ସୋନିଆଙ୍କୁ ପୁଣି ଇଡି ସମନ, ୨୧ ରେ ହାଜର ହେବା ପାଇଁ ନିର୍ଦ୍ଦେଶ

The Sakala Picture
Published On

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣିଥରେ ଇଡି ସମନ କରିଛି। ନେସନାଲ ହେରାଲ୍ଡ ଖବରକାଗଜ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଜୁଲାଇ ୨୧ ତାରିଖରେ ସୋନିଆ ଗାନ୍ଧୀଙ୍କୁ ଇଡି ଡକାଇଛି। ଏହାପୂର୍ବରୁ ସୋନିଆ ଗାନ୍ଧୀ ପଚରାଉଚରା ପାଇଁ ଇଡିରେ ହାଜର ହେବାକୁ ଆଉ କିଛି ଦିନ ସମୟ ମାଗିଥିଲେ। କୁହାଯାଇଥିଲା ଯେ, କରୋନା ସଂକ୍ରମିତ ହୋଇଥିବା ସୋନିଆଙ୍କୁ ଡାକ୍ତରମାନେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି, ଯେଉଁଥିପାଇଁ ସେ କିଛି ସପ୍ତାହ ପର୍ୟ୍ୟନ୍ତ […]

ନୂଆଦିଲ୍ଲୀ: କଂଗ୍ରେସର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ପୁଣିଥରେ ଇଡି ସମନ କରିଛି। ନେସନାଲ ହେରାଲ୍ଡ ଖବରକାଗଜ ସହ ଜଡ଼ିତ ଅର୍ଥ ହେରଫେର ମାମଲାରେ ପଚରାଉଚରା ପାଇଁ ଜୁଲାଇ ୨୧ ତାରିଖରେ ସୋନିଆ ଗାନ୍ଧୀଙ୍କୁ ଇଡି ଡକାଇଛି। ଏହାପୂର୍ବରୁ ସୋନିଆ ଗାନ୍ଧୀ ପଚରାଉଚରା ପାଇଁ ଇଡିରେ ହାଜର ହେବାକୁ ଆଉ କିଛି ଦିନ ସମୟ ମାଗିଥିଲେ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

କୁହାଯାଇଥିଲା ଯେ, କରୋନା ସଂକ୍ରମିତ ହୋଇଥିବା ସୋନିଆଙ୍କୁ ଡାକ୍ତରମାନେ ବିଶ୍ରାମ ନେବାକୁ ପରାମର୍ଶ ଦେଇଛନ୍ତି, ଯେଉଁଥିପାଇଁ ସେ କିଛି ସପ୍ତାହ ପର୍ୟ୍ୟନ୍ତ ଇଡିରେ ହାଜର ହୋଇପାରିବେ ନାହିଁ। ଇଡି ମଧ୍ୟ ତାଙ୍କ ଅନୁରୋଧ ଗ୍ରହଣ କରିଥିଲା। ଇଡି ସୋନିଆଙ୍କୁ କହିଥିଲା ଯେ, ସେ ଅର୍ଥ ହେରଫେର ମାମଲାରେ ଜୁଲାଇ ଶେଷ ଆଡ଼କୁ କୌଣସି ଦିନ ଯାଞ୍ଚ ଏଜେନ୍ସି ସମ୍ମୁଖରେ ହାଜର ହୋଇ ନିଜ ବୟାନ ରେକର୍ଡ଼ କରାଇବେ।

ଆହୁରି ପଢ଼ନ୍ତୁ: ଶ୍ରୀନଗର ବିମାନବନ୍ଦରରେ ଅଘଟଣ: ପାର୍କିଂ ବେଳେ ଖୁଣ୍ଟରେ ପିଟି ହେଲା ଇଣ୍ଡିଗୋ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

ସୂଚନା ଅନୁଯାୟୀ, ଏହି ମାମଲାରେ ରାହୁଲ ଗାନ୍ଧୀଙ୍କୁ ପାଞ୍ଚ ଦିନ ମଧ୍ୟରେ ପ୍ରାୟ ୫୦ ଘଣ୍ଟା ଜେରା କରାଯାଇଛି। ଏହି ସମୟରେ ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟ (PMLA)) ଅନୁଯାୟୀ ତାଙ୍କ ବୟାନ ରେକର୍ଡ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସତ୍ୟ ନିକେତନ କୋଠା ଭୁଶୁଡ଼ିବା ଘଟଣା: ୪ ମହଲାରୁ ଅଧିକ ଥିବା ସମସ୍ତ ବେଆଇନ ନିର୍ମାଣ ସିଲ୍ କରିବାକୁ ଏମସିଡିର ନିର୍ଦ୍ଦେଶ, ମୃତ୍ୟୁସଂଖ୍ୟା ୬କୁ ବୃଦ୍ଧି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର