ବାହାଘର ପୂର୍ବରୁ କନ୍ଯା ପ୍ରେମିକଙ୍କ ସହ ଫେରାର, ଶାଳୀଙ୍କୁ ବିବାହ କରିବ ବର

The Sakala Picture
Published On

ଉତ୍ତରପ୍ରଦେଶ: ମାଉ ଜିଲ୍ଲା ମହମ୍ମଦାବାଦ ଗୋହନା କୋଟୱାଲୀ ଅଞ୍ଚଳର ଏକ ଗାଁରେ ଅଭାବନୀୟ ଘଟଣା ଘଟିଛି। ବାହାଘରର ୩ଦିନ ପୂର୍ବରୁ ପ୍ରମିକ ସହିତ ଫେରାର ହୋଇଯାଇଛନ୍ତି ପ୍ରେମିକା। ଏ ନେଇ କନ୍ଯାଘର ପକ୍ଷରୁ କୋଟୱାଲୀରେ ପ୍ରେମିକଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ଉଭୟ  ପ୍ରେମିକ ଓ ପ୍ରେମିକା  କୋର୍ଟରେ ବିବାହ କରିବା ପରେ ଘରକୁ ଫେରିଥିବା ଜଣାପଡ଼ିଛି। ଏ ବିଷୟରେ ବରଘର ଲୋକେ ଜାଣିବା ପରେ ବିବାହ ଠିକ ହୋଇଥିବା କନ୍ଯାର ସାନ ଭାଉଣୀଙ୍କୁ ବିବାହ କରିବାକୁ ରାଜି ହୋଇଛନ୍ତି। ବରଘର ପକ୍ଷରୁ […]

ଉତ୍ତରପ୍ରଦେଶ: ମାଉ ଜିଲ୍ଲା ମହମ୍ମଦାବାଦ ଗୋହନା କୋଟୱାଲୀ ଅଞ୍ଚଳର ଏକ ଗାଁରେ ଅଭାବନୀୟ ଘଟଣା ଘଟିଛି। ବାହାଘରର ୩ଦିନ ପୂର୍ବରୁ ପ୍ରମିକ ସହିତ ଫେରାର ହୋଇଯାଇଛନ୍ତି ପ୍ରେମିକା। ନେଇ କନ୍ଯାଘର ପକ୍ଷରୁ କୋଟୱାଲୀରେ ପ୍ରେମିକଙ୍କ ବିରୋଧରେ ଅଭିଯୋଗ କରାଯାଇଛି। ଉଭୟ  ପ୍ରେମିକ ପ୍ରେମିକା  କୋର୍ଟରେ ବିବାହ କରିବା ପରେ ଘରକୁ ଫେରିଥିବା ଜଣାପଡ଼ିଛି। ବିଷୟରେ ବରଘର ଲୋକେ ଜାଣିବା ପରେ ବିବାହ ଠିକ ହୋଇଥିବା କନ୍ଯାର ସାନ ଭାଉଣୀଙ୍କୁ ବିବାହ କରିବାକୁ ରାଜି ହୋଇଛନ୍ତି। ବରଘର ପକ୍ଷରୁ କନ୍ଯାଙ୍କ ସାନଭଉଣୀଙ୍କ ପ୍ରସ୍ତାବ ଉପରେ ରଜା ହେଉଥିବାରୁ ଏହି ଉଦାରତା ସମଗ୍ର ଅଞ୍ଚଳରେ ଆଲୋଚନାର ବିଷୋୟ ପାଲଟିଛି।

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

କୋଟୱାଲୀ ଅଞ୍ଚଳର ଏକ ଗାଁରେ ରହୁଥିବା ଜଣେ ଯୁବକ ଦୀର୍ଘ ଦିନ ଧରି ସେହି ଗ୍ରାମର ଉକ୍ତ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଥିଲେ। ପରିବାରଲୋକେ ଯୁବତୀଙ୍କ  ବିବାହକୁ ଅନ୍ୟତ୍ର ସ୍ଥିର କରିଥିଲେ। ଏହି ସମୟରେ ସମସ୍ତ ରୀତିନୀତି ସମାପ୍ତ ହୋଇଥିଲା। ଜୁନ୍ରେ, ବରଘର ପକ୍ଷରୁ  ଯୁବତୀଙ୍କ ଘରକୁ ଆସିବାରଥିଲା। ପରିବାର ସଦସ୍ୟମାନେ ବରଯାତ୍ରୀ ପାଇଁ ପ୍ରସ୍ତୁତ ହେଉଥିଲେ। ଏହି ସମୟରେ ବୁଧବାର ବିଳମ୍ବିତ ରାତିରେ ଯୁୃବତୀ ଜଣଙ୍କ ନିଜ ପ୍ରେମିକ ସହିତ ଘରୁ ପଳାଇଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ବନ୍ୟାର ତାଣ୍ଡବ: ୭୫୦୦ରୁ ଅଧିକ ଘର ଧ୍ୱଂସ, ରାସ୍ତା ଓ ପୋଲ ଭାଙ୍ଗିବା ଯୋଗୁଁ ବିପୁଳ କ୍ଷତି

ଯୁବତୀଙ୍କ ପରିବାର ପକ୍ଷରୁ ଏହି ଘଟଣା ସମ୍ପର୍କରେ କୋଟୱାଲୀଥାନରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ସମୟରେ ଗୁରୁବାର ଦିନ ପ୍ରେମୀ ଯୁଗଳ କୋର୍ଟରେ ବିବାହ କରିଥିଲେ। ଯେତେବେଳେ ଯୁବତୀଙ୍କ ଘର ଲୋକ ଜଣିଲେ ସେମାନେ ପୁଅ ପକ୍ଷଙ୍କୁ ଜଣାଇଥିଲେ। ଏହା ପରେ ବର ପକ୍ଷ ତାଙ୍କ ପ୍ରେମିକ ସହିତ ଯାଇଥିବା ଝିଅର ସାନ ଭଉଣୀକୁ ବିବାହ କରିବାର ପ୍ରସ୍ତାବ ଗ୍ରହଣ କରିଛନ୍ତି।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର