ଆସିଲା ସିଡିଏସ୍‌ ବିପିନ ରାୱତଙ୍କ ହେଲିକପ୍ଟର ଦୁର୍ଘଟଣାର ତଦନ୍ତ ରିପୋର୍ଟ, ହେଲିକପ୍ଟର “ବ୍ଲାକ ବକ୍ସ”ରୁ ମିଳିଲା ଗୁରୁତ୍ବପୂର୍ଣ୍ଣ ସୂଚନା

The Sakala Picture
Published On

ନୂଆଦିଲ୍ଲୀ : ଗତ ଡିସେମ୍ବର ୮ ତାରିଖରେ ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁ ବିମାନରେ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀ  ମଧୁଲିକା ରାୱତଙ୍କ ସମେତ ସମେତ ୧୪ ଜଣ ଯବାନ ଯାତ୍ରା କରୁଥିଲେ। ଯେଉଁ ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ଦୁର୍ଘଟଣାରେ  ସିଡିଏସ୍‌ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ପ୍ରାଣ ହରାଥିଲେ। ତେବେ ସେହି ଦିନଠାରୁ ପ୍ରତ୍ୟେକ ଭାରତୀୟଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବା କିପରି […]

ନୂଆଦିଲ୍ଲୀ : ଗତ ଡିସେମ୍ବର ୮ ତାରିଖରେ ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁ ବିମାନରେ ସିଡିଏସ ବିପିନ ରାୱତ ଓ ତାଙ୍କ ପତ୍ନୀ  ମଧୁଲିକା ରାୱତଙ୍କ ସମେତ ସମେତ ୧୪ ଜଣ ଯବାନ ଯାତ୍ରା କରୁଥିଲେ। ଯେଉଁ ବାୟୁସେନାର ଏମଆଇ-୧୭ଭି୫ ହେଲିକପ୍ଟର ଦୁର୍ଘଟଣାରେ  ସିଡିଏସ୍‌ ରାୱତ ଓ ତାଙ୍କ ପତ୍ନୀ ମଧୁଲିକାଙ୍କ ସମେତ ୧୪ ଜଣ ପ୍ରାଣ ହରାଥିଲେ। ତେବେ ସେହି ଦିନଠାରୁ ପ୍ରତ୍ୟେକ ଭାରତୀୟଙ୍କ ମନରେ ଗୋଟିଏ ପ୍ରଶ୍ନ ଆସୁଥିବା କିପରି ଘଟିଲା ଏତେ ବଡ ଦୁର୍ଘଟଣା। ଭାରତୀୟ ସେନାର ସବୁଠୁ ବଡ ଉଚ୍ଚପଦସ୍ତ ଅଫିସର ସିଡିଏସ୍‌ ରାୱତଙ୍କୁ ନେଇ ଯାଉଥିବା ସୁରକ୍ଷିତ ହେଲିକପ୍ଟର କିପରି ଏବଂ କାହିଁକି ଦୁର୍ଘଟଣାର ଶିକାର ହେଲା। ଏହାର ଉତ୍ତର ଜାଣିବାକୁ ସମସ୍ତେ ଅନାଇ ବସିଥିଲେ। କେହି କେହି ଏହି ଦୁର୍ଘଟଣା ପଛରେ ପଡୋଶୀ ପାକିସ୍ତାନ ଏବଂ ଚୀନର ହାତ ଥିବା ମଧ୍ୟ କହିଥିଲେ।

ଆହୁରି ପଢ଼ନ୍ତୁ: ନେପାଳରେ ଭୟାବହ ବନ୍ୟା: ଜଳବାୟୁ କ୍ଷତିପୂରଣ ପାଇଁ ଭାରତ, ଚୀନ୍ ଏବଂ ଆମେରିକାକୁ ଦାୟୀ କଲା ନେପାଳ

ତେବେ ଏସବୁ ପରେ ଭାରତୀୟ ସେନା ପକ୍ଷରୁ ସିଡିଏସ୍‌ ଦମ୍ପତି ଏବଂ ୧୨ ବୀର ଯବାନଙ୍କ ମୃତ୍ୟୁର କାରଣ ଜାଣିବାକୁ  କୋର୍ଟ ଅଫ ଇନକ୍ୱାରୀ ଆଦେଶ ଦିଆଯାଇଥିଲା। ତିନି ସେନା (ଜଳ,ସ୍ଥଳ ଏବଂ ବାୟୁ) ସେନାର ଉଚ୍ଚ ପଦସ୍ତ ଅଧିକାରୀ ଏହାର ତଦନ୍ତ କରୁଥିଲେ। ଏହିସହିତ ଦୁର୍ଘଟଣା ଗ୍ରସ୍ତ ହେଲିପ୍ଟରର ବ୍ଲକ ବକ୍ସକୁ ମଧ୍ୟ ତଦନ୍ତ ପକ୍ରିୟାରେ ସାମିଲ କରାଯାଇଥିଲା। ଆଜି ସେହି ତଦନ୍ତ ରିପୋର୍ଟ ଆସିଛି। ବାୟୁସେନା ପକ୍ଷରୁ ପ୍ରଦାନ କରାଯାଇଥିବା ପ୍ରାଥମିକ ତଦନ୍ତ ରିପୋର୍ଟରେ ଖରାପ ପାଗ ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କୁହାଯାଇଛି। ରିପୋର୍ଟରେ ଯାନ୍ତ୍ରିକ ତ୍ରୁଟି, ଅସାବଧାନତା କିମ୍ବା ଷଡ଼ଯନ୍ତ୍ର ଅଭିଯୋଗକୁ ଖଣ୍ଡନ କରାଯାଇଛି।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

ରିପୋର୍ଟରେ କୁହାଯାଇଛି ଯେ ହଠାତ୍‌ ପାଗରେ ପରବର୍ତ୍ତନ ଆସିବାରୁ ହେଲିକପ୍ଟରଟି ମେଘ ଖଣ୍ଡ ମଧ୍ୟରେ ପ୍ରବେଶ କରି ଯାଇଥିଲା। ମେଘ ଖଣ୍ଡ ଯୋଗୁ ପାଇଲଟ ଜଣଙ୍କ ଆଉ କିଛି ଦେଖିପାରି ନଥିଲେ। ଫଳରେ ସେ ସଂପୂର୍ଣ୍ଣ ଭାବେ ହଡ଼ବଡ଼େଇ ଯାଇଥିଲେ।ଏଥିସହ ହେଲିକପ୍ଟର ଉପରୁ ନିୟନ୍ତ୍ରଣ ହରାଇ ବସିଥିଲେ। ଏହାପରେ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ତିନି ସେନା ସ୍ତରୀୟ ତଦନ୍ତ ବେଳେ ହେଲିକପ୍ଟର ଡାଟା ରେକର୍ଡ ଓ କକପିଟ୍‌ ଭଏସ୍ ରେକର୍ଡର ତର୍ଜମା କରାଯାଇଥିଲା। ହେଲିକପ୍ଟର ଦୁର୍ଘଟଣା ପଛରେ କୌଣସି ଯାନ୍ତ୍ରିକ ତ୍ରୁଟି, ଷଡ଼ଯନ୍ତ୍ର କିମ୍ବା ଅବହେଳା ନାହିଁ।

ଆହୁରି ପଢ଼ନ୍ତୁ: ମଧ୍ୟପ୍ରାଚ୍ୟରେ ଆମେରିକାର ମିତ୍ର ରାଷ୍ଟ୍ର ଉପରେ ଇରାନର ଆକ୍ରମଣ: ବ୍ୟବହାର ହେଉଛି ଏହିସବୁ ବିପଜ୍ଜନକ ମାରଣାସ୍ତ୍ର

ଅନୁସନ୍ଧାନ କମିଟି ବାୟୁସେନା ଏବଂ ସେନାର ସମ୍ପୃକ୍ତ ଅଧିକାରୀଙ୍କ ବିବୃତ୍ତି ରେକର୍ଡ କରିଛି। ଏହା ସହିତ ସେ ସ୍ଥାନୀୟ ଲୋକଙ୍କ ସହ ମଧ୍ୟ କଥା ହୋଇଛନ୍ତି ଯେଉଁମାନେ ଏହି ଦୁର୍ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିଲେ । ଦୁର୍ଘଟଣା ପୂର୍ବରୁ ତୁରନ୍ତ ଯେଉଁ ଭିଡିଓଟି ସୁଟ୍ କରାଯାଇଥିଲା ସେହି ମୋବାଇଲ୍ ଫୋନ୍ ମଧ୍ୟ ଯାଞ୍ଚ କରାଯାଇଛି। ଘଟଣାସ୍ଥଳରୁ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର ଯେଉଁ ବ୍ଲାକ ବକ୍ସ ବା ଫ୍ଲାଇଟ୍ ଡାଟା ରେକର୍ଡର୍ ଉଦ୍ଧାର କରାଯାଇଥିଲା ତାର ରିପୋର୍ଟକୁ ମଧ୍ୟ ରିପୋର୍ଟରେ ଅନ୍ତର୍ଭୁକ୍ତ କରାଯାଇଛି। ବାୟୁସେନାର ଟ୍ରେନିଂ କମାଣ୍ଡର କମାଣ୍ଡିଂ-ଇନ୍-ଚିଫ୍ ଏୟାର ମାର୍ଶଲ ମନଭେନ୍ଦ୍ର ସିଂଙ୍କ ନେତୃତ୍ୱରେ ପ୍ରତିରକ୍ଷା ମନ୍ତ୍ରଣାଳୟ ଦୁର୍ଘଟଣାର କାରଣ ସମ୍ପର୍କରେ ତ୍ରି-ସେବା ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର