ନିର୍ବାଚନ ପ୍ରଚାର ଉପରେ କଟକଣା: ଜାନୁଆରୀ ୧୫ ପର୍ଯ୍ୟନ୍ତ ରାଲି, ରୋଡ ଶୋ’ ଉପରେ ଲାଗିଲା ରୋକ

The Sakala Picture
Published On

ନୂଆଦିଲ୍ଲୀ : ୫ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ପ୍ରେସମିଟ୍ କରିବା ସହିତ ନିର୍ବାଚନ ତାରିଖ ନେଇ ବଡ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ନିର୍ବାଚନ କରୋନା ସମୟରେ କିପରି ହେବ ସେନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ତେବେ ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୧୫ ପର୍ଯ୍ୟନ୍ତ ସମସ୍ତ ଜନ […]

ନୂଆଦିଲ୍ଲୀ : ୫ଟି ରାଜ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ନିର୍ବାଚନ ପୂର୍ବରୁ ନିର୍ବାଚନ କମିଶନ ପ୍ରେସମିଟ୍ କରିବା ସହିତ ନିର୍ବାଚନ ତାରିଖ ନେଇ ବଡ ଘୋଷଣା କରିଛନ୍ତି । ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡରେ ହେବାକୁ ଥିବା ନିର୍ବାଚନ କରୋନା ସମୟରେ କିପରି ହେବ ସେନେଇ ନିର୍ବାଚନ କମିଶନ ଘୋଷଣା କରିଛନ୍ତି। ତେବେ ଦେଶରେ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆସନ୍ତା ଜାନୁଆରୀ ୧୫ ପର୍ଯ୍ୟନ୍ତ ସମସ୍ତ ଜନ ସମାବେଶ, ରୋଡ ଶୋ’, ସାଇକେଲ ରାଲି, ବାଇକ ରାଲି ଓ ପଦଯାତ୍ରା ଉପରେ ରୋକ ଲଗାଇଛନ୍ତି ନିର୍ବାଚନ କମିଶନ । ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ଜାନୁଆରୀ ୧୫ ପରେ ପରିସ୍ଥିତିକୁ ଅନୁଧ୍ୟାନ ପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ ।

ଆହୁରି ପଢ଼ନ୍ତୁ: ନେପାଳ ବନ୍ୟାର ବିଭୀଷିକା: ଭାରତ ସୀମାରେ ଭାସି ଆସିଲା ୧୦ ମୃତଦେହ, ୟୁପିରେ ହାଇ ଆଲର୍ଟ

ଶନିବାର ମୁଖ୍ୟ ନିର୍ବାଚନ ଆୟୋଗ କରିଥିବା ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି କୌଣସି ବି ରାଜନୈତିକ ଦଳ କିମ୍ବା ପ୍ରାର୍ଥୀଙ୍କୁ ରାଲି, ରୋଡ ଶୋ’, ପଦଯାତ୍ରା କରିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ । ସେହିପରି ରାତି ୮ରୁ ସକାଳ ୮ ପର୍ଯ୍ୟନ୍ତ କୌଣସି ରାଜନୈତିକ ସଭା ହୋଇପାରିବ ନାହିଁ । କେବଳ ଡୋର ଟୁ ଡୋର କ୍ୟାମ୍ପେନିଂ କରିବା ପାଇଁ ୫ ଜଣ ଲୋକଙ୍କୁ ଅନୁମତି ମିଳିବ । ସେ ଆହୁରି କହିଛନ୍ତି କି ଆମେ ସମସ୍ତ ରାଜନୈତିକ ପାର୍ଟିକୁ ଅନୁରୋଧ କରୁଛୁ କି ସେମାନେ ଡିଜିଟାଲ ମାଧ୍ୟମରେ ନିର୍ବାଚନୀ ପ୍ରଚାର କରନ୍ତୁ । ଏହାସହ ନିର୍ବାଚନରେ ବିଜୟୀ ପ୍ରାର୍ଥୀ କୌଣସି ପ୍ରକାର ରାଲିର ମଧ୍ୟ ଆୟୋଜନ କରିପାରିବେ ନାହିଁ । ଅନ୍ୟପକ୍ଷରେ କରୋନାକୁ ଦୃଷ୍ଟିରେ ରଖି ମତଦାନ କେନ୍ଦ୍ରରେ ସାନିଟାଇଜର ଏବଂ ମାସ୍କର ବ୍ୟବସ୍ଥା ହେବ ଏବଂ କରୋନା କାରଣରୁ ଅଧିକ ମତଦାନ କେନ୍ଦ୍ର କରାଯିବ ବୋଲି କହିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ରା ।

ଆହୁରି ପଢ଼ନ୍ତୁ: ଦିଶା ସାଲିଆନଙ୍କ ମୃତ୍ୟୁ ମାମଲା: ସିବିଆଇକୁ FIR ରୁଜୁ କରିବାକୁ ବମ୍ବେ ହାଇକୋର୍ଟଙ୍କ ନିର୍ଦ୍ଦେଶ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର