ଏଲନ୍ ମସ୍କଙ୍କ ଘୋଷଣା: ଏଣିକି ଟ୍ୱିଟର ବ୍ୟବହାର ପାଇଁ ଲାଗିବ ଦେୟ
ଭୁବନେଶ୍ୱର: ଜନସାଧାରଣଙ୍କ ସହ ଯୋଗାଯୋଗ ରଖିବାର ଏକ ବଡ଼ ମାଧ୍ୟମ ହେଉଛି ଟ୍ବିଟର। ଟ୍ବିଟର ବିନା ଆଉ କୌଣସି ମାଧ୍ୟମରେ ତ୍ବିରିତ ଯୋଗାଯୋଗ କରିବା ସହଜ ନୁହେଁ। ଏହା ଛଡ଼ା ଏହା ମାଗଣା ସେବା ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ମନ୍ତ୍ରୀ, ବିଭିନ୍ନ ସରକାରୀ ଅଫିସ, ବିଭାଗୀୟ ମୁଖ୍ୟ, ବେସରକାରୀ ଅଫିସ, ବାଣିଜ୍ୟିକ ସଂସ୍ଥା ଏଥିରେ ସକ୍ରିୟ ରହିଛନ୍ତି। କିନ୍ତୁ ସରକାରୀ ଓ ବାଣିଜ୍ୟିକ ସଂସ୍ଥା ଟ୍ୱିଟର୍ ବ୍ୟବହାର କଲେ ଅର୍ଥ ଦେବାକୁ ହେବ […]
ଭୁବନେଶ୍ୱର: ଜନସାଧାରଣଙ୍କ ସହ ଯୋଗାଯୋଗ ରଖିବାର ଏକ ବଡ଼ ମାଧ୍ୟମ ହେଉଛି ଟ୍ବିଟର। ଟ୍ବିଟର ବିନା ଆଉ କୌଣସି ମାଧ୍ୟମରେ ତ୍ବିରିତ ଯୋଗାଯୋଗ କରିବା ସହଜ ନୁହେଁ। ଏହା ଛଡ଼ା ଏହା ମାଗଣା ସେବା ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ସମସ୍ତ ମନ୍ତ୍ରୀ, ବିଭିନ୍ନ ସରକାରୀ ଅଫିସ, ବିଭାଗୀୟ ମୁଖ୍ୟ, ବେସରକାରୀ ଅଫିସ, ବାଣିଜ୍ୟିକ ସଂସ୍ଥା ଏଥିରେ ସକ୍ରିୟ ରହିଛନ୍ତି। କିନ୍ତୁ ସରକାରୀ ଓ ବାଣିଜ୍ୟିକ ସଂସ୍ଥା ଟ୍ୱିଟର୍ ବ୍ୟବହାର କଲେ ଅର୍ଥ ଦେବାକୁ ହେବ ବୋଲି ଟ୍ୱିଟର୍’ର ନୂଆ ମାଲିକ ଏଲନ୍ ମସ୍କ ଆଜି ଘୋଷଣା କରିଛନ୍ତି। ଯଦିଓ ଟ୍ୱିଟର୍ ଆକାଉଣ୍ଟ ବ୍ୟବହାର ପାଇଁ ଏପର୍ଯ୍ୟନ୍ତ ଦେୟ ଧାର୍ଯ୍ୟ ହୋଇ ନାହିଁ, ତେବେ ଏହି ଘୋଷଣା ଦ୍ୱାରା ସରକାରଙ୍କୁ ବିପୁଳ ଅର୍ଥ ଖର୍ଚ୍ଚ କରିବାକୁ ପଡ଼ିପାରେ।
କୌଣସି ପ୍ରକାର ସୂଚନା ଦେବା ପାଇଁ ଟ୍ୱିଟର୍ ରାଜ୍ୟ ସରକାରଙ୍କର ପ୍ରମୁଖ ମାଧ୍ୟମ ଭାବେ ବ୍ୟବହାର କରାଯାଉଛି। ସମସ୍ତ ବିଭାଗ, ଉପ ବିଭାଗ ବହୁଳ ଭାବେ ଟ୍ୱିଟର୍ ବ୍ୟବହାର କରୁଛନ୍ତି। ସେହିପରି ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ରାଜ୍ୟପାଳ, ମନ୍ତ୍ରୀଗଣ, ମୁଖ୍ୟ ସଚିବ ସମସ୍ତେ ଟ୍ୱିଟର୍ ଉପରେ ନିର୍ଭରଶୀଳ। ଏପରିସ୍ଥଳେ ଦେୟ ଧାର୍ଯ୍ୟ ହେଲେ ସରକାରୀ ବିଭାଗ, ମନ୍ତ୍ରୀଗଣ, ଅଧିକାରୀଙ୍କ କାର୍ଯ୍ୟାଳୟ ସମସ୍ତେ ଖର୍ଚ୍ଚାନ୍ତ ହେବା ସୁନିଶ୍ଚିତ। ଆଇଟି ବିଭାଗର ଜଣେ ଅଧିକାରୀ କହିଛନ୍ତି, ସବୁ ବିଭାଗ କିମ୍ବା ଅଧିକାରୀ ତଥା ନିର୍ବାଚିତ ଜନପ୍ରତିନିଧିଙ୍କର ଟ୍ୱିଟର୍ ଆକାଉଣ୍ଟ ରହିଛି। ଯଦି ଆଗକୁ ଟ୍ୱିଟର୍ ଆକାଉଣ୍ଟ ପାଇଁ ଦେୟ ଧାର୍ଯ୍ୟ ହେଲେ ତାହାର ଖର୍ଚ୍ଚ କେଉଁ ବିଭାଗ ବହନ କରିବ ତାହା ଉପରେ ସରକାର ନିଷ୍ପତ୍ତି ନେବେ। ସେହି ଅନୁସାରେ ଆକାଉଣ୍ଟ ବ୍ୟବହାର ପାଇଁ ଦେୟ ପ୍ରଦାନ କରାଯିବ। କିନ୍ତୁ ଟ୍ୱିଟର୍ ବ୍ୟବହାରକୁ ବନ୍ଦ କରାଯାଇ ପାରିବ ନାହିଁ।
ସୂଚନା ଅନୁସାରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟର୍ ଆକାଉଣ୍ଟରେ ୧.୧ ନିୟୁତ ଫଲୋଅର୍ ଥିବା ବେଳେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ଆକାଉଣ୍ଟରେ ୩.୪ ନିୟୁତ ଫଲୋଅର୍ ଅଛନ୍ତି। ରାଜ୍ୟପାଳଙ୍କ କାର୍ଯ୍ୟାଳୟ ଆକାଉଣ୍ଟରେ ୨.୩୧ ଲକ୍ଷ ଫଲୋଅର୍ ଅଛନ୍ତି। ସେହିପରି ସ୍ୱାସ୍ଥ୍ୟ ବିଭାଗର ଟ୍ୱିଟର୍ ଆକାଉଣ୍ଟରେ ୫.୮ ଲକ୍ଷ ଫଲୋଅର୍, ସୂଚନା ଓ ଲୋକ ସମ୍ପର୍କ ବିଭାଗର ୫.୫୫ ଲକ୍ଷ ଫଲୋଅର୍, ଓଡ଼ିଶା ପୁଲିସର ୩.୨୧ ଲକ୍ଷ ଫଲୋଅର୍, ରାଜ୍ୟ ପରିବହନ କର୍ତ୍ତୃପକ୍ଷ (ଏସ୍ଟିଏ)ର ୬୬.୨ ହଜାର, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ୧.୪୬ ଲକ୍ଷ, କ୍ରୀଡ଼ା ବିଭାଗର ୧.୩ ଲକ୍ଷ ଫଲୋଅର୍ ଅଛନ୍ତି।