ଚନ୍ଦ୍ରରେ ଜଳ ସୃଷ୍ଟି କରୁଛି ପୃଥିବୀର ଉଚ୍ଚ କ୍ଷମତା ସମ୍ପନ୍ନ ଇଲେକ୍‌ଟ୍ରୋନ୍

The Sakala Picture
Published On

ୱାଶିଂଟନ: ପୃଥିବୀର ଉଚ୍ଚ କ୍ଷମତା ସମ୍ପନ୍ନ ଇଲେକ୍‌ଟ୍ରୋନ୍ ଯୋଗୁଁ ଚନ୍ଦ୍ରରେ ପାଣି ସୃଷ୍ଟି ହେଉଛି। ଏହି ଇଲେକଟ୍ରୋନ୍ ପୃଥିବୀର ପ୍ଲାଜମା ସିଟ୍‌ରେ ରହିଛି। ଏହା ପାଣିପାଗ ପରିବର୍ତ୍ତନ କରାଉଛି। ଅର୍ଥାତ୍ ଏଥିଯୋଗୁଁ ପୃଥିବୀରେ ଋତୁ ପରିବର୍ତ୍ତନ ହେଉଛି। ଏହି ଇଲେକ୍‌ଟ୍ରୋନ ଚନ୍ଦ୍ରରେ ଥିବା ପଥର ଏବଂ ଖଣିଜ ପଦାର୍ଥକୁ ଭାଙ୍ଗି ଦେଉଛି। ଏଥିପାଇଁ ଚନ୍ଦ୍ରରେ ପାଣିପାଗ ପରିବର୍ତ୍ତନ ହେଉଛି। ଚନ୍ଦ୍ରଯାନ-୧ ତଥ୍ୟର ବିଶ୍ଳେଷଣ କରି ଆମେରିକା ହାୱାଇ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି। ‘ନେଚର ଆଷ୍ଟ୍ରନମି’ […]

ୱାଶିଂଟନ: ପୃଥିବୀର ଉଚ୍ଚ କ୍ଷମତା ସମ୍ପନ୍ନ ଇଲେକ୍‌ଟ୍ରୋନ୍ ଯୋଗୁଁ ଚନ୍ଦ୍ରରେ ପାଣି ସୃଷ୍ଟି ହେଉଛି। ଏହି ଇଲେକଟ୍ରୋନ୍ ପୃଥିବୀର ପ୍ଲାଜମା ସିଟ୍‌ରେ ରହିଛି। ଏହା ପାଣିପାଗ ପରିବର୍ତ୍ତନ କରାଉଛି। ଅର୍ଥାତ୍ ଏଥିଯୋଗୁଁ ପୃଥିବୀରେ ଋତୁ ପରିବର୍ତ୍ତନ ହେଉଛି। ଏହି ଇଲେକ୍‌ଟ୍ରୋନ ଚନ୍ଦ୍ରରେ ଥିବା ପଥର ଏବଂ ଖଣିଜ ପଦାର୍ଥକୁ ଭାଙ୍ଗି ଦେଉଛି। ଏଥିପାଇଁ ଚନ୍ଦ୍ରରେ ପାଣିପାଗ ପରିବର୍ତ୍ତନ ହେଉଛି। ଚନ୍ଦ୍ରଯାନ-୧ ତଥ୍ୟର ବିଶ୍ଳେଷଣ କରି ଆମେରିକା ହାୱାଇ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି। ‘ନେଚର ଆଷ୍ଟ୍ରନମି’ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି।

ଆହୁରି ପଢ଼ନ୍ତୁ: ପାକିସ୍ତାନ ସୀମା ନିକଟରେ ବାୟୁସେନାର ମେଗା ସମରାଭ୍ୟାସ, ସିଜ୍ ହେଲା ଆକାଶମାର୍ଗ, ଗର୍ଜିବେ ଯୁଦ୍ଧ ବିମାନ

୨୦୦୮ରେ ଭାରତ ଚନ୍ଦ୍ରଯାନ-୧ ଅଭିଯାନ ଆରମ୍ଭ କରିଥିଲା। ଏହା ଚନ୍ଦ୍ରରେ ପାଣିଥିବାର ସଙ୍କେତ ଦେଇଥିଲା। ସେହି ଅଭିଯାନର ଏକ ଅଧ୍ୟୟନ ଆଧାରରେ ଚନ୍ଦ୍ରର ମେରୁ କ୍ଷେତ୍ରରେ ସୂର୍ଯ୍ୟ ରଶ୍ମି ପଡୁ ନ ଥିବାରୁ ତାପମାତ୍ରା ବିଯୁକ୍ତ ୨୦୦ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସି ଯାଉଥିବା ଅନୁମାନ କରାଯାଇଥିଲା। ଏଠାରେ ପାଣି ବରଫ ଆକାରରେ ଥିବା ସଙ୍କେତ ଦେଇଥିଲା। ତେଣୁ ଚନ୍ଦ୍ରରେ ପାଣିର ସନ୍ଧାନ ଲାଗି ଚଳିତ ବର୍ଷ ଚନ୍ଦ୍ରଯାନ-୩ ପଠା ଯାଇଥିଲା। ଅଧ୍ୟୟନ ଅନୁଯାୟୀ ପ୍ରୋଟନ୍ ଭଳି ଉଚ୍ଚ କ୍ଷମତା ସମ୍ପନ୍ନ ଅଣୁରୁ ସୃଷ୍ଟି ସୌରଝଡ଼ ଚନ୍ଦ୍ରପୃଷ୍ଠରେ ଖେଳେଇ ହୋଇ ପଡ଼ିଥାଏ। ଏଥିଯୋଗୁଁ ଚନ୍ଦ୍ରରେ ପାଣି ସୃଷ୍ଟି ହୋଇଥାଏ। ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଦେଇ ଗତି କରିବା ସମୟରେ ଚନ୍ଦ୍ରରେ ହେଉଥିବା ପରିବର୍ତ୍ତନକୁ ବୈଜ୍ଞାନିକମାନେ ଅଧ୍ୟୟନ କରିଥିଲେ। ବୈଜ୍ଞାନିକ ସୁଆଇ ଲି କହିଛନ୍ତି ଯେ ଚନ୍ଦ୍ର ଚୁମ୍ବକୀୟ କ୍ଷେତ୍ରରୁ ବାହାରିବା ପରେ ଏହାର ପୃଷ୍ଠରେ ସୌରଝଡ଼ ଖେଳି ଯାଇଥାଏ। ସେହିପରି ଚୁମ୍ବକୀୟ କ୍ଷେତ୍ରରେ ଥିବା ସମୟରେ ସୌରଝଡ଼ ପଡ଼ି ନ ଥାଏ। ଏଥିପାଇଁ ପାଣି ସୃଷ୍ଟି ହେବାର ସମ୍ଭାବନା ରହିଥାଏ।

ଆହୁରି ପଢ଼ନ୍ତୁ: ତେଜସ୍ ଫାଇଟର୍ ଜେଟ୍ ଉତ୍ପାଦନକୁ ମିଳିଲା ବୁଷ୍ଟ୍, HAL କୁ ଆମେରିକାରୁ ମିଳିଲା ଆଉ ୩ଟି ନୂଆ ଇଞ୍ଜିନ୍

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର