଲାରେ ଆଜି ବଡ଼ଧରଣର ଏନକାଉଣ୍ଟର ହୋଇଛି। ସର୍ଚ୍ଚ ଅପରେସନସମୟରେ ହୋଇଥିବା ଗୁଳି ବିନିମୟରେ ଜଣେ ଆତଙ୍କୀ ନିହତ ହୋଇଛି। ସେହିପରି ଜଣେ ସୁରକ୍ଷାକର୍ମୀ ମଧ୍ୟ ଆହତ ହୋଇଛନ୍ତି। ତାଙ୍କୁ ତୁରନ୍ତ ଏନକାଉଣ୍ଟର ସ୍ଥଳରୁ ଏୟାରଲିଫ୍ଟ କରି ସେନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ଆହୁରି ପଢ଼ନ୍ତୁ: ଭାରତ-ଆମେରିକା ସମ୍ପର୍କ ହେବ ଆହୁରି ସୁଦୃଢ଼: ମାର୍କୋ ରୁବିଓଙ୍କ ଗସ୍ତରେ ବାଣିଜ୍ୟ, ସୁରକ୍ଷା ଓ ପ୍ରଯୁକ୍ତିବିଦ୍ୟା ଉପରେ ଗୁରୁତ୍ୱ
ସୂଚନା ଅନୁଯାୟୀ, ରିଆସି ଜିଲ୍ଲାର ଚାସାନା ଅଞ୍ଚଳରେ ୨ ଜଣ ଆତଙ୍କୀ ଥିବା ଗୁଇନ୍ଦା ରିପୋର୍ଟ ମିଳିଥିଲା। ଏହାପରେ ସ୍ଥାନୀୟ ପୁଲିସ୍ ଓ ସ୍ଥଳ ସେନା ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା।






