ବେକାରୀ ଯୁବବର୍ଗଙ୍କୁ ମାସିକ ଭତ୍ତା ଦେବେ ଛତିଶଗଡ଼ ସରକାର; ବଡ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ

The Sakala Picture
Published On

ରାୟପୁର: ଯୁବବର୍ଗଙ୍କୁ ଛତିଶଗଡ଼ ସରକାରଙ୍କ ବଡ଼ ଭେଟି। ବେକାରୀ ଯୁବକଙ୍କୁ ମିଳିବ ମାସିକ ଭତ୍ତା। ବେକାରୀ ଯୁବକଙ୍କୁ ମାସିକ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ଛତିଶଗଡ଼ ସରକାର । ସୋମବାର ବିଧାନସଭାରେ ବଜେଟ୍ ଉପସ୍ଥାପନ ବେଳେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ବଜେଟରେ ବେରୋଜଗାରୀ ଯୁବକଙ୍କ ପାଇଁ ମାସିକ ୨୫ଶହ ଟଙ୍କା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଛତିଶଗଡ଼ ସରକାର ୨୦୨୩-୨୪ ପାଇଁ ୧ଲକ୍ଷ ୨୧ହଜାର ୫୦୦ କୋଟି […]

ରାୟପୁର: ଯୁବବର୍ଗଙ୍କୁ ଛତିଶଗଡ଼ ସରକାରଙ୍କ ବଡ଼ ଭେଟି। ବେକାରୀ ଯୁବକଙ୍କୁ ମିଳିବ ମାସିକ ଭତ୍ତା। ବେକାରୀ ଯୁବକଙ୍କୁ ମାସିକ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ଛତିଶଗଡ଼ ସରକାର । ସୋମବାର ବିଧାନସଭାରେ ବଜେଟ୍ ଉପସ୍ଥାପନ ବେଳେ ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ । ବଜେଟରେ ବେରୋଜଗାରୀ ଯୁବକଙ୍କ ପାଇଁ ମାସିକ ୨୫ଶହ ଟଙ୍କା ଯୋଗାଇ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଭାରତୀୟ ତଟରକ୍ଷୀ ବାହିନୀକୁ ବଡ଼ ସଫଳତା: ଆରବ ସାଗରରୁ ୩ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ, ୫ ଗିରଫ

ଛତିଶଗଡ଼ ସରକାର ୨୦୨୩-୨୪ ପାଇଁ ୧ଲକ୍ଷ ୨୧ହଜାର ୫୦୦ କୋଟି ଟଙ୍କାର ବଜେଟ ଆଗତ କରିଛନ୍ତି । ଯାହା ସବୁଠାରୁ ବଡ଼ ବଜେଟ୍ ବୋଲି କୁହାଯାଉଛି । ବଜେଟରେ ବିଭିନ୍ନ ବର୍ଗକୁ ଗୁରୁତ୍ୱ ଦିଆଯାଇଛି । ଲୋକଙ୍କ ପାଇଁ କୌଣସି ନୂତନ ଟିକସ କିମ୍ବା ଟିକସ ବୃଦ୍ଧି ବିଷୟରେ କୌଣସି ଆଲୋଚନା ହୋଇନାହିଁ। ନାଭା ରାୟପୁରରୁ ଦୁର୍ଗ ପର୍ଯ୍ୟନ୍ତ ହାଲୁକା ମେଟ୍ରୋ ସେବା ଆରମ୍ଭ ହେବ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ବଜେଟ୍ ଉପସ୍ଥାପନ ବେଳେ ମୁଖ୍ୟମନ୍ତ୍ରୀ ୧୮ରୁ ୩୫ ବର୍ଷର ବେକାର ଯୁବକଯୁବତୀଙ୍କୁ ମାସକୁ ୨୫୦୦ ଟଙ୍କା ବେକାରୀ ଭତ୍ତା ଦେବାକୁ ଘୋଷଣା କରିଥିଲେ । ତେବେ ଯେଉଁମାନଙ୍କ ପରିବାରର ବାର୍ଷିକ ଆୟ ଅଢ଼େଇ ଲକ୍ଷରୁ କମ୍ ସେମାନଙ୍କୁ ଏହି ଭତ୍ତା ମିଳିବ । ସେହିପରି ଅଙ୍ଗନବାଡି ସହାୟିକାଙ୍କ ଭତ୍ତା ୩୫୫୦ରୁ ୫ ହଜାରକୁ ବୃଦ୍ଧି କରାଯାଇଛି । ସେହିଭଳି କୃଷି ବିଭାଗ ପାଇଁ ୧୦ହଜାର ୭୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଚଳିତ ବର୍ଷ ଛତିଶଗଡ଼ରେ ବିଧାନସଭା ନିର୍ବାଚନ ଥିବାରୁ ବଘେଲ ସରକାରଙ୍କ ଏହା ନିର୍ବାଚନୀ ବଜେଟ୍ ବୋଲି ବିରୋଧୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ଇରାକରୁ ୨୩ ବର୍ଷ ପରେ ବିଦାୟ ନେଲା ଆମେରିକା ସେନା; ପୁଣି ସକ୍ରିୟ ହେବେ କି ଆତଙ୍କବାଦୀ ଓ ଇରାନ ସମର୍ଥିତ ଗୋଷ୍ଠୀ?

ବଜେଟରେ ରାୟପୁରସ୍ଥିତ ଡାକ୍ତର ବି.ଆର ଆମ୍ବେଦକର ମେମୋରିଆଲ ହସ୍ପିଟାଲରେ ୭୦୦ ଶଯ୍ୟା ବିଶିଷ୍ଟ କୋଠା ନିର୍ମାଣ ପାଇଁ ୮୫ କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ଘୋଷଣା କରିଛନ୍ତି । ରାଜ୍ୟର ଦୁର୍ଗମ ଅଂଚଳରେ ଭ୍ରାମ୍ୟମାଣ ମେଡିକାଲ ୟୁନିଟ୍ ସ୍ଥାପନ ପାଇଁ ବଜେଟରେ ୫ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଆହୁରି ପଢ଼ନ୍ତୁ: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି: ଅକ୍ଟୋବର ୨ରେ CJP ର ମୁମ୍ବାଇ ଆନ୍ଦୋଳନ ଏବଂ ପ୍ରମୁଖ ଦାବି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର