ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ଉଡ଼ାଇଦେବାକୁ ଧମକ, ଅଲ କାଏଦା ନାଁରେ ପୋଲିସକୁ ମେଲ

The Sakala Picture
Published On

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଉଡ଼ାଇଦେବା ଲାଗି ଧମକ । ପୋଲିସକୁ ମିଳିଛି ଏମିତି ଏକ ଧମକପୂର୍ଣ୍ଣ ଇମେଲ । ଧମକ ମିଳିବା ପରେ ବିମାନବନ୍ଦରର ସୁରକ୍ଷାକୁ ବଢାଇଦିଆଯାଇଛି । ଦିଲ୍ଲୀ ପୋଲିସ ନିକଟକୁ ବିମାନ ବନ୍ଦର ଉଡ଼ାଇଦେବା ଲାଗି ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ସଜାଗ ହୋଇଛି ଦିଲ୍ଲୀ ପୋଲିସ । ଅଲକାଏଦା ଆତଙ୍କବାଦୀ ସଂଗଠନ ବିମାନବନ୍ଦରକୁ ଉଡାଇଦେବା ଲାଗି ଯୋଜନା କରୁଛି ବୋଲି ସୂଚନା ମିଳିବା ପରେ ବିମାନବନ୍ଦରରେ କଡା […]

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଉଡ଼ାଇଦେବା ଲାଗି ଧମକ । ପୋଲିସକୁ ମିଳିଛି ଏମିତି ଏକ ଧମକପୂର୍ଣ୍ଣ ଇମେଲ । ଧମକ ମିଳିବା ପରେ ବିମାନବନ୍ଦରର ସୁରକ୍ଷାକୁ ବଢାଇଦିଆଯାଇଛି । ଦିଲ୍ଲୀ ପୋଲିସ ନିକଟକୁ ବିମାନ ବନ୍ଦର ଉଡ଼ାଇଦେବା ଲାଗି ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ସଜାଗ ହୋଇଛି ଦିଲ୍ଲୀ ପୋଲିସ । ଅଲକାଏଦା ଆତଙ୍କବାଦୀ ସଂଗଠନ ବିମାନବନ୍ଦରକୁ ଉଡାଇଦେବା ଲାଗି ଯୋଜନା କରୁଛି ବୋଲି ସୂଚନା ମିଳିବା ପରେ ବିମାନବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ଡୋନାଲ୍ଡ ଟ୍ରମ୍ପଙ୍କୁ ଝଟକା: ନାଭି ପିଲ୍ଲେଙ୍କୁ ୨୦୨୬ ନୋବେଲ ଶାନ୍ତି ପୁରସ୍କାର ମିଳିବା ପରେ ଖପ୍ପା ହେଲେ ଟ୍ରମ୍ପ, ପାଲଟା ଜବାବ ଦେଇ ଥଟ୍ଟା କଲେ ନାଭି

ସୂଚନା ମୁତାବକ ଶନିବାର ସନ୍ଧ୍ୟାରେ [email protected]ରେ ଏହି ଇ-ମେଲ୍‌ ଆସିଥିଲା। ଏହାର ସବଜେକ୍ଟରେ ଲେଖିଥିଲା, ‘ଅଲକାଏଦା ତରଫରୁ ଆଇଜିଆଇ ବିମାନ ବନ୍ଦର ଉପରେ ବୋମା ମାଡ ଷଡଯନ୍ତ୍ର’। ଏକ ଦମ୍ପତିଙ୍କ ନାଁରେ ଏହି ଧମକ ଆସିଛି।

ଆହୁରି ପଢ଼ନ୍ତୁ: ସାମ୍ବିଧାନିକ ଅଧିକାରର ଉଲ୍ଲଂଘନ ହେଲେ କୋର୍ଟ କରିବେ ହସ୍ତକ୍ଷେପ: ସିଜେଆଇ ସୂର୍ଯ୍ୟ କାନ୍ତ

କରଣବୀର ସୁରି ଓରଫ ମହମ୍ମଦ ଜାଲାଲ ଏବଂ ତାଙ୍କ ପତ୍ନୀ ଶୈଲୀ ଶାରଦା ଓରଫ ହସିନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି। ଏ ଦୁହେଁ ଆସନ୍ତା ଦିନେରୁ ତିନି ଦିନ ମଧ୍ୟରେ ବିମାନବନ୍ଦରରେ ବୋମା ଲଗାଇବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଇ-ମେଲ୍‌ରେ ଲୋଖା ହୋଇଛି।

ଆହୁରି ପଢ଼ନ୍ତୁ: ଭାରତ 'ମଧ୍ୟମ ଶକ୍ତି' ନୁହେଁ, ବରଂ ଅନ୍ୟକୁ ସଶକ୍ତ କରୁଥିବା ଶକ୍ତି: ଏସ ଜୟଶଙ୍କର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର