ଆଜି ପୁଣି ଇଡିରେ ହାଜର ହେଲେ ରାହୁଲ ଗାନ୍ଧୀ

The Sakala Picture
Published On

ନୂଆଦିଲ୍ଲୀ: ଆଜି ପୁଣି ଇଡିରେ ହାଜର ହୋଇଛନ୍ତି କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଆଜି ଦ୍ୱିତୀୟ ରାଉଣ୍ଡ ଜେରା କରିବ। ସୋମବାର ରାହୁଲଙ୍କୁ ୧୦ ଘଣ୍ଟା ଧରି ଜେରା କରିଥିଲା ଇଡି। ତେବେ ରାହୁଲଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିବାରୁ ଆଜି ପୁଣି ତାଙ୍କୁ ଇଡି ଡକାଇଥିଲା। ସୂଚନା ଅନୁଯାୟୀ, ଦୁଇଟି ପର୍ଯ୍ୟାୟରେ ରାହୁଲ ସୋମବାର ପ୍ରାୟ ୯ ଘଣ୍ଟା ଜେରାର […]

ନୂଆଦିଲ୍ଲୀ: ଆଜି ପୁଣି ଇଡିରେ ହାଜର ହୋଇଛନ୍ତି କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଆଜି ଦ୍ୱିତୀୟ ରାଉଣ୍ଡ ଜେରା କରିବ। ସୋମବାର ରାହୁଲଙ୍କୁ ୧୦ ଘଣ୍ଟା ଧରି ଜେରା କରିଥିଲା ଇଡି। ତେବେ ରାହୁଲଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିବାରୁ ଆଜି ପୁଣି ତାଙ୍କୁ ଇଡି ଡକାଇଥିଲା।

ଆହୁରି ପଢ଼ନ୍ତୁ: ଡାର୍କ ପ୍ୟାଟର୍ଣ୍ଣ ବିରୋଧରେ ସିସିପିଏ (CCPA)ର କଡ଼ା କାର୍ଯ୍ୟାନୁଷ୍ଠାନ: ଫିଜିକ୍ସୱାଲା ଏବଂ ମ୍ୟାକାଫି ଉପରେ ଲାଗିଲା ଜୋରିମାନା

ସୂଚନା ଅନୁଯାୟୀ, ଦୁଇଟି ପର୍ଯ୍ୟାୟରେ ରାହୁଲ ସୋମବାର ପ୍ରାୟ ୯ ଘଣ୍ଟା ଜେରାର ସମ୍ମୁଖୀନ ହୋଇଥିଲେ। ପ୍ରଥମେ ତାଙ୍କୁ ଇଡିର ୩ ଜଣ ଅଧିକାରୀ ପ୍ରାୟ ୩ ଘଣ୍ଟା କାଳ ଜେରା କରିଥିଲେ। ଏହାପରେ ତାଙ୍କୁ ଲଞ୍ଚ ବ୍ରେକରେ ଛଡ଼ା ଯାଇଥିଲା। ସେପଟେ ରାହୁଲ ଗାନ୍ଧୀ ଇଡି ଅଫିସରେ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ହାଜର ହେବା ପରେ ଆଜି ମଧ୍ୟ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାସ୍ତା ଅବରୋଧ କରିଛନ୍ତି। ଅନେକ କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ ରଖିଛି। କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ରଙ୍କୁ ମଧ୍ୟ ପୁଲିସ ବିକ୍ଷୋଭ ପ୍ରଦର୍ଶନ ସ୍ଥଳରୁ ଉଠାଇ ନେଇଛି। କଂଗ୍ରେସ ମୁଖ୍ୟ କାର୍ଯ୍ଯାଳୟରୁ ଇଡି ଅଫିସ୍‌ ପର୍ଯ୍ଯନ୍ତ ଦିଲ୍ଲୀ ପୁଲିସ୍‌, ସିଆର୍‌ପିଏଫ୍‌ ପୁଲିସ୍‌ ମୁତୟନ ହୋଇଥିବା ସୂଚନା ରହିଛି। ଦିଲ୍ଲୀ ଅକବର ରୋଡ୍‌ରେ ୧୪୪ ଧାରା ଲାଗୁ କରାଯାଇଛି।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ସରକାରଙ୍କ ବଡ଼ ନିଷ୍ପତ୍ତି: ସିବିଆଇ ତଦନ୍ତ ପାଇଁ ମିଳିଲା ସମ୍ପୂର୍ଣ୍ଣ ଅନୁମତି

14 Jun 2022 By The Sakala

ଆଜି ପୁଣି ଇଡିରେ ହାଜର ହେଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ପୁଣି ଇଡିରେ ହାଜର ହୋଇଛନ୍ତି କଂଗ୍ରେସ ସାସଂଦ ରାହୁଲ ଗାନ୍ଧୀ। ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଆଜି ଦ୍ୱିତୀୟ ରାଉଣ୍ଡ ଜେରା କରିବ। ସୋମବାର ରାହୁଲଙ୍କୁ ୧୦ ଘଣ୍ଟା ଧରି ଜେରା କରିଥିଲା ଇଡି। ତେବେ ରାହୁଲଙ୍କ ଠାରୁ କୌଣସି ସନ୍ତୋଷଜନକ ଉତ୍ତର ମିଳି ନ ଥିବାରୁ ଆଜି ପୁଣି ତାଙ୍କୁ ଇଡି ଡକାଇଥିଲା।

ସୂଚନା ଅନୁଯାୟୀ, ଦୁଇଟି ପର୍ଯ୍ୟାୟରେ ରାହୁଲ ସୋମବାର ପ୍ରାୟ ୯ ଘଣ୍ଟା ଜେରାର ସମ୍ମୁଖୀନ ହୋଇଥିଲେ। ପ୍ରଥମେ ତାଙ୍କୁ ଇଡିର ୩ ଜଣ ଅଧିକାରୀ ପ୍ରାୟ ୩ ଘଣ୍ଟା କାଳ ଜେରା କରିଥିଲେ। ଏହାପରେ ତାଙ୍କୁ ଲଞ୍ଚ ବ୍ରେକରେ ଛଡ଼ା ଯାଇଥିଲା। ସେପଟେ ରାହୁଲ ଗାନ୍ଧୀ ଇଡି ଅଫିସରେ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ସହ ହାଜର ହେବା ପରେ ଆଜି ମଧ୍ୟ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ରାସ୍ତା ଅବରୋଧ କରିଛନ୍ତି। ଅନେକ କଂଗ୍ରେସ କର୍ମୀଙ୍କୁ ପୁଲିସ ଅଟକ ରଖିଛି। କଂଗ୍ରେସ ରାଷ୍ଟ୍ରୀୟ ମୁଖପାତ୍ରଙ୍କୁ ମଧ୍ୟ ପୁଲିସ ବିକ୍ଷୋଭ ପ୍ରଦର୍ଶନ ସ୍ଥଳରୁ ଉଠାଇ ନେଇଛି। କଂଗ୍ରେସ ମୁଖ୍ୟ କାର୍ଯ୍ଯାଳୟରୁ ଇଡି ଅଫିସ୍‌ ପର୍ଯ୍ଯନ୍ତ ଦିଲ୍ଲୀ ପୁଲିସ୍‌, ସିଆର୍‌ପିଏଫ୍‌ ପୁଲିସ୍‌ ମୁତୟନ ହୋଇଥିବା ସୂଚନା ରହିଛି। ଦିଲ୍ଲୀ ଅକବର ରୋଡ୍‌ରେ ୧୪୪ ଧାରା ଲାଗୁ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର