ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦର ଉଡ଼ାଇଦେବାକୁ ଧମକ, ଅଲ କାଏଦା ନାଁରେ ପୋଲିସକୁ ମେଲ

The Sakala Picture
Published On

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଉଡ଼ାଇଦେବା ଲାଗି ଧମକ । ପୋଲିସକୁ ମିଳିଛି ଏମିତି ଏକ ଧମକପୂର୍ଣ୍ଣ ଇମେଲ । ଧମକ ମିଳିବା ପରେ ବିମାନବନ୍ଦରର ସୁରକ୍ଷାକୁ ବଢାଇଦିଆଯାଇଛି । ଦିଲ୍ଲୀ ପୋଲିସ ନିକଟକୁ ବିମାନ ବନ୍ଦର ଉଡ଼ାଇଦେବା ଲାଗି ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ସଜାଗ ହୋଇଛି ଦିଲ୍ଲୀ ପୋଲିସ । ଅଲକାଏଦା ଆତଙ୍କବାଦୀ ସଂଗଠନ ବିମାନବନ୍ଦରକୁ ଉଡାଇଦେବା ଲାଗି ଯୋଜନା କରୁଛି ବୋଲି ସୂଚନା ମିଳିବା ପରେ ବିମାନବନ୍ଦରରେ କଡା […]

ନୂଆଦିଲ୍ଲୀ: ନୂଆଦିଲ୍ଲୀ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରକୁ ଉଡ଼ାଇଦେବା ଲାଗି ଧମକ । ପୋଲିସକୁ ମିଳିଛି ଏମିତି ଏକ ଧମକପୂର୍ଣ୍ଣ ଇମେଲ । ଧମକ ମିଳିବା ପରେ ବିମାନବନ୍ଦରର ସୁରକ୍ଷାକୁ ବଢାଇଦିଆଯାଇଛି । ଦିଲ୍ଲୀ ପୋଲିସ ନିକଟକୁ ବିମାନ ବନ୍ଦର ଉଡ଼ାଇଦେବା ଲାଗି ଏକ ଧମକପୂର୍ଣ୍ଣ ଇ-ମେଲ ଆସିବା ପରେ ସଜାଗ ହୋଇଛି ଦିଲ୍ଲୀ ପୋଲିସ । ଅଲକାଏଦା ଆତଙ୍କବାଦୀ ସଂଗଠନ ବିମାନବନ୍ଦରକୁ ଉଡାଇଦେବା ଲାଗି ଯୋଜନା କରୁଛି ବୋଲି ସୂଚନା ମିଳିବା ପରେ ବିମାନବନ୍ଦରରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

ସୂଚନା ମୁତାବକ ଶନିବାର ସନ୍ଧ୍ୟାରେ [email protected]ରେ ଏହି ଇ-ମେଲ୍‌ ଆସିଥିଲା। ଏହାର ସବଜେକ୍ଟରେ ଲେଖିଥିଲା, ‘ଅଲକାଏଦା ତରଫରୁ ଆଇଜିଆଇ ବିମାନ ବନ୍ଦର ଉପରେ ବୋମା ମାଡ ଷଡଯନ୍ତ୍ର’। ଏକ ଦମ୍ପତିଙ୍କ ନାଁରେ ଏହି ଧମକ ଆସିଛି।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

କରଣବୀର ସୁରି ଓରଫ ମହମ୍ମଦ ଜାଲାଲ ଏବଂ ତାଙ୍କ ପତ୍ନୀ ଶୈଲୀ ଶାରଦା ଓରଫ ହସିନା ରବିବାର ଦିନ ସିଙ୍ଗାପୁରରୁ ଭାରତ ଆସୁଛନ୍ତି। ଏ ଦୁହେଁ ଆସନ୍ତା ଦିନେରୁ ତିନି ଦିନ ମଧ୍ୟରେ ବିମାନବନ୍ଦରରେ ବୋମା ଲଗାଇବାକୁ ଷଡଯନ୍ତ୍ର କରୁଛନ୍ତି ବୋଲି ଇ-ମେଲ୍‌ରେ ଲୋଖା ହୋଇଛି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର