ଦିନକୁ ଦୁଇଗୁଣା ରାତିକୁ ୪ଗୁଣା ହାରରେ ବଢୁଛି ଏଲନ୍‌ ମସ୍କଙ୍କ ସମ୍ପତ୍ତି

The Sakala Picture
Published On

ନୂଆଦିଲ୍ଲୀ : ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍‌ଟ୍ରିକ୍ କାର କମ୍ପାନୀ ଟେସ୍‌ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଏଲନ୍‌ ମସ୍କଙ୍କ ସମ୍ପତ୍ତି ଏବେ ଦିନକୁ ଦୁଇଗୁଣା ରାତିକୁ ୪ଗୁଣା ହାରରେ ବଢିବାରେ ଲାଗିଛି। ମସ୍କଙ୍କ ମୋଟ ସମ୍ପତ୍ତିର ପରିମାଣ ଏବେ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଟପିଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଖୁବ୍‌ ଶୀଘ୍ର ମସ୍କଙ୍କ ମୋଟ ସମ୍ପତ୍ତି ପରିମାଣ ୩୦୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ତେବେ ବର୍ତ୍ତମାନ ତାଙ୍କର […]

ନୂଆଦିଲ୍ଲୀ : ବିଶ୍ୱର ଅନ୍ୟତମ ଧନୀ ବ୍ୟକ୍ତି ତଥା ଆମେରିକୀୟ ଇଲେକ୍‌ଟ୍ରିକ୍ କାର କମ୍ପାନୀ ଟେସ୍‌ଲାର ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ଏଲନ୍‌ ମସ୍କଙ୍କ ସମ୍ପତ୍ତି ଏବେ ଦିନକୁ ଦୁଇଗୁଣା ରାତିକୁ ୪ଗୁଣା ହାରରେ ବଢିବାରେ ଲାଗିଛି। ମସ୍କଙ୍କ ମୋଟ ସମ୍ପତ୍ତିର ପରିମାଣ ଏବେ ପାକିସ୍ତାନର ମୋଟ ଘରୋଇ ଉତ୍ପାଦ (ଜିଡିପି)କୁ ଟପିଯାଇଛି। ଏକ ରିପୋର୍ଟ ଅନୁଯାୟୀ, ଖୁବ୍‌ ଶୀଘ୍ର ମସ୍କଙ୍କ ମୋଟ ସମ୍ପତ୍ତି ପରିମାଣ ୩୦୦ ବିଲିୟନ ଡଲାରରେ ପହଞ୍ଚିବ ବୋଲି ଆକଳନ କରାଯାଉଛି। ତେବେ ବର୍ତ୍ତମାନ ତାଙ୍କର ସମ୍ପତ୍ତି ପରିମାଣ ୨୯୨ ବିଲିୟନ ଡଲାର ରହିଛି। ୨୦୨୦-୨୧ରେ ପାକିସ୍ତାନର ଜିଡିପି ବର୍ତ୍ତମାନର ବଜାର ଦର ଅନୁସାରେ ୨୮୦ ବିଲିୟନ ଡଲାର ରହିଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବିମାନବନ୍ଦରରେ ବଡ଼ ସୁରକ୍ଷା ତ୍ରୁଟି: ବିନା ଇମିଗ୍ରେସନରେ ମ୍ୟୁନିକ୍ ଉଡ଼ିଲେ ୩ ଇଟାଲୀୟ ଯାତ୍ରୀ, ଗୃହ ମନ୍ତ୍ରଣାଳୟର ଜରୁରୀ ବୈଠକ

ଗତ ଅକ୍ଟୋବର ୨୫ରେ ମସ୍କ ତାଙ୍କ ମୋଟ ସମ୍ପତ୍ତିରେ ୩୬ ବିଲିୟନ ଡଲାର ଯୋଗ କରିବା ଫଳରେ ଏହା ୨୯୨ ବିଲିୟନ ଡଲାରରେ ପହଞ୍ଚିଛି। ଏଥିଯୋଗୁ ତାଙ୍କ ମୋଟ ସମ୍ପତ୍ତିର ମୂଲ୍ୟ ପାକିସ୍ତାନର ଜିଡିପିକୁ ଟପିଯାଇଛି। ଆମେରିକୀୟ କାର ରେଣ୍ଟାଲ କମ୍ପାନୀ ହର୍ଜ ଗ୍ଲୋବାଲ ହୋଲ୍ଡିଂସ୍ ଇଙ୍କ ଟେସଲାକୁ ୧ ଲକ୍ଷ କାର କିଣିବାକୁ ଅର୍ଡର ଦେଇଛନ୍ତି। ଫଳରେ ବିଶ୍ୱର ପ୍ରମୁଖ ଧନୀ ଜେଫ ବେଜୋସ ଏବେ ବିଲିୟୋନେୟାର ଇଣ୍ଡେକ୍ସରେ ମସ୍କଙ୍କ ପଛକୁ ଖସିଯାଇଛନ୍ତି। ବେଜୋସଙ୍କ ମୋଟ ସମ୍ପତ୍ତି ପରିମାଣ ମସ୍କଙ୍କ ସମ୍ପତ୍ତି ପରିମାଣଠାରୁ ୧୦୦ ବିଲିୟନ ଡଲାରରୁ ବି ଅଧିକ ହୋଇଯାଇଛି। ଏଥିରେ ମସ୍କଙ୍କ ସମ୍ପତ୍ତି ବିଶ୍ୱର ଅନ୍ୟତମ କାର ନିର୍ମାତା ଟୟୋଟାର ବଜାର ପୁଞ୍ଜିଠାରୁ ବି ଅଧିକ ହୋଇଯାଇଛି। ଟୟୋଟାର ବର୍ତ୍ତମାନ ବଜାର ପୁଞ୍ଜି ୨୮୩ ବିଲିୟନ ଡଲାର ହୋଇଥିବା ବେଳେ ମସ୍କଙ୍କ ସମ୍ପତ୍ତି ୨୯୨ ବିଲିୟନରେ ପହଞ୍ଚିଯାଇଛି। ଏହି ସମୟରେ ମସ୍କଙ୍କ ଟେସଲାର ବଜାର ପୁଞ୍ଜି ୧ ଲକ୍ଷ କୋଟି ଡଲାରରେ ପହଞ୍ଚିବା ସହ ବିଶ୍ୱର ସବୁଠୁ ଧନୀ କମ୍ପାନୀରେ ପରିଣତ ହୋଇଛି।

ଆହୁରି ପଢ଼ନ୍ତୁ: ରୁଷିଆର ତୈଳ ବିଶୋଧନାଗାର ଉପରେ ଆକ୍ରମଣ ବନ୍ଦ କରିବାକୁ ଜେଲେନସ୍କିଙ୍କୁ ଟ୍ରମ୍ପଙ୍କ ପରାମର୍ଶ

ଭାରତ ସରକାର ମଧ୍ୟ ଏଲୋନ୍ ମସ୍କଙ୍କ କମ୍ପାନୀକୁ ବ୍ୟବସାୟ କରିବାକୁ ଅନୁମତି ଦେଇଛନ୍ତି। ଗତ ସପ୍ତାହରେ ଟେସଲାର ଷ୍ଟକ୍ ପ୍ରଥମ ଥର ପାଇଁ ୧୦୦୦ ଡଲାର (ପ୍ରାୟ ୭୫,000 ଟଙ୍କା) ସ୍ତର ଅତିକ୍ରମ କରିଥିଲା। ଟେସଲାର ଷ୍ଟକ୍ ବର୍ତ୍ତମାନ ନାସଡାକ୍‌ରେ ପ୍ରାୟ ୧୧୦୦ ଡଲାର୍ (ପ୍ରାୟ ୮୨,୪୦୦ ଟଙ୍କା) ରହିଛି। ଏଲନ୍ ମସ୍କ ଶନିବାର ଟ୍ୱିଟରରେ ଏକ ସର୍ଭେ ଆରମ୍ଭ କରିଛନ୍ତି। ଏହି ସର୍ଭେରେ ମସ୍କ ଲେଖିଛନ୍ତି ଯେ, ସେ ଟେସଲା ସେୟାରର ୧୦ ପ୍ରତିଶତ ବିକ୍ରି କରିବାକୁ ଚାହୁଁଛନ୍ତି। ସେ ଏହି ପ୍ରସ୍ତାବକୁ ସମର୍ଥନ କରୁଛନ୍ତି କି ନାହିଁ ଲୋକଙ୍କୁ ପଚାରିଛନ୍ତି। ମସ୍କ ଏହା ପୂର୍ବରୁ କହିଛି ଯେ ସେ ଚଳିତବର୍ଷର ଚତୁର୍ଥ ତ୍ରୈମାସରେ ଟେସଲାରେ ଅଂଶଧନ ହ୍ରାସ କରିବାକୁ ଚିନ୍ତା କରୁଛନ୍ତି। ପରବର୍ତ୍ତୀ ଟ୍ୱିଟରେ ମସ୍କ ଲେଖିଛନ୍ତି ଯେ ଯାହା ହେଉନା କାହିଁକି ମୁଁ ଏହି ସର୍ଭେର ଫଳାଫଳ ଗ୍ରହଣ କରିବି।

ଆହୁରି ପଢ଼ନ୍ତୁ: ମୋବାଇଲ ଛାଡ଼, ବହି ପଢ଼; ବହି ପଢ଼଼ିଲେ ଟଙ୍କା ଦେବେ ଏହି ସରକାର...

ସେ ଲେଖିଛନ୍ତି ଯେ ମୁଁ କୌଣସି ସ୍ଥାନରୁ ନଗଦ ଦରମା କିମ୍ବା ବୋନସ ନେଉନାହିଁ। ମୋର କେବଳ ଷ୍ଟକ୍ ଅଛି। ତେଣୁ ବ୍ୟକ୍ତିଗତ ଭାବରେ ଟିକସ ଦେବାର ଏକମାତ୍ର ଉପାୟ ହେଉଛି ଷ୍ଟକ୍ ବିକ୍ରୟ କରିବା। ଆମେରିକାର ପ୍ରସ୍ତାବିତ ବିଲିନଏର୍ ଟ୍ୟାକ୍ସର ଜବାବରେ ମସ୍କ ଏହା କହିଛନ୍ତି ବୋଲି ବିଶ୍ୱାସ କରାଯାଏ। ରାଷ୍ଟ୍ରପତି ବିଡେ୍‌ନଙ୍କ ପାର୍ଟିର ସଂସଦମାନଙ୍କର ଯୋଜନା ହେଉଛି ବିଲିନଏର ଟିକସ ଆଦାୟ। ଯଦି ଏହା ଅନୁମୋଦିତ ହୁଏ, ତେବେ ଆମେରିକାର ବିଲିୟନଏରମାନଙ୍କୁ ଅଧିକ ଟିକସ ଦେବାକୁ ପଡିବ। ଏହା ଦେଶର ପ୍ରାୟ ୭୦୦ ଜଣ ବିଲିୟନଏରଙ୍କୁ ପ୍ରଭାବିତ କରିବ। ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ହୋଇଥିବାରୁ ଏଲୋନ୍ ମସ୍କ ପାଇଁ ଏହି ଟିକସ ପରିମାଣ ବହୁତ ହେବ। ଟେଲଲା ସେୟାରର ୨୦୦ ବିଲିୟନ ଡଲାର ମୂଲ୍ୟର ମାଲିକ ହେଉଛନ୍ତି ଏଲୋନ୍ ମସ୍କ। ମସ୍କର ଟ୍ୱିଟର ୨୦ ଘଣ୍ଟାରେ ୩.୨ ନିୟୁତରୁ ଅଧିକ ଲୋକ ଭୋଟ୍ ଦେଇଛନ୍ତି। ସେଥିମଧ୍ୟରୁ ୫୭.୨% ଲୋକ ‘ହଁ’ ଉତ୍ତର ଦେଇଛନ୍ତି। ଏଥିସହିତ ୪୨.୮% ଲୋକ ସେୟାର ବିକ୍ରୟ ନ କରିବାକୁ କହିଛନ୍ତି। ରଏଟର୍ସ ହିସାବ ଅନୁଯାୟୀ, ଯଦି ମସ୍କ ଟେସଲାରେ ତାଙ୍କର ୧୦% ଅଂଶଧନ ବିକ୍ରି କରେ, ତା’ହେଲେ ଏହାର ମୂଲ୍ୟ ପ୍ରାୟ ୨୧ ବିଲିୟନ ଡଲାର (୧.୫ ଲକ୍ଷ କୋଟିରୁ ଅଧିକ) ହୋଇପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର