ମୋଦୀ ଓ ରାହୁଲଙ୍କ ଦ୍ବାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ; ବିଜେପି, କଂଗ୍ରେସକୁ ନିର୍ବାଚନ ଆୟୋଗଙ୍କ ନୋଟିସ

The Sakala Picture
Published On

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀଙ୍କ ଦ୍ବାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ନିର୍ବାଚନ କମିଶନ ଗୁରୁବାର ବିଜେପି ଓ କଂଗ୍ରେସ ସଭାପତିଙ୍କୁ ନୋଟିସ ଜାରି କରିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ଠାରୁ ଜବାବ ମାଗିଛନ୍ତି ଇସି । ଏପ୍ରିଲ ୨୯ ଦିନ ୧୧ ସୁଦ୍ଧା ଏହି ଜବାବ ରଖିବାକୁ ପଡ଼ିବ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ […]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀ ଓ ରାହୁଲ ଗାନ୍ଧୀଙ୍କ ଦ୍ବାରା ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ । ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ନେଇ ନିର୍ବାଚନ କମିଶନ ଗୁରୁବାର ବିଜେପି ଓ କଂଗ୍ରେସ ସଭାପତିଙ୍କୁ ନୋଟିସ ଜାରି କରିଛନ୍ତି । ଉଭୟ ବିଜେପି ଓ କଂଗ୍ରେସ ଠାରୁ ଜବାବ ମାଗିଛନ୍ତି ଇସି । ଏପ୍ରିଲ ୨୯ ଦିନ ୧୧ ସୁଦ୍ଧା ଏହି ଜବାବ ରଖିବାକୁ ପଡ଼ିବ । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଓ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କୁ ଇସିଙ୍କ ପକ୍ଷରୁ ନୋଟିସ୍ ପଠାଯାଇଛି ।

ଆହୁରି ପଢ଼ନ୍ତୁ: 'ଏହି ସଙ୍କଟ ପାଇଁ ଆପଣମାନେ ଦାୟୀ': କାର୍ବନ ନିର୍ଗମନ ଓ ଜଳବାୟୁ ପାଣ୍ଠିକୁ ନେଇ ପାଶ୍ଚାତ୍ୟ ଦେଶଗୁଡ଼ିକୁ ସମାଲୋଚନା କଲେ ପୀୟୂଷ ଗୋୟଲ

ଉଭୟ କଂଗ୍ରେସ ଏବଂ ବିଜେପି ପରସ୍ପରର ନେତାମାନଙ୍କ ବିରୋଧରେ ନିର୍ବାଚନ ପ୍ରଚାର ସମୟରେ ଘୃଣା ଭାଷଣ ଦେବା ଓ ଧର୍ମ, ଜାତି, ସମ୍ପ୍ରଦାୟ ଏବଂ ଭାଷା ଆଧାରରେ ସମାଜକୁ ବିଭାଜନ କରୁଥିବା ଅଭିଯୋଗ କରିଥିଲେ। ଉଭୟ ଦଳ ଏନେଇ ପରସ୍ପର ବିରୋଧରେ ନିର୍ବାଚନ କମିଶନଙ୍କ ନିକଟରେ ଫେରାଦ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ଆମେରିକାରେ ଭାରତୀୟ ବଂଶୋଦ୍ଭବ ଲ୍ୟାବ୍ ମାଲିକଙ୍କ ବିରୋଧରେ ୬୬ ନିୟୁତ ଡଲାରର କୋଭିଡ୍ ଟେଷ୍ଟ୍ ଜାଲିଆତି ଅଭିଯୋଗ

ନିକଟରେ ରାଜସ୍ଥାନର ଏକ ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୃଣା ଭାଷଣ ଦେଇଥିବା ଅଭିଯୋଗ କରି କମିଶନଙ୍କ ନିକଟରେ ଫେରାଦ ହୋଇଥିଲା କଂଗ୍ରେସ। ଅନ୍ୟପକ୍ଷରେ ବିଜେପି ଅଭିଯୋଗ କରିଥିଲା ଯେ ରାହୁଲ ଗାନ୍ଧୀ ଦେଶରେ ଗରିବଙ୍କ ସଂଖ୍ୟା ବଢ଼ିଛି ବୋଲି ମିଛ ଦାବି କରୁଛନ୍ତି।

ଆହୁରି ପଢ଼ନ୍ତୁ: ବିଜେପି ଶାସନରେ ଓଡ଼ିଶାର ପର୍ଯ୍ୟଟନସ୍ଥଳୀ ଅସୁରକ୍ଷିତ, ମହିଳା ଓ ପର୍ଯ୍ୟଟକଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର