ଦିଲ୍ଲୀ ଏନସିଆରରେ ଭୂମିକମ୍ପ ଅନୁଭୂତ, ରିକ୍ଟର ସ୍କେଲରେ ତୀବ୍ରତା ୫.୯

The Sakala Picture
Published On

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଏନସିଆରରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ କରାଯାଇଛି। ଏହା ବ୍ୟତୀତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଭୂମିକମ୍ପ ପ୍ରଭାବରେ ଥରିଛି। ଲୋକମାନେ ଝଟକା ଅନୁଭୂତ ହେବା କ୍ଷଣି ଘରୁ ବାହାରକୁ ଚାଲି ଯାଇଥିଲେ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୯ ଥିବା ଜଣାଯାଇଛି। ଏହାର କେନ୍ଦ୍ରସ୍ଥଳୀ ଆଫଗାନୀସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ ରହିଥିଲା । ଏପର୍ଯ୍ଯନ୍ତ ସୁଦ୍ଧା ଧନଜୀବନ କ୍ଷୟକ୍ଷତିର କୌଣସି ସୂଚନା ନାହିଁ। ହେଲେ ଲୋକମାନଙ୍କ ଭିତରେ […]

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମେତ ସମ୍ପୂର୍ଣ୍ଣ ଏନସିଆରରେ ଭୂକମ୍ପର ତୀବ୍ର ଝଟକା ଅନୁଭୂତ କରାଯାଇଛି। ଏହା ବ୍ୟତୀତ କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ କାଶ୍ମୀର ଭୂମିକମ୍ପ ପ୍ରଭାବରେ ଥରିଛି। ଲୋକମାନେ ଝଟକା ଅନୁଭୂତ ହେବା କ୍ଷଣି ଘରୁ ବାହାରକୁ ଚାଲି ଯାଇଥିଲେ। ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୯ ଥିବା ଜଣାଯାଇଛି। ଏହାର କେନ୍ଦ୍ରସ୍ଥଳୀ ଆଫଗାନୀସ୍ତାନର ହିନ୍ଦୁ କୁଶ ଅଞ୍ଚଳରେ ରହିଥିଲା । ଏପର୍ଯ୍ଯନ୍ତ ସୁଦ୍ଧା ଧନଜୀବନ କ୍ଷୟକ୍ଷତିର କୌଣସି ସୂଚନା ନାହିଁ।

ଆହୁରି ପଢ଼ନ୍ତୁ: ୩ କୋଟିର ରାସ୍ତା ବର୍ଷାରେ ବେହାଲ୍: ଧସିଲା ୯୦ ଫୁଟ୍‌ର ପିଚ୍ ରାସ୍ତା, ବିଚ୍ଛିନ୍ନ ହେଲା ଯୋଗାଯୋଗ

ହେଲେ ଲୋକମାନଙ୍କ ଭିତରେ ଭୟର ବାତାବରଣ ଦେଖା ଦେଇଛି। ନୂଆ ବର୍ଷରେ ଦ୍ୱିତୀୟଥର ଭୂମିକମ୍ପର ଝଟକା ଅନୁଭୂତ ହୋଇଯାଇଛି। ଏହା ପୂର୍ବରୁ ଦିଲ୍ଲୀ-ଏନସିଆରର ଲୋକଙ୍କ ପାଇଁ ନୂଆ ବର୍ଷର ଆରମ୍ଭ ଭୂମିକମ୍ପର ଝଟକା ସହ ହୋଇଥିଲା। ନୂଆ ବର୍ଷର ମଧ୍ୟ ରାତ୍ରୀରେ ଦିଲ୍ଲୀ-ଏନସିଆରର ଅନେକ ସ୍ଥାନରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା। ଭୂମିକମ୍ପର କେନ୍ଦ୍ର ହରିୟାଣାର ଝାଝାର ଜିଲ୍ଲାରେ ରହିଥିଲା।

ଆହୁରି ପଢ଼ନ୍ତୁ: ବାୟୁସେନାରୁ ଅବସର ନେଲେ ପାକିସ୍ତାନର F-16 ଖସାଇଥିବା ହିରୋ ଅଭିନନ୍ଦନ ବର୍ଦ୍ଧମାନ, ଘରୋଇ ଏୟାରଲାଇନ୍ସ FLY91 ରେ ସାମିଲ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର