ସୁନିତାଙ୍କୁ ମହାକାଶରୁ ଆଣିବେ ମସ୍କ; ୮ ଦିନିଆ ମିଶନରେ ଯାଇ ୮ ମାସ ହେଲା ଫସି ରହିଛନ୍ତି…

The Sakala Picture
Published On

ୱାଶିଂଟନ: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍‌ ୱିଲମୋର୍‌ ଦୀର୍ଘ ଦିନ ହେଲା ମହାକାଶରେ ଫସି ରହିଛନ୍ତି। ଆମେରିକା ମହାକାଶ ଏଜେନ୍ସି ନାସାର ତ୍ରୁଟି ଯୋଗୁଁ ୮ ଦିନିଆ ମିଶନରେ ଯାଇ ଉଭୟେ ୮ ମାସ ହେଲା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ରହିବାକୁ ବାଧ୍ୟ ହୋଇଛନ୍ତି। ଉଭୟଙ୍କ ଫେରିବା ସମୟ ଦିନକୁ ଦିନ ଘୁଞ୍ଚିବାରେ ଲାଗିଛି। ଏଥିଯୋଗୁଁ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଏହା ମଧ୍ୟରେ ସୁନିତା ଏକ ସାକ୍ଷାତକାରରରେ ଦେଇଥିବା ମନ୍ତବ୍ୟ ଚିନ୍ତାକୁ ଦ୍ବିଗୁଣିତ […]

ୱାଶିଂଟନ: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍‌ ୱିଲମୋର୍‌ ଦୀର୍ଘ ଦିନ ହେଲା ମହାକାଶରେ ଫସି ରହିଛନ୍ତି। ଆମେରିକା ମହାକାଶ ଏଜେନ୍ସି ନାସାର ତ୍ରୁଟି ଯୋଗୁଁ ୮ ଦିନିଆ ମିଶନରେ ଯାଇ ଉଭୟେ ୮ ମାସ ହେଲା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ରହିବାକୁ ବାଧ୍ୟ ହୋଇଛନ୍ତି। ଉଭୟଙ୍କ ଫେରିବା ସମୟ ଦିନକୁ ଦିନ ଘୁଞ୍ଚିବାରେ ଲାଗିଛି। ଏଥିଯୋଗୁଁ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଏହା ମଧ୍ୟରେ ସୁନିତା ଏକ ସାକ୍ଷାତକାରରରେ ଦେଇଥିବା ମନ୍ତବ୍ୟ ଚିନ୍ତାକୁ ଦ୍ବିଗୁଣିତ କରିଦେଇଛି। ସେ ଚାଲିବା, ଶୋଇବା ଏବଂ ବସିବା ଭୁଲି ଯାଇଛନ୍ତି ବୋଲି କହିଛନ୍ତି। ଏବେ ସେ କେମିତି ଚାଲନ୍ତି ତାହା ମନେ ପକାଉଛନ୍ତି। ପୃଥିବୀକୁ ଫେରିବା ପାଇଁ ସେ ଚାତକ ପରି ଚାହିଁ ରହିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ହାଇକୋର୍ଟଙ୍କ ବଡ଼ ନିର୍ଦ୍ଦେଶ: CJP ବିକ୍ଷୋଭ ମାମଲାରେ ସିସିଟିଭି ଫୁଟେଜ୍ ସଂରକ୍ଷିତ ରଖିବାକୁ ଆଦେଶ, କେନ୍ଦ୍ର ଓ ପୋଲିସକୁ ନୋଟିସ୍

ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଦୁଇ ମହାକାଶ ଯାତ୍ରୀଙ୍କୁ ଫେରାଇ ଆଣିବାର ଦାୟିତ୍ବ ଶିଳ୍ପପତି ତଥା ସ୍ପେସ୍‌ଏକ୍ସର ମାଲିକ ଏଲନ ମସ୍କଙ୍କୁ ଦେଇଛନ୍ତି। ସେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏହାକୁ ନେଇ ପୂର୍ବତନ ବାଇଡେନ ପ୍ରଶାସନକୁ ଦାୟୀ କରିଛନ୍ତି। ସୁନିତା ଏବଂ ବୁଚ୍‌ଙ୍କୁ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର ମହାକାଶରେ ଛାଡ଼ି ଦେଇଛନ୍ତି। ଟ୍ରମ୍ପ ଏହାକୁ ଭୟାନକ ଘଟଣା କହିଛନ୍ତି। ଉଭୟଙ୍କୁ ଶୀଘ୍ର ଆଣିବା ଲାଗି ବ୍ୟବସ୍ଥା କରିବାକୁ ସେ ମସ୍କଙ୍କୁ କହିଛନ୍ତି। ଏହାର ଉତ୍ତରରେ ଯେତେଶୀଘ୍ର ସମ୍ଭବ ପ୍ରୟାସ କରିବୁ ବୋଲି ସ୍ପେସ୍‌ଏକ୍ସର ସିଇଓ ମସ୍କ କହିଛନ୍ତି।

ଆହୁରି ପଢ଼ନ୍ତୁ: ମିଶନ୍ ସୁଦର୍ଶନ ଚକ୍ରକୁ ମିଳିଲା ବେଗ: କୁଶା ଇଣ୍ଟରସେପ୍ଟରର ପରୀକ୍ଷଣ କରିବ ଭାରତ

ଏହା ପୂର୍ବରୁ ଗତ ବର୍ଷ ଅଗଷ୍ଟରେ ନାସା ପକ୍ଷରୁ କୁହାଯାଇଥିଲା ଯେ, ଚଳିତ ବର୍ଷ ଫେବ୍ରୁଆରୀ ସୁଦ୍ଧା ସ୍ପେସ୍‌ ଏକ୍ସର କ୍ର୍ୟୁ ଡ୍ରାଗନ ଫ୍ଲାଇଟରେ ସୁନିତା ଏବଂ ବୁଚମୋରଙ୍କୁ ଫେରାଇ ଅଣାଯିବ। ମାତ୍ର ଗତ ଡିସେମ୍ବରରେ ନାସା ପୁଣି ତାରିଖ ବଦଳାଇ ଥିଲା। ମାର୍ଚ୍ଚ କିମ୍ବା ଏପ୍ରିଲ ସୁଦ୍ଧା ଉଭୟେ ଫେରିବାର ସମ୍ଭାବନା ନାହିଁ ବୋଲି କୁହାଯାଇଥିଲା।

ଆହୁରି ପଢ଼ନ୍ତୁ: ଜନ୍ତରମନ୍ତର ଆନ୍ଦୋଳନ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା, ଛାତ୍ରଙ୍କ ଉପରୁ ପୋଲିସ ମାମଲା ପ୍ରତ୍ୟାହାର କଲେ ସରକାର

30 Jan 2025 By The Sakala

ସୁନିତାଙ୍କୁ ମହାକାଶରୁ ଆଣିବେ ମସ୍କ; ୮ ଦିନିଆ ମିଶନରେ ଯାଇ ୮ ମାସ ହେଲା ଫସି ରହିଛନ୍ତି…

ୱାଶିଂଟନ: ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ବୁଚ୍‌ ୱିଲମୋର୍‌ ଦୀର୍ଘ ଦିନ ହେଲା ମହାକାଶରେ ଫସି ରହିଛନ୍ତି। ଆମେରିକା ମହାକାଶ ଏଜେନ୍ସି ନାସାର ତ୍ରୁଟି ଯୋଗୁଁ ୮ ଦିନିଆ ମିଶନରେ ଯାଇ ଉଭୟେ ୮ ମାସ ହେଲା ଅନ୍ତର୍ଜାତୀୟ ମହାକାଶ ଷ୍ଟେସନ (ଆଇଏସଏସ)ରେ ରହିବାକୁ ବାଧ୍ୟ ହୋଇଛନ୍ତି। ଉଭୟଙ୍କ ଫେରିବା ସମୟ ଦିନକୁ ଦିନ ଘୁଞ୍ଚିବାରେ ଲାଗିଛି। ଏଥିଯୋଗୁଁ ଉଭୟଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି। ଏହା ମଧ୍ୟରେ ସୁନିତା ଏକ ସାକ୍ଷାତକାରରରେ ଦେଇଥିବା ମନ୍ତବ୍ୟ ଚିନ୍ତାକୁ ଦ୍ବିଗୁଣିତ କରିଦେଇଛି। ସେ ଚାଲିବା, ଶୋଇବା ଏବଂ ବସିବା ଭୁଲି ଯାଇଛନ୍ତି ବୋଲି କହିଛନ୍ତି। ଏବେ ସେ କେମିତି ଚାଲନ୍ତି ତାହା ମନେ ପକାଉଛନ୍ତି। ପୃଥିବୀକୁ ଫେରିବା ପାଇଁ ସେ ଚାତକ ପରି ଚାହିଁ ରହିଛନ୍ତି।

ଅନ୍ୟପକ୍ଷରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ  ଦୁଇ ମହାକାଶ ଯାତ୍ରୀଙ୍କୁ ଫେରାଇ ଆଣିବାର ଦାୟିତ୍ବ ଶିଳ୍ପପତି ତଥା ସ୍ପେସ୍‌ଏକ୍ସର ମାଲିକ ଏଲନ ମସ୍କଙ୍କୁ ଦେଇଛନ୍ତି। ସେ ସୋସିଆଲ ମିଡିଆରେ ଏହି ସୂଚନା ଦେଇଛନ୍ତି। ଏହାକୁ ନେଇ ପୂର୍ବତନ ବାଇଡେନ ପ୍ରଶାସନକୁ ଦାୟୀ କରିଛନ୍ତି। ସୁନିତା ଏବଂ ବୁଚ୍‌ଙ୍କୁ ପୂର୍ବତନ ରାଷ୍ଟ୍ରପତି ଜୋ ବାଇଡେନଙ୍କ ସରକାର ମହାକାଶରେ ଛାଡ଼ି ଦେଇଛନ୍ତି। ଟ୍ରମ୍ପ ଏହାକୁ ଭୟାନକ ଘଟଣା କହିଛନ୍ତି। ଉଭୟଙ୍କୁ ଶୀଘ୍ର ଆଣିବା ଲାଗି ବ୍ୟବସ୍ଥା କରିବାକୁ ସେ ମସ୍କଙ୍କୁ କହିଛନ୍ତି। ଏହାର ଉତ୍ତରରେ ଯେତେଶୀଘ୍ର ସମ୍ଭବ ପ୍ରୟାସ କରିବୁ ବୋଲି ସ୍ପେସ୍‌ଏକ୍ସର ସିଇଓ ମସ୍କ କହିଛନ୍ତି।

ଏହା ପୂର୍ବରୁ ଗତ ବର୍ଷ ଅଗଷ୍ଟରେ ନାସା ପକ୍ଷରୁ କୁହାଯାଇଥିଲା ଯେ, ଚଳିତ ବର୍ଷ ଫେବ୍ରୁଆରୀ ସୁଦ୍ଧା ସ୍ପେସ୍‌ ଏକ୍ସର କ୍ର୍ୟୁ ଡ୍ରାଗନ ଫ୍ଲାଇଟରେ ସୁନିତା ଏବଂ ବୁଚମୋରଙ୍କୁ ଫେରାଇ ଅଣାଯିବ। ମାତ୍ର ଗତ ଡିସେମ୍ବରରେ ନାସା ପୁଣି ତାରିଖ ବଦଳାଇ ଥିଲା। ମାର୍ଚ୍ଚ କିମ୍ବା ଏପ୍ରିଲ ସୁଦ୍ଧା ଉଭୟେ ଫେରିବାର ସମ୍ଭାବନା ନାହିଁ ବୋଲି କୁହାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର